ଜାନୁଆରୀ ପ୍ରଥମ ସପ୍ତାହରେ ହିତାଧିକାରୀଙ୍କୁ ମିଳିବ ଗହମ, ଲୋକଙ୍କ ଚାହିଦା ହିସାବରେ ଦିଆଯିବ : ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | November 07, 2024 IST

ଭୁବନେଶ୍ବର ୭।୧୧: ଜାନୁଆରୀ ପ୍ରଥମ ସପ୍ତାହରେ ରାସନ ହିତାଧିକାରୀଙ୍କୁ ମିଳିବ ଗହମ । ଏନେଇ ବିଭାଗ ତରଫରୁ ପ୍ରସ୍ତୁତି ଜାରି ରହିଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ମନ୍ତ୍ରୀ କହିଛନ୍ତି, କେଉଁ ଜିଲ୍ଲାରେ କେତେ ଗହମ ଆବଶ୍ୟକ ଜିଲ୍ଲା ଅଧିକାରୀ ତଥ୍ୟ ଦେବେ । ଲୋକଙ୍କ ଚାହିଦା ହିସାବରେ ଗହମ ଦିଆଯିବ । 

ମନ୍ତ୍ରୀ ଆହୁରି କହିଛନ୍ତି, EKYC ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପାଖାପାଖି ୮୫% ଲୋକଙ୍କର EKYC ସରିଲାଣି । ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ହେଲାଣି । ଆଉ ୧୫ଦିନ ଭିତରେ EKYC ପ୍ରକ୍ରିୟା ସରିବ ବୋଲି ମନ୍ତ୍ରୀ କହିଛନ୍ତି । 


You Can Read:

କୂଅରେ ଭାସୁଛି ବୃଦ୍ଧଙ୍କ ମୃତଦେହ, ଦୁଇ ଦିନ ହେଲା ଥିଲେ ନିଖୋଜ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.