ଲମତାପୁଟରେ ହାଡ଼ ଭଙ୍ଗା ଶୀତ ଲହରି ଆରମ୍ଭ l ୧୨ ଡିଗ୍ରୀ ତଳକୁ ଖସିଲା ପାରଦ l ଏଥର ଡେରିରେ ଆରମ୍ଭ ହୋଛି ଶୀତ l ସକାଳ ୧୦ ଟା ପର୍ଯ୍ୟନ୍ତ କୁହୁଡି ସାରା ଅଞ୍ଚଳକୁ ଢାଙ୍କି ରଖିଛି। ଯାହାଫଳରେ ଯାତାୟତ ପାଇଁ ବିଭିନ୍ନ ସମସ୍ୟା ଉପୁଜୁଛି l ୧୦ ମିଟର ପର୍ଯ୍ୟନ୍ତ କିଛିବି ଦେଖା ଯାଉ ନାହିଁ l ଗାଡିମଟରରେ ଲାଇଟ୍ ଲଗାଇ ଯାତାୟାତ କରୁଛନ୍ତି ଲୋକେ l
ଘନ କୁହୁଡି ଯୋଗୁଁ ରାସ୍ତା ଦେଖା ଯାଉନଥିବାରୁ ଗାଡି ମଟର ଚଳା ଚଳ ରେ ଭାରି ଅସୁବିଧା ଉପୁଜୁଛି l ଅନ୍ୟପକ୍ଷରେ କୋରାପୁଟର କାଶ୍ମୀର କୁହାଯାଉଥିବା ଲମତାପୁଟ ବ୍ଲକ ରେ ଶୀତ ଧୀରେ ଧୀରେ ବଢିବା ଲାଗିଛି l ସନ୍ଧ୍ୟା ସାତଟା ରେ ବଜାର ଶୂନ ସାନ ହୋଇଯାଉଛି l ନିଆଁ ଲଗାଇ ଶୀତ ଛଡାଉଛନ୍ତି ଅଞ୍ଚଳ ବାସି l ଧୀରେ ଧୀରେ ଲମତାପୁଟକୁ ପର୍ଯ୍ୟଟକ ଙ୍କ ଆଗମନ ଆରମ୍ଭ ହୋଇଯାଇଛି l ଡେରିରେ ଆରମ୍ଭ ହୋଇଛି । ହେଲେ ଆଗକୁ ଶୀତର ପ୍ରକପ ଆହୁରି ବଡ଼ିବ ନେଇ ପାଣି ପାଗ ବିଭାଗ ପୂର୍ବାନୁମାନ କରିଛି l