କିରୋସିନ ଢାଳି ଦେହରେ ନିଆଁ ଲଗାଇ ଦେଲେ ସ୍ତ୍ରୀ, ବଞ୍ଚାଇବାକୁ ଯାଇ ସ୍ବାମୀ ଗୁରୁତର

Published By : Prameya-News7 Bureau | October 20, 2024 IST

BREAKING NEWS

ସୋର ୨୦।୧୦: ଘରୋଇ କଳିର କରୁଣ ପରିଣତି । ପୋଡ଼ି ହୋଇ ଗୁରୁତର ହେଲେ ସ୍ବାମୀ-ସ୍ତ୍ରୀ  l ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ବି ଗୁରୁତର । ସୋର ଥାନା ଆଡ଼ିଆ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ଥାନା ଆଡିଆ ଗ୍ରାମର ସନାତନ ମହାରଣାଙ୍କ ପୁଅ ଶଶୀକାନ୍ତ ମହାରଣା ଓ ତାଙ୍କ ପତ୍ନୀ ଭାନୁମତୀ ମହାରଣାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଭାନୁମତୀ ଉତକ୍ଷିପ୍ତ ହୋଇ କିରୋସିନ ଢାଳି ହୋଇ ଦେହରେ ନିଆଁ ଲଗାଇ ଦେଇଥିଲେ l ସ୍ବାମୀ ଶଶୀକାନ୍ତ ଭାନୁମତୀଙ୍କୁ ବଞ୍ଚାଇବାକୁ ଯାଇ ପୋଡି ହୋଇ ଗୁରୁତର ହୋଇଥିଲେ l ଶଶୀକାନ୍ତଙ୍କ ପରିବାର ଲୋକ ଓ ପଡ଼ୋଶୀ ମାନେ ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ସେଠାରୁ ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

You Can Read:

ମହାକାର୍ତ୍ତିକ ବ୍ରତର ତୃତୀୟ ଦିନ, ପୁରାଣ ପାଠରେ କମ୍ପୁଛି ପୁରା ପରିବେଶ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.