ଉତ୍ତର ପ୍ରଦେଶ ମସଜିଦରେ ୧୧ ବର୍ଷର ଝିଅ ସହ ଦୁଷ୍କର୍ମ, ମୌଲାନା ଗିରଫ

Published By : Prameya-News7 Bureau | November 30, 2023 IST

ନୂଆଦିଲ୍ଲୀ: ହମୀରପୁରର ଏକ ମସଜିଦରେ ୧୧ ବର୍ଷର ଝିଅ ସହ ଦୁଷ୍କର୍ମ ହୋଇଛି । ମସଜିଦର ମୌଲାନା ଏହି ଲଜ୍ଜାଜନକ ଘଟଣା ଘଟାଇଥିବା ଜଣାପଡ଼ିଛି । ମସଜିଦକୁ ଉର୍ଦୁ-ଆରବୀ ପଢିବାକୁ ଆସିଥିବା ଝିଅ ସହ ଇମାମ ଦୁଷ୍କର୍ମ କରିଛି । ଝିଅଟି ରକ୍ତାକ୍ତ ଅବସ୍ଥାରେ ଘରେ ପହଞ୍ଚିବା ପରେ ପରିବାର ଲୋକ ଦେଖି ସ୍ତବ୍ଧ ହୋଇଯାଇଥିଲେ । ପୀଡିତାର ବାପାଙ୍କ ରିପୋର୍ଟ ଆଧାରରେ ପୋଲିସ ଅଭିଯୁକ୍ତ ମୌଲାନାକୁ ଗିରଫ କରି ମାମଲାର ତଦନ୍ତ କରୁଛି । ପୀଡିତାର ବାପାଙ୍କ କହିବା ଅନୁସାରେ ଝିଅ ନିଜ ଭାଇ-ଭଉଣୀ ଓ ଗାଁର କିଛି ଲୋକଙ୍କ ସହ ବୁଧବାର ସକାଳେ ଗାଁ ସ୍ଥିତ ମସଜିଦକୁ ପଢିବାକୁ ଯାଇଥିଲା । ୩୦ ବର୍ଷୀୟ ମୌଲାନା ମନ୍ତଜିର ଆଲମ ଝିଅକୁ ନିଜ ରୁମକୁ ନେଇ ତା' ସହ ଦୁଷ୍କର୍ମ କରିଥିଲା । ଏହି ସମୟରେ ଝିଅ କାନ୍ଦିବା ସହ ପାଟି କରିବା ଯୋଗୁଁ ଅନ୍ୟ ପିଲାମାନେ କବାଟ ପିଟିଥିଲେ । ଯାହା ପରେ ପେଶ ଇମାମ ଝିଅକୁ ଛାଡ଼ିଥିଲା ।

ଜୋର ଜବରଦସ୍ତି କାରଣରୁ ଝିଅ ଲହୁଲୁହାଣ ହୋଇଥିଲା । ରକ୍ତାକ୍ତ ଅବସ୍ଥାରେ ହିଁ ଝିଅ ଘରେ ପହଞ୍ଚି ପୂରା ଘଟଣା କହିଥିଲା । ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଝିଅକୁ ମେଡିକାଲ ଯାଞ୍ଚ ପାଇଁ ପଠାଯାଇଛି । ଅଭିଯୁକ୍ତ ବିରୋଧରେ ଏଫଆଇଆର ରୁଜୁ କରିବା ପରେ ପଚରାଉଚରା କରାଯାଉଛି ।

ପଢନ୍ତୁ: ନାବାଳିକାକୁ ଗଣଦୁଷ୍କର୍ମ ଘଟଣା : ୩ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ସହ ୫୦ ହଜାର ଜରିମାନା

ସେହିପରି ହମୀରପୁର ଏସପି କାର୍ଯ୍ୟାଳୟ ଠିକ୍ ସାମନାରେ ସ୍ଥିତ ଆମ୍ୱେଦକର ପାର୍କରୁ ବୁଧବାର ସଂଧ୍ୟାରେ ନଅ ବର୍ଷର ଝିଅକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିଲା । ଅଭିଯୁକ୍ତକୁ ପୋଲିସ ୧୨ ଘଣ୍ଟା ଭିତରେ ଏନକାଉଣ୍ଟର ପରେ ଗିରଫ କରିଛି । ଫାୟାରିଂରେ ଅଭିଯୁକ୍ତର ବାମ ଗୋଡ଼ରେ ଗୁଳି ବାଜିଥିଲା । ଅପହରଣ, ଅସଦାଚରଣ, ଦୁଷ୍କର୍ମ ଓ ପୋକ୍ସୋ ଆକ୍ସ ସହ ପୋଲିସ ଉପରେ ଆକ୍ରମଣ ମମଲା ରୁଜୁ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.