ଲାପଟପ୍‌-ଟାବଲେଟ୍‌ ଆମଦାନୀ ପାଇଁ ୧୧୦ ଆବେଦନକୁ ମିଳିଲା ଅନୁମତି, ତାଲିକାରେ ରହିଛନ୍ତି ଏହି କମ୍ପାନି

Published By : Prameya-News7 Bureau | November 01, 2023 IST

ନୂଆଦିଲ୍ଲୀ: ଗତ ମାସରେ ସରକାର ଲାପଟପ୍‌ ଏବଂ କମ୍ପ୍ୟୁଟର ଆମଦାନୀ ଉପରେ ରୋକ୍‌ ନିୟମରେ ପରିବର୍ତ୍ତନ ନେଇ ଘୋଷଣା କରିଥିଲେ। ଯାହାପରେ କେବଳ ଅଥରାଇଜେସନ ଆଧାରରେ ବିଦେଶରୁ ଆମଦାନୀ କରିବାର ଅନୁମତି ଦିଆଯାଇଛି। ଆମଦାନୀକାରୀଙ୍କୁ କେବଳ ସଂଖ୍ୟା ଏବଂ ମୂଲ୍ୟର ଖୁଲାସା କରିବାକୁ ହେବ।

ଏହି କ୍ରମରେ, ଲାପ୍‌ଟପ୍‌, କମ୍ପ୍ୟୁଟର ଏବଂ ଅନ୍ୟ ଆଇଟି ଉପକରଣ ଆମଦାନୀ କରିବା ପାଇଁ ସରକାରଙ୍କୁ ୧୧୧ ଆବେଦନ ମିଳିଥିଲା। ଯେଉଁଥିରୁ ସରକାର ୧୧୦ ଆବେଦନକୁ ମଞ୍ଜୁରୀ ଦେଇଛନ୍ତି। ଏହି ନୂଆ ପ୍ରକ୍ରିୟା ଦ୍ବାରା ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଲାପଟପ୍‌, ଟାବ୍‌ଲେଟ୍‌ ଏବଂ କମ୍ପ୍ୟୁଟରର ଦେଶକୁ ହେଉଥିବା ଆମଦାନୀର ନିରୀକ୍ଷଣ କରିବା। ତେବେ ଆମଦାନୀ ପାଇଁ ଅନୁମତି ପାଇଥିବା କମ୍ପାନୀଗୁଡିକ ମଧ୍ୟରେ ରହିଛନ୍ତି, ଡେଲ ଇଣ୍ଟରନ୍ୟାସନାଲ ସର୍ଭିସେସ୍ ଇଣ୍ଡିଆ, ଆପଲ୍ ଇଣ୍ଡିଆ, ଏଚପି ଇଣ୍ଡିଆ ସେଲ୍ସ ପ୍ରାଇଭେଟ ଲି, ବଷ୍‌ ଲିମିଟେଡ୍‌ ଇତ୍ୟାଦି।

ଆହୁରି ପଢ଼ନ୍ତୁ: ସେମିକଣ୍ଡକ୍ଟର କ୍ରାନ୍ତିରେ ଆଉ ଏକ ନାମୀ କମ୍ପାନି: ଭାରତରେ କରିପାରେ ବସାଇପାରେ ପ୍ଲାଣ୍ଟ

ପ୍ରକୃତରେ ସରକାର ଲାପଟପ୍‌, ପର୍ସନାଲ କମ୍ପ୍ୟୁଟର, ଟାବଲେଟର ଆମଦାନୀ ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ସରକାର ଯୁକ୍ତି ଦର୍ଶାଇଥିଲେ ଯେ, ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଦରକାର। କିନ୍ତୁ  ହାର୍ଡଓେୟାର କମ୍ପାନିମାନେ ଏହି ନିଷ୍ପତ୍ତିର ବିରୋଧ କରିଥିଲେ।ଫଳରେ ଦେଶରେ ଯୋଗାଣକୁ ନେଇ ଅସୁବିଧା ଉତ୍ପନ୍ନ ହୋଇଥିଲା ଯାହା ପରେ ସରକାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.