କିଡନୀକୁ ସୁସ୍ଥ ରଖିବାକୁ ସକାଳୁ କରନ୍ତୁ ଏହି ୧୦ଟି ଅଭ୍ୟାସ, ହୋଇଯିବେ ପୁରା ଫିଟ୍‌…

Published By : Prameya-News7 Bureau | January 19, 2025 IST

ନୂଆଦିଲ୍ଲୀ ୧୯।୦୧: ଦିନର ଆରମ୍ଭ ସୁସ୍ଥ ଅଭ୍ୟାସରୁ କରିବା ଦ୍ବାରା କିଡନୀର କାର୍ଯ୍ୟଦକ୍ଷତା ବୃଦ୍ଧି ହୋଇପାରେ । ଉଚିତ୍ ଜଳଯୋଜନା, ସନ୍ତୁଳିତ ଭୋଜନ ଏବଂ ମାନସିକ ଚିନ୍ତାରୁ ଦୂରେଇ ରହିବା ଦ୍ବାରା ଏହା ଉତ୍ତମ ସ୍ବାସ୍ଥ୍ୟ ତିଆରି ସହାୟକ ହୋଇଥାଏ । 

ଦିନର ଆରମ୍ଭ ଏକ ଗ୍ଲାସ୍ ପାଣିରୁ କରିବା ଉଚିତ୍ । ଏହା ଶରୀରକୁ ହାଇଡ୍ରେଟ୍ କରିଥାଏ । ଏହାବ୍ୟତୀତ ପାଣି ପିଇବା ଦ୍ବାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଏ ଏବଂ କିଡନୀ ଭଲଭାବେ କାମ କରିଥାଏ । କିଡନୀକୁ ସୁସ୍ଥ ରଖିବା ପାଇଁ ସକାଳୁ ବ୍ୟାୟମ, ଯୋଗ ଏବଂ ସ୍ପିଡ୍ରେ ଚାଲିବା ଉଚିତ୍ । 

ଏହାବ୍ୟତୀତ ବ୍ରେକଫାଷ୍ଟରେ ଜାମୁ, ସବୁଜପତ୍ର ଜାତୀୟ ଖାଦ୍ୟ ସାମିଲ କରିବା ଉଚିତ୍ । କିଡନୀକୁ ପୋଷଣ ଦେବା ପାଇଁ ସକାଳୁ ଫଳ, ସାଗୁଦାନା ପରି ପୋଷକ ତତ୍ତ୍ବ ଭର୍ତ୍ତି ଥିବା ଖାଦ୍ୟ ଖାଇବା ଉଚିତ୍ । ସକାଳୁ ହର୍ବାଲ ଚା ପିଇବାକୁ ଚେଷ୍ଠା କରନ୍ତୁ । ଏହା କିଡନୀରୁ ବିଷାକ୍ତ ପଦାର୍ଥ ବାହାର କରିବା ଏବଂ କିଡନୀ କାର୍ଯ୍ୟକଳାପକୁ ବଢାଇବାରେ ସାହାଯ୍ୟ କରିଥାଏ । 

କମ୍ ଗ୍ଲାଇସେମିକ ଯୁକ୍ତ ଖାଦ୍ୟ ବ୍ରେକ୍ଫାଷ୍ଟରେ ଖାଇବା ଦ୍ବାରା ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ ଏବଂ କିଡନୀ ସ୍ବାସ୍ଥ୍ୟକୁ ମଧ୍ୟ ସୁସ୍ଥ ରଖିଥାଏ । କିଡନୀକୁ ସୁସ୍ଥ ରଖିବା ପାଇଁ କଫିନ୍ ଯୁକ୍ତ ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ମାନସିକ ଚାପରୁ ମୁକ୍ତି ଏବଂ କିଡନୀ ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଦୀର୍ଘ ନିଶ୍ବାସ ନେବା ବ୍ୟାୟମ କରିବା ଉଚିତ୍ । ଏହାବ୍ୟତୀତ କିଡନୀ ଉପରୁ ଚାପ କମାଇବା ପାଇଁ ସକାଳୁ ଅଧିକ ଲୁଣ ଯୁକ୍ତ ଖାଦ୍ୟ ପଦାର୍ଥଠାରୁ ଦୂରେଇ ରହିବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.