ନୂଆଦିଲ୍ଲୀ: ଗ୍ରାଣ୍ଡ୍ ଓଲ୍ଡ ପାର୍ଟିକୁ ଆମ୍ ଆଦମୀ ପାର୍ଟିର ଅଫର୍ । କଂଗ୍ରେସକୁ ନିର୍ବାଚନୀ ଲଲିପପ୍ ଅଫର ଦେଇଛି ଆପ୍ । ଦିଲ୍ଲୀ ଓ ପଞ୍ଜାବରେ ନିର୍ବାଚନ ନଲଢିଲେ ଆଗାମୀ ମଧ୍ୟପ୍ରଦେଶ ଓ ରଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଦେବ ନାହିଁ ବୋଲି କହିଛନ୍ତି । ଆପ୍ ରାଷ୍ଟ୍ରୀୟ ମୁଖପାତ୍ର ବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ବାଜ ଗୁରୁବାର କଂଗ୍ରେସକୁ ଟାର୍ଗେଟ୍ କରି ଏହି ଅଫର ଦେଇଛନ୍ତି । ଏଭଳି ସମୟରେ ଆପ୍ ପ୍ରସ୍ତାବ ଦେଇଛି, ଯେଉଁ ସମୟରେ ଦିଲ୍ଲୀରେ ପ୍ରାଶାସନିକ ସେବା ନିୟନ୍ତ୍ରଣକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ବତନ୍ତ୍ର ଅଧ୍ୟାଦେଶ ବିରୋଧରେ କେଜ୍ରିଓ୍ବାଲ ସରକାର କଂଗ୍ରେସର ସମର୍ଥନ ଲୋଡୁଛନ୍ତି ।
wp:embed {"url":"https://www.prameyanews7.com/jitan-ram-manjhi-was-snooping-on-allies-says-nitis-kumar/","type":"wp-embed","providerNameSlug":"prameya-news-7"} /wp:embedରାଜଧାନୀ ଦିଲ୍ଲୀରେ ଗୁରୁବାର ଏକ ସମ୍ବାଦିକ ସମ୍ମିଳନୀରେ ଟିପ୍ପଣୀ କରି ଆପ୍ ନେତା କହିଛନ୍ତି, କଂଗ୍ରେସ ପାର୍ଟିକୁ ଦିଲ୍ଲୀରେ ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ଗୋଟିଏ ଆସନ ମିଳିନାହିଁ । ଯଦି କଂଗ୍ରେସ ଦିଲ୍ଲୀ ଓ ପଞ୍ଜାବରେ ଦଳ ପ୍ରାର୍ଥୀ ନଦେବ, ତେବେ ଆପ୍ ମଧ୍ୟ ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନରେ ଲଢିବ ନାହିଁ । ସୌରଭ ଭରଦ୍ବାଜ୍ ଦେଶର ଗ୍ରାଣ୍ଡ ଓଲ୍ଡ ପାର୍ଟିକୁ କପି-କ୍ୟାଟ୍-କଂଗ୍ରେସ କହି କଟାକ୍ଷ କରିଛନ୍ତି । ଏମାନଙ୍କ ପାଖରେ ବହୁ ଦୁର୍ବଳତା ରହିଛନ୍ତି, ତେଣୁ କଂଗ୍ରେସ ଆମ୍ ଆଦମୀ ପାର୍ଟିର ନିର୍ବାଚନୀ ଇସ୍ତହାରକୁ ଚୋରି କରୁଛି । କଂଗ୍ରେସ ଏବେ ସି-ସି-ସି ହୋଇଯାଇଛି । ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଧିକାଂଶ ଯୋଜନାକୁ କପି କରୁଛନ୍ତି । କଂଗ୍ରେସରେ କେବଳ ନେତୃତ୍ବ ଦୁର୍ବଳ ନୁହେଁ ବରଂ ବିଚାରଧାରା ମଧ୍ୟ ଦୁର୍ବଳ ବୋଲି ସୌରଭ ଭରଦ୍ବାଜ୍ କହିଛନ୍ତି ।
wp:embed {"url":"https://www.prameyanews7.com/china-youth-unemployment-rises-to-record-20-8-in-may-official-data/","type":"wp-embed","providerNameSlug":"prameya-news-7"} /wp:embedଆପ୍ର ବିଚାରଧାରା ଚୋରି ହେଉଛି । ଏହାର ବଡ଼ ଉଦାହରଣ ହେଉଛି କଂଗ୍ରେସ ପାର୍ଟି । ଦେଶର ସବୁଠାରୁ ପୁରୁଣା ପାର୍ଟି, ଆମ୍ ଆଦମୀ ପାର୍ଟି ଇସ୍ତହାରକୁ ଚୋରି କରୁଛି । ଅରବିନ୍ଦ କେଜ୍ରିଓ୍ବାଲ ଆପ୍ ଘୋଷଣାପତ୍ରକୁ ଗ୍ୟାରେଣ୍ଟି କହିଥିଲେ । ଏହି ଗ୍ୟାରେଣ୍ଟି ଶବ୍ଦକୁ କଂଗ୍ରେସ ଚୋରି କରିନେଇଛି । କଂଗ୍ରେସ ପାର୍ଟି ପ୍ରଥମେ ଆପ୍ର ଫ୍ରି’ ବିଜୁଳି ଓ ମହିଳାଙ୍କୁ ମାସିକ ଭତ୍ତା ଗ୍ୟାରେଣ୍ଟିକୁ ଅଟ୍ଟହାସ୍ୟ କରିଥିଲା । ହେଲେ ଏବେ ଅନ୍ୟ ରାଜ୍ୟରେ ଏହି ଯୋଜନାକୁ ଲାଗୁ କରିଛି । ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ ଏହାକୁ ଲାଗୁ କରିଛି ବୋଲି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ସେପଟେ ବିଜେପିକୁ କେନ୍ଦ୍ର ଶାସନ ଗାଦି ହଟାଇବାକୁ ବିରୋଧୀ ଦଳ ଏକତ୍ରୀତ ହେଉଥିବା ବେଳେ ଆପ୍ ରାଷ୍ଟ୍ରୀୟ ମୁଖପାତ୍ରଙ୍କ ଏଭଳି ବୟାନ ରାଜନୀତି ଚର୍ଚ୍ଚାକୁ ଜୋରଦାର କରୁଛି ।