‘ରାମାୟଣ’ର ରାବଣ ହେବେ ୟଶ୍‌, ଡିସେମ୍ବରରୁ ସୁଟିଂ ଆରମ୍ଭ

Published By : Prameya-News7 Bureau | September 12, 2024 IST

ମୁମ୍ଵାଇ ୧୨।୦୯: ନିତେଶ ତିୱାରୀଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ରାମାୟଣ’ରେ ରାବଣ ଭୂମିକାରେ  ନଜର ଆସିବେ ‘କେଜିଏଫ୍‌’ ଷ୍ଟାର୍‌ ୟଶ୍‌ । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆସନ୍ତା ଡିସେମ୍ବରରୁ ସେ ଫିଲ୍ମର ସୁଟିଂ ଆରମ୍ଭ  କରିବେ । ଫିଲ୍ମ ପାଇଁ ୟଶ୍‌ ଅନେକ ଲୁକ୍‌ ଟେଷ୍ଟ୍‌ ମଧ୍ୟ  କରିଛନ୍ତି । ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଟକ୍ସିକ୍‌’ର   କିଛି ସିନ୍‌ର ସୁଟିଂ ଶେଷ କରିବା ପରେ ସେ   ‘ରାମାୟଣ’ର ସୁଟିଂ ଆରମ୍ଭ କରିବାକୁ ପ୍ରସ୍ତୁତ  ହେଉଛନ୍ତି ।

ଆସନ୍ତା ବର୍ଷର ପ୍ରଥମ ୩ ମାସ  ପର୍ଯ୍ୟନ୍ତ ସେ ଫିଲ୍ମ ସୁଟିଂରେ ଭାଗ ନେବେ ।  ରଣବୀର କପୁର, ସନି ଦେଓଲଙ୍କ ଭଳି ସେ ମଧ୍ୟ   ନିର୍ଦ୍ଦେଶକଙ୍କୁ ନିଜ ସୁଟିଂ ତାରିଖର ସମ୍ପୂର୍ଣ୍ଣ ବିବରଣୀ  ଦେଇଛନ୍ତି । ୨୦୨୫ ମଧ୍ୟଭାଗରେ ରଣବୀର ଓ  ସନି ଦେଓଲଙ୍କ ସହ ୟଶଙ୍କ ସିନ୍‌ର  ସୁଟିଂ କରିବେ ନିର୍ଦ୍ଦେଶକ । ସନି  ଆସନ୍ତା ମାର୍ଚ୍ଚ ସୁଦ୍ଧା ହନୁମାନ  ଚରିତ୍ରର ସୁଟିଂ ଆରମ୍ଭ  କରିବେ । ‘ଦଙ୍ଗଲ’  ଫେମ୍‌ ଅଭିନେତ୍ରୀ ସାକ୍ଷୀ   ତନୱର ରାବଣର  ପତ୍ନୀ ମନ୍ଦୋଦରୀ  ଭୂମିକା ନିର୍ବାହ  କରିବେ। ଏଥିରେ  ସେ ପ୍ରଥମ ଥର   ୟଶ୍‌ଙ୍କ ସହ  କାମ କରିବେ ।  ଫିଲ୍ମରେ   ରଣବୀର ରାମ  ଓ ସାଉଥ୍‌  ନାୟିକା ସାଇ   ପଲ୍ଲବୀ ସୀତା  ଭୂମିକାରେ  ନଜର   ଆସିବେ ।  ଚଳିତ ବର୍ଷ  ମାର୍ଚ୍ଚରୁ   ରଣବୀର ଫିଲ୍ମର  ସୁଟିଂ ଆରମ୍ଭ  କରିଥିଲେ । ନିଜ   ଚରିତ୍ରର ପ୍ରାୟ ୯୦ ପ୍ରତିଶତ  ସୁଟିଂ ସେ କରିସାରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.