ହୋଟେଲ ରୁମ୍‌ରୁ ତଳକୁ ଡେଇଁଲେ ଯୁବକ, ଜଣାପଡ଼ିନି କାରଣ

Published By : Prameya-News7 Bureau | April 29, 2025 IST

NEWS UPDATE

ବଲାଙ୍ଗିର ନିଶାଶକ୍ତ ଯୁବକଙ୍କ ଉନ୍ମତକାଣ୍ଡ । ହୋଟେଲ ରୁମ୍‌ରେ ନିଶାସେବନ ପରେ ହୋଟେଲ ରୁମ୍‌ରୁ ତଳକୁ ଡେଇଁଲେ ଯୁବକ । ଯୁବକଙ୍କ ଜୀବନ ଅଳ୍ପକେ ବଞ୍ଚିଯାଇଥିବା ବେଳେ ଗୁରୁତର ଆଘାତ ଲାଗିଛି । ସଂପୃକ୍ତ ଯୁବକ ଜଣଙ୍କ ହେଲେ ରାଜେଶ ଦୀପ । ତାଙ୍କ ଘର ବଲାଙ୍ଗିର ମଧିଆପାଲିରେ ବୋଲି ଜଣାପଡିଛି । 

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସହରରେ ଥିବା ହୋଟେଲ ବ୍ଲୁଲାଗୁନରେ ରୁମ୍ ନେଇ ୪ ଜଣ ସାଙ୍ଗ ରହିଥିଲେ । ସମସ୍ତେ ନିଶାସେବନ କରିଥିଲେ । ହୋଟେଲ ରୁମ୍‌ରୁ ରାଜେଶ ତଳକୁ ଡେଇଁପଡ଼ିଥିଲେ । ତେବେ କାହିଁକି ଓ କେଉଁ କାରଣ ପାଇଁ ଯୁବକ ଜଣଙ୍କ ଡେଇଁପଡିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

ଘଟଣାସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହୋଟେଲ କର୍ମଚାରୀ ଭୀମଭୋଇ ମେଡିକାଲକୁ ପଠାଇଥିଲେ । ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ସମସ୍ତେ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ । ଫେରିବା ପରେ କାହିଁକି ହୋଟେଲ ରୁମ୍‌କୁ ଯାଇଥିଲେ ସେନେଇ ପୋଲିସ ତଦନ୍ତ କରୁଛି ।

You Can Read:

୧୩ ତମ ବିରୂପା ମହୋତ୍ସବ ଅନୁଷ୍ଠିତ, ନାଚ-ଗୀତରେ କମ୍ପିଲା ମଞ୍ଚ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.