ମନ୍ଦିର ନିକଟରେ ନଡ଼ିଆ ବିକାଳୀଙ୍କ ଉପରେ ମାଡ଼ିଗଲା କାର୍, ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | September 29, 2024 IST

ବ୍ରହ୍ମପୁର ୨୯।୯: ବ୍ରହ୍ମପୁର ବିଜିପୁର ସନ୍ତୋଷୀ ମା’ ମନ୍ଦିର ନିକଟରେ ନଡ଼ିଆ ବିକାଳୀ ଦୋକାନ ଉପରକୁ ମାଡିଗଲା କାର୍ । ଘଟଣାସ୍ଥଳରେ ହିଁ ନଡ଼ିଆ ବିକାଳୀଙ୍କର ମୃତ୍ୟୁ ଘଟିଛି । ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେଳେ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଛି । 

ସୂଚନାଯୋଗ୍ୟ ଯେ, ଭୈରବୀ ଅଞ୍ଚଳର ସବିତା ନାୟକ ସବୁ ଦିନ ଭଳି ଆଜି ମଧ୍ୟ ନଡ଼ିଆ ସହ ଫୁଲ, କଦଳୀ ଏବଂ କିଛି ପାଚିଲା ଫଳ, ପୂଜା ସାମଗ୍ରୀ ବିକ୍ରି କରୁଥିଲେ । ଏହି ସମୟରେ ଏକ କାର୍ ଦୃତ ଗତିରେ ଆସି ବୁଲାଣି ବୁଲାଉ ଥିବାରୁ ମହିଳାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ଜଣେ ନଡ଼ିଆ ବିକାଳୀଙ୍କ ମୃତ୍ୟୁ ଘଟିଛି । କାର୍‌ଟି ଗୋଶାଣୀନୂଆଗାଁରୁ ବିଜିପୁର ଆସୁଥିବା ବେଳେ ସନ୍ତୋଷୀ ମା’ ମନ୍ଦିର ରୋଡ଼ରେ କାର୍‌ଟି ବୁଲାଇବା ବେଳେ ମହିଳାଙ୍କୁ ଧକ୍କା ଦେଇଥିଲା । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଥିଲା । ଘଟଣାସ୍ଥଳରେ ଗୋଶାଣୀନୂଆଗାଁ ଥାନା ସହ ଟ୍ରାଫିକ ପୁଲିସ ପହଞ୍ଚି ଶବକୁ ଜବତ କରିଥିଲେ । ଦୁର୍ଘଟଣା ଘଟାଇଥିବା କାରଟିକୁ ଜବତ କରାଯାଇଛି । ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ରାସ୍ତା କଡରେ ଏଭଳି ବହୁ ବ୍ୟବସାୟୀ ବଜାର ପସରା ମେଲାଇ ବସୁଥିବା ବେଳେ ମହାନଗର ନିଗମ ବିକ୍ରି ଟ୍ୟାକ୍ସ ସଂଗ୍ରହ କରି ହାତବାନ୍ଧି ବସୁଛନ୍ତି । ସେପଟେ ଟ୍ରାଫିକ ପୁଲିସ ରାସ୍ତାରେ ସୁଗମ ଯାତାୟାତ କରିବା ନେଇ ପଦକ୍ଷେପ ନେବା ବଦଳରେ ଚୁପ ହୋଉ ବସି ରହୁଛି । 

You Can Read:

ସାନ୍ତାଳୀ ଭାଷା ପାଇଁ ମୟୂରଭଞ୍ଜ ଯୁବକ ରାମଜିତ ଟୁଡ଼ୁଙ୍କ ଅବଦାନ, ମନ୍ କି ବାତ୍‌ରେ ପ୍ରଶଂସା କଲେ ମୋଦି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.