ନୂଆଦିଲ୍ଲୀ: କାନାଡାରେ ଭାରତୀୟ ବଂଶୋଦ୍ଭବ ସାଂସଦ ଚନ୍ଦ୍ର ଆର୍ଯ୍ୟ କାନାଡା ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ଲଢିବେ । ପ୍ରଧାନମନ୍ତ୍ରୀ ଏବଂ ପାର୍ଟିର ନେତା ପଦରୁ ଜଷ୍ଟିନ୍ ଟ୍ରୁଡୋଙ୍କ ଇସ୍ତଫାର ଚାରି ଦିନ ପରେ ଚନ୍ଦ୍ର ଆର୍ଯ୍ୟ ଏହି ଘୋଷଣା କରିଛନ୍ତି । ଚନ୍ଦ୍ର ଆର୍ଯ୍ୟ କହିଛନ୍ତି ଯେ କାନାଡାର ପୁନର୍ନିର୍ମାଣ ପାଇଁ ସରକାରର ନେତୃତ୍ୱ ନେବା ପାଇଁ ନିର୍ବାଚନ ଲଢିବି । ସେ କହିଛନ୍ତି ଯେ କାନାଡା ବର୍ତ୍ତମାନ ଯାହାର ସାମନା କରୁଛି ତାହା ହେଉଛି ଗୋଟିଏ ଆଇନ । ଦେଶକୁ ଏପରି ଏକ ନେତୃତ୍ୱର ଆବଶ୍ୟକତା ରହିଛି ଯିଏ କଠୋର ନିଷ୍ପତ୍ତି ନେବାର ଭୟଭୀତ ହେଉ ନଥିବ । ସେହି ଦାୟିତ୍ୱ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି ।
ଏହି ଘୋଷଣା ପରଠୁ ଚନ୍ଦ୍ର ଆର୍ଯ୍ୟ ଚର୍ଚ୍ଚାକୁ ଆସିଛନ୍ତି । ଅନିତା ଆନନ୍ଦଙ୍କ ସହ କାନାଡା ପ୍ରଧାନମନ୍ତ୍ରୀ ଦୌଡ଼ରେ ସାମିଲ ହେବାରେ ଦ୍ୱିତୀୟ ହିନ୍ଦୁ ନେତା ହୋଇଛନ୍ତି । ଚନ୍ଦ୍ର ଆର୍ଯ୍ୟ କାନାଡା ରାଜନୀତିରେ ଜଣେ ପରିଚିୟ ନାଁ । କାନାଡାରେ ହିନ୍ଦୁଙ୍କ ପାଇଁ ସ୍ୱର ଉଠାଇ ସେ ପରିଚିତ । ଅନେକ ସମୟରେ ସେ କାନାଡାରେ ବଢୁଥିବା ଖଲିସ୍ତାନୀ ଗତିବିଧିକୁ ନେଇ କଡ଼ା ସମାଲୋଚନା କରିଛନ୍ତି ।
ଚନ୍ଦ୍ର ଆର୍ଯ୍ୟ କିଏ ?
ଭାରତୀୟ ବଂଶୋଦ୍ଭବ ଚନ୍ଦ୍ର ଆର୍ଯ୍ୟ କାନାଡାର ଲିବେରାଲ୍ ପାର୍ଟିର ସଦସ୍ୟ ଏବଂ ହାଉସ୍ ଅଫ୍ କମନ୍ସରେ ନେପିୟନର ପ୍ରତିନିଧିତ୍ୱ କରୁଛନ୍ତି । ସେ ଇଞ୍ଜିନିୟରରୁ ଜଣେ ରାଜନେତା ହୋଇଛନ୍ତି । ୨୦୧୫ରୁ ସେ ନେପିୟନରୁ ସାଂସଦ ଅଛନ୍ତି । ଚନ୍ଦ୍ର ଆର୍ଯ୍ୟଙ୍କ ଜନ୍ମ କର୍ଣ୍ଣାଟକରେ ହୋଇଥିଲା । ବେଙ୍ଗାଲୁରୁଠାରୁ ପ୍ରାୟ ୭୦ କିଲୋମିଟର ଦୂର ତୁମକୁରୁ ଜିଲ୍ଲାର ଦ୍ୱାରାଲୁ ତାଙ୍କର ପୈତୃକ ଗାଁ । ଭାରତରେ ଇଞ୍ଜିନିୟରିଂ କରିବା ପରେ ବିଜନେସ୍ ଆଡିମିନିଷ୍ଟ୍ରେସନରେ ସ୍ନାତକତ୍ତୋର କରିଥିଲେ । ଏହାପରେ କାନାଡା ଯାଇ ସେଠାରେ ଏକ ବ୍ୟାଙ୍କରେ ନିବେଶ ପରାମର୍ଶଦାତା ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ଇଣ୍ଡୋ-କାନାଡା ଓଟାଭା ବିଜନେସ ଚାମ୍ୱରର ଅଧ୍ୟକ୍ଷ ରୂପେ କାମ କରିଥିଲେ ।