ଭୁବନେଶ୍ବର ୩୦।୧୧: ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବେନି ରାଜ୍ୟ ସରକାର । ପଶ୍ଚିମବଙ୍ଗ ଉପରେ ରାଜ୍ୟ ସରକାର ଆଉ ନିର୍ଭରଶୀଳ ହେବେ ନାହିଁ । ପଶ୍ଚିମବଙ୍ଗ ଯଦି ନିଜ ଆଡୁ ଆଳୁ ପଠାଏ ରାଜ୍ୟ ସରକାର ରଖିବେ । ଓଡ଼ିଶା ନିଜ ଆଡୁ ମାଗିବନି ବୋଲି ସ୍ପଷ୍ଟ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶାରେ ଆଳୁ ସଙ୍କଟ ନାହିଁ । ଉତ୍ତରପ୍ରଦେଶରୁ ଆଳୁ ଆସିବା ଆରମ୍ଭ ହୋଇଛି । ଆବଶ୍ୟକ ତୁଳନାରେ ଓଡ଼ିଶାରେ ଆଳୁ ମହଜୁଦ ଅଛି । ପଞ୍ଜାବ ସରକାରଙ୍କ ସହ ବି ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି ।
ସେପଟେ ଦର ବୃଦ୍ଧି ନେଇ ମନ୍ତ୍ରୀ କହିଛନ୍ତି, ବଜାରରେ ଦର ବୃଦ୍ଧି ହୋଇନି । ପରିବହନ ଖର୍ଚ୍ଚ ପାଇଁ ଯେମିତି ଦର ରହିବା କଥା ରହିଛି । ଦର ବୃଦ୍ଧି ହେଲେ ଚଢ଼ାଉ ହେବ । ଆଗାମୀ ଦେଢ଼ ବର୍ଷ ମଧ୍ୟରେ ଓଡ଼ିଶା ସ୍ବାବଲମ୍ବୀ ହେବ । କୌଣସି ରାଜ୍ୟ ଉପରେ ଓଡ଼ିଶା ନିର୍ଭରଶୀଳ ହେବ ନାହିଁ ।
You Can Read:
ଭୁବନେଶ୍ବର ଏୟାରପୋର୍ଟରେ ନୀଳ ରଙ୍ଗର ଅଜଣା ବ୍ୟାଗ୍, CISF ଡଗ୍ ସ୍କ୍ବାଡ୍ କରୁଛି ଯାଞ୍ଚ