କେଉଁ ଟିମ୍‌ ପାଖରେ ଅଛନ୍ତି ଘାତକ ବୋଲର ? କେତେ ନମ୍ବରରେ ରହିଛି ଭାରତ…

Published By : Prameya-News7 Bureau | February 15, 2025 IST

ନୂଆଦିଲ୍ଲୀ ୧୫।୦୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ । ଆରମ୍ଭ ହେବାକୁ ଗୋଟିଏ ସପ୍ତାହରୁ କମ୍ ସମୟ ବାକି । ଭାରତ-ଅଷ୍ଟ୍ରେଲିଆଠାରୁ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତ, ସମସ୍ତେ ନିଜର ଚୂଡ଼ାନ୍ତ ଟିମ୍‌ ଘୋଷଣା କରିଛନ୍ତି । ଟ୍ରାଇ ସିରିଜ୍‌ ପ୍ରମାଣ ଦେଇଛି ପ୍ଲେୟରଙ୍କ ଫର୍ମ । ଖାସ୍‌ କରି ଦ୍ରୁତ ବୋଲରଙ୍କୁ ନେଇ ଜୋରଦାର ଚର୍ଚ୍ଚା । ପାକିସ୍ତାନ ପିଚ୍‌ରେ ବୋଲର ଏବଂ ସ୍ପିନରଙ୍କୁ ସୁହାଇବ । ଏମାନେ ପାକିସ୍ତାନୀ ପିଚ୍‌ରେ ଘାତକ ସାବ୍ୟସ୍ତ ହୋଇପାରନ୍ତି ।

ତେବେ ଚାମ୍ପିଅନ୍ସ ଟ୍ରଫିରେ କେଉଁ ଟିମ୍ର ବୋଲିଂ ଲାଇନ୍ ଅପ୍ ସବୁଠାରୁ ଘାତକ ? ଅଷ୍ଟ୍ରେଲିଆର ସବୁଠାରୁ ଘାତକ ବୋଲିଂ ଲାଇନ ଅପ୍‌ ରହିଛି । କିନ୍ତୁ ଏହାର ଅନେକ ପ୍ରମୁଖ ପ୍ଲେୟର ହୋଇଛନ୍ତି । ଯେଉଁଥିପାଇଁ ଅଷ୍ଟ୍ରେଲିଆ ଓ୍ବିକ୍‌ ହୋଇଯାଇଛି । ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ,, ଜୋଶ୍ ହାଜେଲଉଡ୍ ଏବଂ ମିଚେଲ୍ ଷ୍ଟାର୍କ ଚାମ୍ପିଅନ୍ସ ଟ୍ରଫିରୁ ପଡ଼ିଛନ୍ତି ବାଦ ।

ଏହାପଛକୁ ରହିଛନ୍ତି ଟିମ୍‌ ଇଣ୍ଡିଆ ପ୍ଲେୟର । ଫାଷ୍ଟ ବୋଲର ଜସପ୍ରୀତ ବୁମରା ଖେଳିବେନି । ସେ ପିଠିରେ ଆଘାତ କାରଣରୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି । କିନ୍ତୁ ଟିମ୍‌ରେ ଅଛନ୍ତି ମହମ୍ମଦ ଶାମି। ସାମି ୨୦୨୩ ଦିନିକିଆ ବିଶ୍ୱକପର ୭ଟି ମ୍ୟାଚ୍‌ରେ ନେଇଥିଲେ ୨୪ ୱିକେଟ୍ । ଖାସ୍‌ କରି ICC ଟୁର୍ଣ୍ଣାମେଣ୍ଟରେ ଶାମି ବହୁତ ଘାତକ ପ୍ରମାଣିତ ହୋଇଛନ୍ତି । ପୂର୍ବରୁ ଶାମି ୨୦୧୯ ବିଶ୍ୱକପରେ ମଧ୍ୟ ୪ଟି ମ୍ୟାଚ୍ ଖେଳି ୧୪ଟି ୱିକେଟ ନେଇଥିଲେ । ବାମହାତୀ ପେସର ଅର୍ଶଦୀପ ସିଂହ ଟିମ୍ ଇଣ୍ଡିଆ ପାଇଁ ଏକ୍ସ-ଫ୍ୟାକ୍ଟର ହୋଇପାରନ୍ତି । 

ଟି-୨୦ରେ ରହିଛି ତାଙ୍କର ଶାନଦାର ପର୍ଫମାନ୍ସ । ସେ ୨୦୨୪ ଟି-୨୦ ବିଶ୍ୱକପରେ ମୋଟ ୧୭ ୱିକେଟ୍ ନେଇଥିଲେ । ସ୍ପିନ୍ ବୋଲିଂରେ ବରୁଣ ଚକ୍ରବର୍ତ୍ତୀ ଅବିଶ୍ୱସନୀୟ ଫର୍ମରେ ରହିଛନ୍ତି । ଗତ ୯ଟି ଟି-20 ଇନିଂସରେ ୨୬ ୱିକେଟ୍ ନେବା ପରେ ସେ ଏବେ ଖେଳିବେ ଚାମ୍ପିଅନ୍ସ ଟ୍ରଫି । ଇଂଲଣ୍ଡ ବିପକ୍ଷରେ ୨ଟି ଦିନିକିଆରେ ୬ ୱିକେଟ୍ ନେଇଥିବା ରବିନ୍ଦ୍ର ଜାଡେଜା ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବଙ୍କ ଉପସ୍ଥିତି ମଧ୍ୟ ଟିମ୍ ଇଣ୍ଡିଆର ବୋଲିଂ ଲାଇନ-ଅପ୍‌କୁ ମଜବୁତ କରିଛି ।

ତେବେ ବୋଲିଂ ଲାଇନଅପ୍‌ରେ ମଧ୍ୟ ପଛରେ ନାହିଁ ପାକିସ୍ତାନ ଏବଂ ଇଂଲଣ୍ଡ । ଇଂଲଣ୍ଡ ଟିମ୍‌ ଇଣ୍ଡିଆ ବିପକ୍ଷରେ ODI ଏବଂ T20ରେ ଯଦିଓ ହାରିଛି, କିନ୍ତୁ ଜୋଫ୍ରା ଆର୍ଚର, ମାର୍କ ଉଡ୍ ଏବଂ ସାକିବ୍ ମହମୁଦ ନିୟମିତ ଟିମ୍‌ ଇଣ୍ଡିଆ ବ୍ୟାଟରଙ୍କୁ ଅକଡ଼ରେ ପକାଇଥିଲେ । ଅନ୍ୟପଟେ ଆଦିଲ ରସିଦ ଭାରତ ବିପକ୍ଷ ସିରିଜରେ ୭ ୱିକେଟ୍ ନେଇଥିଲେ । ତାଙ୍କର ସ୍ପିନ୍ ବଲ୍ ପାକିସ୍ତାନୀ ପିଚ୍‌ରେ ହୋଇପାରେ ପ୍ରଭାବଶାଳୀ । 

ସେହିପରି ପାକିସ୍ତାନର ଶାହିନ ଆଫ୍ରିଦି ବର୍ତ୍ତମାନ ଟ୍ରାଇ-ସିରିଜରେ ମ୍ୟାଟ୍ ହେନରୀଙ୍କ ସହ ମିଶି ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି । ପାକ୍ ଟିମ୍‌ରେ ହାରିସ୍ ରୌଫ୍ ମଧ୍ୟ ଅଛନ୍ତି । ଯିଏ ଟ୍ରାଇ ସିରିଜରେ ୩.୬୩ ଇକୋନୋମି ରେଟରେ ବୋଲିଂ କରିଛନ୍ତି । ତଥାପି ପାକିସ୍ତାନ ଟିମ୍‌ ସ୍ପିନ୍ ବୋଲିଂ ବିଭାଗରେ ଦୁର୍ବଳ ମନେ ହେଉଛି।  ଖୁସଦିଲ ଶାହ ଏବଂ ଅବରାର ଅହମ୍ମଦଙ୍କ ବୋଲିଂ ରେକର୍ଡ ଆଦୌ ଭଲ ନୁହେଁ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.