ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢାଇଲେ ରାଜ୍ୟ ସରକାର, ଡିସେମ୍ବର ପହିଲାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ନିଷ୍ପତ୍ତି

Published By : Prameya-News7 Bureau | November 30, 2024 IST

ଭୁବନେଶ୍ବର ୩୦।୧୧: ରାଜ୍ୟରେ ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ । ପିଏମ୍‌ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି ରାଜ୍ୟ ସରକାର । ଡିସେମ୍ବର ପହିଲାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଣିକି ବର୍ଦ୍ଧିତ ଦରରେ ମିଳିବ ମଧ୍ୟାହ୍ନ ଭୋଜନ ।

ଏହି ବର୍ଦ୍ଧିତ ଦର ଅନୁଯାୟୀ, ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖର୍ଚ୍ଚ ୭ ଟଙ୍କା ୬୪ ପଇସାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏଥିପାଇଁ ୫ ଟଙ୍କା ୯୦ ପଇସା ଖର୍ଚ୍ଚ ହେଉଥିଲା । ସେହିଭଳି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖର୍ଚ୍ଚ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି ହୋଇଛି । ପୂର୍ବରୁ ଏହା ୮ ଟଙ୍କା ୮୨ ପଇସା ଥିଲା । 

You Can Read:

ପଶ୍ଚିମବଙ୍ଗକୁ ଆଳୁ ମାଗିବେନି ରାଜ୍ୟ ସରକାର, ପଠାଇଲେ ରଖିବେ : ଖାଦ୍ୟ ଯୋଗାଣ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.