ନୂଆଦିଲ୍ଲୀ: ପ୍ରଥମେ ବାଂଲାଦେଶ ଏବେ ଇଂଲଣ୍ଡ ସାମ୍ନାରେ ମାଟି କାମୁଡ଼ିଲା ପାକିସ୍ତାନ । ଘରୋଇ ପିଚ୍ରେ ପାକ୍ ଟିମ ପରାସ୍ତ ହୋଇଛି । ବାଜି ମାରି ନେଇଛି ଇଂଲିଶ ଦଳ । ପ୍ରଥମ ଟେଷ୍ଟରେ ପାକିସ୍ତାନ ଟିମ୍ ଗୋଟିଏ ଇନିଂସ ଏବଂ ୪୭ ରନରେ ପରାଜୟ ବରଣ କରିଛି । ଫଳରେ ବିଶ୍ବ ଟେଷ୍ଟ ଚାମ୍ପିଅନ ସିପ୍ ପଏଣ୍ଟ ଟେବୁଲରେ ତଳକୁ ଖସିଛି ପାକିସ୍ତାନ ଦଳ । ଚଳିତ ଡବ୍ଲୁଟିସି ସିଜିନରେ ପାକ୍ ଟିମ୍ ମୋଟ୍ ୮ଟି ଟେଷ୍ଟ ମ୍ୟାଚ୍ ଖେଳିଛି । ଏଥିମଧ୍ୟରୁ ୬ଟି ମ୍ୟାଚ୍ ପରାଜୟର ସାମ୍ନା କରିଛି । ଇଂଲଣ୍ଡ ଠାରୁ ପରାଜୟ ପରେ ପାକିସ୍ତାନ ୧୬.୬୭ ଅଙ୍କ ସହିତ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି । ସେପଟେ ବ୍ରିଟିଶ ବାହିନୀ ୫୫.୫୬ ଅଙ୍କ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଟିମ୍ ଇଣ୍ଡିଆ ୭୪.୨୪ ଅଙ୍କ ସହିତ ଡବ୍ଲୁଟିସି ପଏଣ୍ଟ ଟେବୁଲର ଶୀର୍ଷ ରହିଛି । ସେହିପରି ଅଷ୍ଟ୍ରେଲିଆ ଦଳ ୬୨.୫୦ ପଏଣ୍ଟ ସହ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ।
ପାକିସ୍ତାନ ଟିମ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା । ଅବଦ୍ଦୁଲା ଶାଫିକ୍, ଶାନ ମସୁଦ ଏବଂ ସଲମାନଙ୍କ ଶକତୀୟ ଇନିଂସ ବଳରେ ପାକିସ୍ତାନ ଟିମ୍ ପ୍ରଥମ ଇନିଂସରେ ୫୫୬ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଭ୍ରମଣକାରୀ ଇଂଲଣ୍ଡ ଟିମ୍ ହୈରୀ ବ୍ରୁକଙ୍କ ତ୍ରିଶତକ ଏବଂ ଜୋ ରୁଟଙ୍କ ଦ୍ବିଶତକ ବଳରେ ୮୨୩ ରନର ବିଶାଳ ସ୍କୋର ଛିଡ଼ା କରି ଘୋଷଣା କରିଥିଲା । ହୈରୀ ବ୍ରୁକ ୩୧୭ ରନ ଏବଂ ଜୋ ରୁଟ୍ ୨୬୨ରନ ସଂଗ୍ରହ କରିଥିଲେ । ସେହିପରି ବେନ୍ ଡକେଟ୍ ୮୪ ରନର ପାଳି ଖେଳିଥିଲେ । ହେଲେ ଦ୍ବିତୀୟ ଇଂନିସରେ ପାକିସ୍ତାନ ଟିମ୍ ଇଂଲଣ୍ଡ ବୋଲରଙ୍କ ସାମ୍ନାରେ ତିଷ୍ଟି ପାରିନଥିଲା । ମାତ୍ର ୨୨୦ରନରେ ଅଲଆଉଟ୍ ହୋଇଥିଲା ଦଳ । ଯାହା ଫଳରେ ଇଂଲଣ୍ଡ ଟିମ୍ ଗୋଟିଏ ଇନିଂସ ଏବଂ ୪୭ ରନରେ ବିଜୟୀ ହୋଇଛି ।...