ନୂଆଦିଲ୍ଲୀ ୨୮।୧୧: ପାନ୍ କାର୍ଡ । ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ମଧ୍ୟରୁ ଗୋଟିଏ । ଏହାର ବ୍ୟବହାର ବ୍ୟାଙ୍କିଙ୍ଗ୍, ଆୟକର ରିଟର୍ଣ୍ଣ ସହିତ ଅନ୍ୟାନ୍ୟ ଆର୍ଥିକ ଉଦ୍ଦେଶ୍ୟରେ କରାଯାଏ । କିନ୍ତୁ ଯଦି ଆପଣଙ୍କ ପାନ୍ କାର୍ଡ ଡି-ଆକ୍ଟିଭ ହୋଇଯାଏ, ତେବେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ତେବେ ଏହା ଡି-ଆକ୍ଟିଭ ଅର୍ଥାତ୍ ବନ୍ଦ ହେବାର ରହିଥାଏ ଅନେକ କାରଣ । କିନ୍ତୁ ଡି-ଆକ୍ଟିଭ୍ ହୋଇଥିବା କାର୍ଡକୁ କେମିତି କରିବେ ଆକ୍ଟିଭ୍ ? ଆସନ୍ତୁ ଜାଣିବା... Inactive ପାନ୍ କାର୍ଡକୁ ସକ୍ରିୟ କରିବାକୁ ଆୟକର ବିଭାଗରେ ଆବେଦନ କରନ୍ତୁ । ମୂଲ୍ୟାଙ୍କନ ଅଧିକାରୀ (AO)କୁ ଚିଠି ଲେଖିବାକୁ ପଡିବ ।
ଏହାପରେ ଆୟକର ବିଭାଗ ସପକ୍ଷରେ କ୍ଷତିପୂରଣ ବଣ୍ଡ ପୂରଣ କରନ୍ତୁ । ଗତ ୩ ବର୍ଷ ମଧ୍ୟରେ Inactive ପାନ ବ୍ୟବହାର କରି ଦାଖଲ ହୋଇଥିବା ITRକୁ ଦାଖଲ କରନ୍ତୁ । ଏହାପରେ ଆଞ୍ଚଳିକ ଆୟକର ବିଭାଗ କାର୍ଯ୍ୟାଳୟରେ ଡକ୍ୟୁମେଣ୍ଟ ଦାଖଲ କରନ୍ତୁ ।
ଏହାପରେ AOଙ୍କ ପାଖକୁ ଏକ ରିକ୍ୟୁଏଷ୍ଟ ଯିବ, ଆଉ ତାଙ୍କୁ ଲାଗିବକି ସବୁକିଛି ଠିକ୍ଠାକ୍ ଅଛି, ସେତେବେଳେ ସେ ପାନ୍ କାର୍ଡ ପୁନର୍ବାର ଆକ୍ଟିଭ କରିବାକୁ ଦେବେ । ପାନକାର୍ଡ ଆକ୍ଟିଭ୍ ହେବାକୁ ପ୍ରାୟ ୧୫ ଦିନ ଲାଗିବ। ଆଉ ଏହାପରେ ଆକ୍ଟଭି ହୋଇଯିବ କାର୍ଡ଼ ।