ରାଗରେ ଲୋକସଭାରେ ଆଗ ଚୌକି ଛାଡିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପଛକୁ ଯାଇ ଆଗତ କଲେ ବିଲ୍

Published By : Prameya-News7 Bureau | August 04, 2023 IST

ନୂଆଦିଲ୍ଲୀ: ଲୋକସଭାରେ ଶୁକ୍ରବାର ମଧ୍ୟ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ବିଲ୍ ଆଗତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୃହରେ ପହଞ୍ଚିବା ବେଳେ ବିରୋଧୀ ଜୋରଦାର ହଙ୍ଗାମା କରୁଥିଲେ । ବିରୋଧୀଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ରାଜସ୍ଥାନ ସିଂ ନିଜ ଚୌକି ଛାଡି ପଛକୁ ଯିବାକୁ ନିଷ୍ପତ୍ତି ନେଲେ । ଏହା ପୂର୍ବରୁ ବାଚସ୍ପତି ଓମ ବିର୍ଲା ମଧ୍ୟ ଶାସକ ଏବଂ ବିରୋଧୀଙ୍କ ବ୍ୟବହାରକୁ ନେଇ ନିଜର ଅସନ୍ତୋଷ ଜାହିର କରିଥିଲେ । ଏପରିକି ଲୋକସଭାକୁ ଆସିବା ପାଇଁ ମଧ୍ୟ ସେ ମନା କରିଦେଇଥିଲେ ।

ପଢନ୍ତୁ: ପୁଣି ସଂସଦକୁ ଫେରିବେ ରାହୁଲ ଗାନ୍ଧି, ଲଢ଼ିବେ ୨୦୨୪ ଲୋକସଭା ନିର୍ବାଚନ, ବୁଝନ୍ତୁ ମୋଦି ସରନେମ କେସ୍‌ରେ ସୁପ୍ରିମକୋର୍ଟଙ୍କ ରାୟର ଅର୍ଥ

ପ୍ରତିରକ୍ଷା ମନ୍ତ୍ରୀ ଲୋକସଭାରେ ବିଲ୍ ଉପରେ ନିଜ ମତ ରଖିବା ଆରମ୍ଭ କରିବା ବେଳେ ବିରୋଧୀ ସାଂସଦ ହଙ୍ଗାମା ଆରମ୍ଭ କରିଥିଲେ । ସ୍ଥିତି ଏପରି ହୋଇଥିଲା ଯେ ସାଂସଦମାନେ ୱେଲରେ ପହଞ୍ଚି ହଙ୍ଗାମା କରିଥିଲେ । ଏହାରି ଭିତରେ ରକ୍ଷା ମନ୍ତ୍ରୀଙ୍କୁ ଯେତେବେଳେ ବିଲ୍ ଆଗତ କରିବା ପାଇଁ କୁହାଗଲା, ସେତେବେଳେ ସେ ପଛକୁ ଯିବା ପାଇଁ ଅନୁମତି ମାଗିଥିଲେ । ରାଜନାଥ ସିଂ, ଉପବାଚସ୍ପତିଙ୍କୁ କହିଥିଲେ ଯେ ମୋହଦୟ ସାମନାରେ ହୋହଲ୍ଲା କରାଯାଉଛି, ଯଦି ଅନୁମତି ଦେବେ, ତେବେ ପଛକୁ ଯାଇ ନିଜ ବୟାନକୁ ରଖିପାରିବି ।

ରକ୍ଷା ମନ୍ତ୍ରୀ କହିଥିଲେ ଯେ ମୋହଦୟ ଏପରି ସ୍ଥିତିରେ ମୋ ଦ୍ୱାରା ମତ ରଖାଯିବା ସମ୍ଭାବ ନୁହେଁ, ମୁଁ ଏଠାରେ କହିପାରିବ ନାହିଁ । ସେ ଉପବାଚସ୍ପତିଙ୍କୁ ପଛକୁ ଯାଇ ବୟାନ ରଖିବା ପାଇଁ ଅନୁମତି ମାଗିଥିଲେ । ନିଜ ଚୌକି ଛାଡ଼ି ପଛକୁ ଯିବା ପରେ ରାଜନାଥ ସିଂଙ୍କୁ ଅନେକ ସାଂସଦ ନିଜ ଚୌକି ଅଫର କରିଥିଲେ । କିନ୍ତୁ ସେ ପଛକୁ ଯାଇ ନିଜ ବୟାନ ରଖିବା ଆରମ୍ଭ କରିଥିଲେ । ଏହି ଅବସରରେ ଉପବାଚସ୍ପତି ମଧ୍ୟ ସାଂସଦଙ୍କ ହଙ୍ଗାମାକୁ ନିନ୍ଦା କରିଥିଲେ ।

ଅଭ୍ୟନ୍ତରୀଣ-ସେବା ସଂଗଠନ (କମାଣ୍ଡ, ନିୟନ୍ତ୍ରଣ ଏବଂ ଅନୁଶାସନ) ବିଧେୟକ ୨୦୨୩ ଲୋକସଭାରେ ପାରିତ ହୋଇଛି । ରାଜନାଥ ସିଂ କହିଛନ୍ତି, 'ମୁଁ ଗୃହକୁ ବିଶ୍ୱାସ ଦେଉଛି ଯେ ଏହି ବିଧେୟକ ସୈନ୍ୟ ସୁଧାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।’

Also Read: ଲୋକସଭାରେ ଧ୍ୱନିମତରେ ପାରିତ ହେଲା ଦିଲ୍ଲୀ ସର୍ଭିସ୍ ବିଲ୍, ମିଳିତ ବିରୋଧୀ ମେଣ୍ଟ କଲେ କକ୍ଷତ୍ୟାଗ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.