ଷଣ୍ଢ କାବୁ ନହେବା ଯାଏ ରାସ୍ତାରୋକ ଚେତାବନୀ, ଟ୍ରାଙ୍କୁଲାଇଜ ପାଇଁ ବିଏମ୍‌ସିର ପ୍ରସ୍ତୁତି

Published By : Prameya-News7 Bureau | February 10, 2025 IST

ଭୁବନେଶ୍ବର ୧୦/୨: ରାଜଧାନୀରେ ଷଣ୍ଢ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟଣା । ଉତ୍ପାତିଆ ଷଣ୍ଢକୁ ଟ୍ରାଙ୍କୁଲାଇଜ କରିବ ବିଏମ୍‌ସି । କିଛି ଦିନ ହେବ ଷଣ୍ଢ ଉତ୍ପାତରେ ତ୍ରାହି ତ୍ରାହି ଡାକୁଥିଲେ ସ୍ଥାନୀୟ ଲୋକେ । ହେଲେ ସୋମବାର ସବୁ ସୀମା ଟପିଗଲା । ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଥିବାବେଳେ ୫ ଜଣ ଆହତ ହୋଇଥିଲେ । 

ଦୀର୍ଘଦିନ ଧରି ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ କେହି ଶୁଣୁନଥିଲେ । ହେଲେ ଆଜି ଜଣଙ୍କ ଜୀବନ ଯିବାପରେ ଲୋକଙ୍କ ରାଗ ଓ ଅସନ୍ତୋଷ ବଢିଯାଇଛି । ସ୍ଥାୟୀ ପ୍ରତିକାର ଦାବିରେ ଇ଼ଞ୍ଜିଣା ରୋକଟ ଓ ମଞ୍ଚେଶ୍ବରକୁ ସଂଯୋଗ କରୁଥିବା ରାସ୍ତାରେ ଧାରଣାରେ ବସିଛନ୍ତି ଲୋକେ । ଷଣ୍ଢ ଆୟତ୍ତ ନହେବା ଯାଏ ରାସ୍ତାରୋକ କରିବାକୁ ଚେତାବନୀ ଦେଇଛନ୍ତି । ଘଟଣାସ୍ଥଳରେ ମଞ୍ଚେଶ୍ବର ପୋଲିସ ଲୋକଙ୍କୁ ବୁଝାସୁଝା କରିଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.