ଜମିଜମା ବିବାଦରୁ ହତ୍ୟାକାଣ୍ଡ : ଦେଢ଼ଶୁରର ଶାବଳ ମାଡ଼ରେ ଭାଇବୋହୂଙ୍କ ମୃତ୍ୟୁ

Published By : Prameya-News7 Bureau | June 11, 2024 IST

ବାସୁଦେବପୁର ୧୧।୬: ଜମିଜମା ବିବାଦରୁ ହତ୍ୟାକାଣ୍ଡ । ଦେଢ଼ଶୁରର ଶାବଳ ମାଡ଼ରେ ଭାଇବୋହୂଙ୍କ ମୃତ୍ୟୁହୋଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ୭ ନମ୍ବର ୱାର୍ଡର ପ୍ରବୋଦପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ସୂଚନାଯୋଗ୍ୟ ଯେ, ସୋମବାର ଗାଁର ବାୟାଧର ଜେନାଙ୍କ ପରିବାର ମଧ୍ୟରେ ଜମିଜମା ମାପଚୁପ ହୋଇଥିଲା। ଏହି ମାପ ସମୟରେ ଦେଢଶୁର ରତିକାନ୍ତ ଜେନାଙ୍କର ଭାଇବୋହୂ ପ୍ରୀତିରେଖାଙ୍କ ସହିତ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା। ହେଲେ ଅପରାହ୍ନରେ ରତିକାନ୍ତ ନିଶାସକ୍ତ ଅବସ୍ଥାରେ ଆସି ହଠାତ ଏକ ଶାବଳରେ ପ୍ରୀତିରେଖା ମୁଣ୍ଡକୁ ଦୁଇଟି ଶକ୍ତ ପ୍ରହାର ଦେଇଥିଲା। ପ୍ରୀତିରେଖାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ପ୍ରୀତିରେଖାକୁ ପ୍ରଥମେ ବାସୁଦେବପୁର ଓ ପରେ କଟକ ବଡ ଡାକ୍ତରଖାନାରେ ନେଉଥିଲେ। ହେଲେ ପ୍ରୀତିରେଖାଙ୍କର ଅଧାରାସ୍ତାରେ ମୃତ୍ୟୁ ହୋଇଯାଇଥିଲା। ସନ୍ଧ୍ୟାରେ ଏହି ଘଟଣାକୁ ନେଇ ପ୍ରୀତିରେଖାଙ୍କ ପରିବାର ସଦସ୍ୟ ବାସୁଦେବପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ରତିକାନ୍ତକୁ ଖୋଜିବାକୁ ଯାଇଥିବା ବେଳେ ବିଲରେ ଦୌଡ଼ି ପଳାଇଯାଇଥିଲା। ପୋଲିସ ଓ ଗ୍ରାମବାସୀ ରାତିସାରା ବିଲରେ ଖୋଜାଖୋଜି କରି ରତିକାନ୍ତକୁ ପାଇନଥିବା ଦେଖିବାକୁ ମିଳିଛି।

You Can Read :

ଓଡ଼ିଶାରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ଆଉ କିଛି ସମୟରେ ଅପେକ୍ଷା, ଘୋଷଣା ହେବ ନାଁ…

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.