ବିଶାଖାପାଟନମ: ଆଇପିଏଲ ୨୦୨୫ର ଚତୁର୍ଥ ମ୍ୟାଚ୍ ସୋମବାର ବିଶାଖାପାଟନରେ ଦିଲ୍ଲୀ କ୍ୟାପିଟାଲ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ ମଧ୍ୟରେ ଖେଳାଯାଇଛି। ଆଜିର ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଲକ୍ଷ୍ନୌ ବିସ୍ଫୋରକ ବ୍ୟାଟିଂ କରି ୨୦୯ ରନ୍ କରିଛି। ମ୍ୟାଚ୍ ଜିତିବାକୁ ହେଲେ ଦିଲ୍ଲୀକୁ ୨୧୦ ରନ୍ର ବିଶାଳ ଟାର୍ଗେଟ୍ ପୂରା କରିବାକୁ ହେବ। ଦଳ ପକ୍ଷରୁ ମିଚେଲ ମାର୍ସ ଓ ନିକୋଲାସ ପୁରନ ହିରୋ ସାଜିଥିଲେ। ନିକୋଲାସ ପୁରନ ୩୦ ବଲ୍ରେ ୭୦ ରନ୍ର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ମାର୍ସ ୩୬ ବଲ୍ରେ ୭୨ ରନ୍ କରିଥିଲେ।
ଅନ୍ୟପଟେ ଦିଲ୍ଲୀ ପକ୍ଷରୁ ମୋହିତ ଶର୍ମା ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ। ସେ ୪ ଓଭର ବୋଲିଂ କରି ୪୨ ରନ୍ ଦେଇଥିଲେ। ହେଲେ ଗୋଟିଏ ବି ୱିକେଟ ହାସଲ କରିପାରି ନଥିଲେ। ମିଚେଲ ଷ୍ଟାର୍କ ମଧ୍ୟ ୪୨ ରନ୍ ଦେଇଥିଲେ ହେଲେ ସେ ସର୍ବାଧିକ ୩ ୱିକେଟ୍ ହାସଲ କରିଥିଲେ।
ପଢ଼ନ୍ତୁ-କେତେ ପାଠ ପଢ଼ିଛନ୍ତି ଆଇପିଏଲ୍ ସେନସେଶନ୍ ଷ୍ଟାର ପ୍ଲେୟର ? ଜାଣନ୍ତୁ ଏମାନଙ୍କ ବିଷୟରେ…
ସୋମବାର ମ୍ୟାଚ୍ରେ ଟସ୍ ହାରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ ନିଷ୍ପତ୍ତି ନେଇଥିଲା। ନିମନ୍ତ୍ରଣ ପାଇଁ ବ୍ୟାଟିଂ ଆସିଥିବା ଲକ୍ଷ୍ନୌର ବ୍ୟାଟରମାନେ ଦିଲ୍ଲୀ ବୋଲରଙ୍କ ଉପରେ ଧୂଆଁଦାର ବର୍ଷିଥିଲେ। ଦଳ ୪ ଓଭର ବେଳକୁ ଓଭର ପିଛା ୧୦ ରନ୍ ଲେଖାଏ ପକାଇ ୪୦ ରନ୍ କରି ସାରିଥିଲା। ୪.୪ ବଲ୍ରେ ଆଡେନ ମାର୍କରମ(୧୩ ବଲ ୧୫ ରନ୍) ଆଉଟ ହେବା ପରେ ଦଳର ପ୍ରଥମ ୱିକେଟ ପଡ଼ିଥିଲା।ଏହାପରେ ମିଚେଲ ମାର୍ଶ ଓ ନିକୋଲାସ ପୁରନ ଦୁହେଁ ମିଶି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ବଢାଇଥିଲେ।
ମ୍ୟାଚ୍ରେ ପୁରନ ସର୍ବାଧିକ ୭୫ ରନ୍ କରିଥିବା ବେଳେ ମାର୍ସ ୭୨ ରନ୍ କରିଥିଲେ। ତାଙ୍କ ପଛକୁ ଡେଭିଡ ମିଲର ସର୍ବାଧି ୨୭ ରନ୍ କରିଥିଲେ। ସେହିପରି ଶେହେବାଜ ଅହମଦ ମାତ୍ର ୯ ରନ୍ କରିଥିବା ବେଳେ କ୍ୟାପ୍ଟେନ୍ ଋଷବ ପନ୍ତ, ଶାର୍ଦୁଲ ଠାକୁର, ରବି ବିଷ୍ଣୋଇ ଓ ଦିଗବେଶ ରାଠୀ ଶୂନରେ ଆଉଟ୍ ହୋଇଥିଲେ। ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୨୦୯ ରନ କରିପାରିଥିଲା। ଅନ୍ୟପଟେ ଦିଲ୍ଲୀ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୩ ୱିକେଟ ନେଇଥିବା ବେଳେ କୁଲଦୀପ ଯାଦବ ଦୁଇଟି ଓ ଭିପରାଜ ନିଗମ ଓ ମୁକେଶ କୁମାର ୧ ଲେଖାଏ ୱିକେଟ ନେଇଥିଲେ।