ରସିକିଆ ପ୍ରେମିକଙ୍କୁ ଛେଚିଲେ ଯୁବତୀଙ୍କ ପରିବାର, ବିବାହ କରି ଠକିବା ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | September 15, 2024 IST

ଭୁବନେଶ୍ବର ୧୫।୯: ରସିକିଆ ପ୍ରେମିକକୁ ନିର୍ଧୁମ ମାଡ଼ । କ୍ରାଇମବ୍ରାଞ୍ଚ ଦ୍ୱାରା ରସିକିଆ ପ୍ରେମିକ ବିରଞ୍ଚି ନାରାୟଣ ନାଥ ଗିରଫ ପରେ ସାମ୍ନାକୁ ଆସିଲା ବିରଞ୍ଚିର ଠକାମୀ ପରର ଭିଡିଓ । ଜଣେ ଯୁବତୀଙ୍କୁ ବିବାହ ନାଁରେ ଠକିଥିଲା ବିରଞ୍ଚି । ଠକ ବିରଞ୍ଚିକୁ ଧରିବା ପରେ ନିର୍ଧୁମ ଛେଚିଲେ ଯୁବତୀଙ୍କ ପରିବାର । 

ନିଜକୁ MCLରେ ଚାକିରି କରିଥିବା କହି ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ କରିଥିଲା । ପରେ ବିବାହ ନାଁରେ ଠକିଥିଲା ବିରଞ୍ଚି । ବିରଞ୍ଚିର ସତ ଜଣା ପଡିବା ପରେ ତାକୁ କାବୁ କରି ରୁମ୍ ଭିତରେ ମାଡ଼ ମାରିଥିଲେ ଯୁବତୀଙ୍କ ପରିବାର । କେମିତି ମିଛ କହି ଠକୁଥିଲା ବଖାଣିଛି ବିରଞ୍ଚି । 

ଗତ ଶୁକ୍ରବାର ବିରଞ୍ଚିକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ସେକେଣ୍ଡ ମ୍ୟାରେଜ ନାଁରେ ମାଟ୍ରିମୋନିଆଲ ସାଇଟ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି ବିବାହ ପ୍ରସ୍ତାବ ଦେଉଥିଲା । ନିଜକୁ ରେଲୱେ ଅଧିକାରୀ, ଇନକମ ଟ୍ୟାକ୍ସ ଅଧିକାରୀ, କଷ୍ଟମ ଅଧିକାରୀ ପରିଚୟ ଦେଉଥିଲା । 

ମହିଳାଙ୍କୁ ବିବାହ କରି ବ୍ଲାକମେଲିଂ କରୁଥିଲା ବିରଞ୍ଚି । ବିବାହ ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ବ୍ଲାକମେଲିଂ କରି ଟଙ୍କା ମାଗୁଥିଲା । ଟଙ୍କା ନଦେଲେ ଭିଡିଓ ଭାଇରାଲ୍ କରିବାକୁ ଧମକ ଦେଉଥିଲା । ବିରଞ୍ଚିର ଘର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ।

You Can Read:

ଏଭରଗ୍ରୀନ୍ ଚା’ର ବ୍ରାଣ୍ଡ ଆମ୍ବାସଡର ହେଲେ ଟିମ୍ ଇଣ୍ଡିଆର ସଫଳ ସ୍ପିନର କୁଲଦୀପ ଯାଦବ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.