ନୂଆଦିଲ୍ଲୀ: ଭାରତରେ ସୀମା ହାଇଦରଙ୍କ ଚର୍ଚ୍ଚା ନ ଥମୁଣୁ ପାକିସ୍ତାନରେ ଅଞ୍ଜୁଙ୍କ କାହାଣୀ ଭାଇରାଲ୍ ହେବାରେ ଲାଗିଛି। ପାକିସ୍ତାନୀ ନାଗରିକ ସୀମା ହାଇଦର ନିଜର ପବଜୀ ପ୍ରେମିକଙ୍କୁ ପାଇବା ପାଇଁ ଭାରତ ଚାଲି ଆସିଥିବା ବେଳେ ଅନ୍ୟପଟେ ଉତ୍ତର ପ୍ରଦେଶର କାଲୋର ନିବାସୀ ଅଞ୍ଜୁ ନିଜ ପ୍ରେମିକ ପାଇଁ ପାକିସ୍ତାନ ଚାଲି ଯାଇଛନ୍ତି। ଯେଉଁଠି ସୀମା ହାଇଦରଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମୁଛି , ଠିକ୍ ସମାନ ଦୃଶ୍ୟ ପାକିସ୍ତାନର ଖଇବର ପଖତୁନଖଓ୍ଵାରେ ଭାରତୀୟ ମହିଳା ଅଞ୍ଜୁଙ୍କୁ ଦେଖିବା ପାଇଁ ଭିଡ଼ ଜମୁଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଞ୍ଜୁ ଗୋଟିଏ ମାସ ଭିସାରେ ପାକିସ୍ତାନ ଆସିଛନ୍ତି। ତାଙ୍କର ଉଦ୍ଦେଶ୍ୟ ଏହି ମାସେ ଭିତରେ ପ୍ରେମିକ ନସରୁଲ୍ଲାଙ୍କ ସହ ନିର୍ବନ୍ଧ କରିବେ।
wp:heading {"level":4}ଅଧିକ ପଢନ୍ତୁ- ସୀମା ହାଇଦରଙ୍କୁ ଦକ୍ଷିଣପନ୍ଥୀଙ୍କ ଚରମ ଚେତାବନୀ, ୭୨ ଘଣ୍ଟାରେ ଦେଶ ଛାଡ଼ ନହେଲେ…
/wp:headingନସରୁଲ୍ଲା ପାକିସ୍ତାନର ଏକ ଟିଭି ଚ୍ୟାନେଲ ସହ ଆଲୋଚନା ବେଳେ କହିଛନ୍ତି, କିଛି ଦିନରେ ଉଭୟ ନିର୍ବନ୍ଧ କରିବାକୁ ଯାଉଛନ୍ତି। ଏହା ପରେ ଅଞ୍ଜୁ ଭାରତ ଫେରିଯିବେ। ଯେବେ ପୁନର୍ବାର ପାକିସ୍ତାନ ଆସିବେ ସେହି ସମୟରେ ବିବାହ କରିବୁ। ଗତ ଦୁଇ ବର୍ଷ ହେବ ଅଞ୍ଜୁଙ୍କ ଭିସା ପାଇଁ ଚେଷ୍ଟା ଚଳାଇଥିଲି, ଯାହା ଏବେ ସଫଳ ହୋଇଛି। ସେ ଓ୍ଵାଘା ବର୍ଡର ଦେଇ ପାକିସ୍ତାନରେ ପହଞ୍ଚିଛନ୍ତି। ଆମେ ଗଣମାଧ୍ୟମଠୁ ଦୂରରେ ରହି ଶାନ୍ତିରେ ରହିବାକୁ ଚାହୁଁଛୁ। ଦୁହିଁଙ୍କ ମଧ୍ୟରେ ଫେସବୁକରେ ବନ୍ଧୁତା ସ୍ଥାପନା ହୋଇଥିଲା ଏବଂ ସମୟ କ୍ରମେ ପରସ୍ପରକୁ ଭଲ ପାଇ ବସିଥିଲେ। ଅଞ୍ଜୁ ବର୍ଡର ଯାଇ ତାଙ୍କୁ ଭେଟିବାକୁ ଚାହୁଁଥିଲେ ବୋଲି ନରସୁଲ୍ଲା କହିଛନ୍ତି।
ନସରୁଲ୍ଲା ମେଡିକାଲ ସେଲ୍ସ ଏକଜିକ୍ୟୁଟିଭ୍ ଭାବେ କାମ କରନ୍ତି। ତାଙ୍କର ୪ ଭାଇ ଅଛନ୍ତି, ଯାହାଙ୍କ ନାମ ସରିଫୁଲ୍ଲା, ଶକିରୁଲ୍ଲା, ରାହତୁଲ୍ଲା ଏବଂ ହମିଦୁଲ୍ଲା। ବର୍ତ୍ତମାନ ତାଙ୍କ ପରିବାରରେ ଖୁସିର ମାହୋଲ ରହିଛି ଏବଂ ଆଖପାଖର ଲୋକ ଅଞ୍ଜୁଙ୍କୁ ଦେଖିବା ଏବଂ ଝଲକ ଟିକେ ପାଇବାକୁ ଆସୁଛନ୍ତି। ଖୈବର ପଖତୁନଖଓ୍ଵା ପ୍ରଶାସନ କହିଛନ୍ତି ଯେ, ଅଞ୍ଜୁ ଭିସା ସହ ସଠିକ୍ ପ୍ରକ୍ରିୟାରେ ପାକିସ୍ତାନ ଆସିଛନ୍ତି। ଏଥିପାଇଁ ତାଙ୍କୁ ଏଠାରେ ରହିବାରେ କୌଣସି ସମସ୍ୟା ନାହିଁ। ମାତ୍ର ଏଠାରେ ସେ ଅଧିକ ସମୟ ରହି ପାରିବେ ନାହିଁ। କାରଣ ସେ ୩୦ ଦିନିଆ ଭିସାରେ ପାକିସ୍ତାନ ଆସିଛନ୍ତି ବୋଲି ସ୍ଥାନୀୟ ପ୍ରଶାସନ କହିଛନ୍ତି।
ଅଞ୍ଜୁଙ୍କୁ ନେଇ କଣ କହିଲେ ପାକିସ୍ତାନ ପୋଲିସ ଅଧିକାରୀ
ଖୈବର ପଖତୁନଖଓ୍ଵାର ଅପର ଦୀର ଥାନାର ପୋଲିସ ଅଧିକାରୀ ଜାଭେଦ ଖାନ କହିଛନ୍ତି, ଅଞ୍ଜୁ ଏବଂ ନସରୁଲ୍ଲା ଜୁଲାଇ ୨୧ରେ ଥାନାକୁ ଆସିଥିଲେ। କୌଣସି ବିଦେଶୀ ନାଗରିକ ଆସିଲେ ଥାନାରେ ସୂଚନା ଦେବାର ପ୍ରଟୋକୋଲ ରହିଛି। ମହିଳାଙ୍କ ନିକଟରେ ୩୦ ଦିନର ବୈଧ୍ୟ ଭିସା ରହିଛି। ତାଙ୍କର କାଗଜପତ୍ରରେ କୌଣସି ତ୍ରୁଟି ନାହିଁ। ଆମେ ତାଙ୍କୁ ପୂରା ସୁରକ୍ଷା ଯୋଗାଇ ଦେବୁ, ଯଦ୍ଵାରା ତାଙ୍କର ବ୍ୟକ୍ତିତ୍ଵରେ କୌଣସି ଆଞ୍ଚ ନ ଆସିବ। ଅନ୍ୟପଟେ ରାଜସ୍ଥାନର ଭିଓ୍ଵାଡ଼ିର ଏଏସପି ସୁଜିତ ଶଙ୍କର କହିଛନ୍ତି, ପୋଲିସ ରବିବାର ଅଞ୍ଜୁଙ୍କ ସଂପର୍କରେ ପଚାରି ବୁଝିଛି। ସେ ଶୁକ୍ରବାର ନିଜ ସ୍ଵାମୀଙ୍କୁ ଭିଡିଓ କଲ୍ କରି ପାକିସ୍ତାନ ଯାଉଥିବା କହିଥିଲେ। ହେଲେ ଏ ପର୍ଯ୍ୟନ୍ତ ତାଙ୍କ ଭିସାର ବୈଧ୍ୟତା ଉପରେ କୌଣସି ସୂଚନା ନାହିଁ।
wp:heading {"level":4}ଅଧିକ ପଢନ୍ତୁ- ସୀମା ହାଇଦର ପାର୍ଟ-୨: ପ୍ରେମ ପାଇଁ ଭାରତ ଆସିଥିଲେ ସପ୍ଲା, ଧୋକା ଦେଲା ପ୍ରେମିକ, ଏବେ ଜେଲ୍ରେ କଟୁଛି ଦିନ
/wp:headingଏହା ମଧ୍ୟରେ ଆଉ ଏକ ସୂଚନା ସାମ୍ନାକୁ ଆସିଛି ଯେ, ଅଞ୍ଜୁ ଖ୍ରୀଷ୍ଟିୟାନ ଧର୍ମକୁ ମାନନ୍ତି। କିନ୍ତୁ ସେ ଜଣେ ହିନ୍ଦୁ ବୋଲି କୁହାଯାଉଥିଲା। ସ୍ଵାମୀ ଅଞ୍ଜୁ ଏବଂ ଅରବିନ୍ଦ ଉଭୟ ଖ୍ରୀଷ୍ଟିୟାନ ଧର୍ମକୁ ସ୍ଵୀକାର କରୁଥିଲେ। ଅଞ୍ଜୁଙ୍କ ସ୍ଵାମୀ ପୋଲିସରେ କହିଛନ୍ତି ଯେ, ଗୁରୁବାର ଅମୃତସର ଯିବା କହି ସେ ଘରୁ ବାହାରେ ଥିଲେ, କିନ୍ତୁ ସେ ଲାହୋର ପହଞ୍ଚି ଯାଇଛନ୍ତି। ସେ ମୋତେ ଧୋକା ଦେଇଛି। ଉଲ୍ଲେଖଯୋଗ୍ୟ, ଅଞ୍ଜୁ ଏବଂ ଅରବିନ୍ଦ ୧୬ ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କ ଦୁଇଟି ପୁଅ ଅଛନ୍ତି। ତେବେ ୪ ବର୍ଷ ହେବ ଅଞ୍ଜୁ ଏବଂ ନସରୁଲ୍ଲା ଫେସବୁକରେ ଯୋଗାଯୋଗରେ ଥିଲେ।