ଦୀପାବଳୀରେ ମାରୁତି ସୁଜୁକି ବଲେନୋ ରିଗାଲ ଏଡିସନ ଲଞ୍ଚ: ୬୦ ହଜାର ପର୍ଯ୍ୟନ୍ତ ମାଗଣା ଆସେସୋରିଜ୍ ଅଫର

Published By : Prameya-News7 Bureau | October 16, 2024 IST

indiatoday

ନୂଆଦିଲ୍ଲୀ: ଦୀପାବଳୀ ଅବସରରେ ମାରୁତି ସୁଜୁକି ବଲେନୋ କିଣିବାକୁ ଚାହୁଛନ୍ତି କି? ଟିକେ ରହିଯାଆନ୍ତୁ। ପୁରୁଣା ମଡେଲ ନ କିଣି ନୂଆ ମଡେଲ କିଣନ୍ତୁ। କାରଣ କମ୍ପାନି ନୂଆ ଲିମିଟେଡ ଏଡିସନ୍‌ ଭାରିଆଣ୍ଟ ଲଞ୍ଚ କରିଛି। ଏହି ଏଡିସନରେ ଅନେକ ଭଲ ଫିଚର୍ସ ଦିଆଯାଇଛି। ଫେଷ୍ଟିଭ ସିଜନ ସମୟରେ ଗ୍ରାହକଙ୍କୁ ଅଧିକ ବିକଳ୍ପ ଦେବା ସହ ବିକ୍ରି ବଢ଼ାଇବା ପାଇଁ ମାରୁତି ଏହି ଗାଡ଼ିର ନୂଆ Regal Edition ଆଣିଛି। ତା ସହିତ ୬୦ ହଜାର ପର୍ଯ୍ୟନ୍ତ ମାଗଣା ଆସେସୋରିଜ୍ ମଧ୍ୟ ଦେଉଛି।ତେଣୁ କାର୍ କିଣିବା ପୂର୍ବରୁ  ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣି ରଖନ୍ତୁ  

ଦୀପାବଳିକୁ ନଜରରେ ରଖି ମାରୁତି ସୁଜୁକି ଲଞ୍ଚ କରିଛି ଏହାର ଲୋକପ୍ରିୟ ହ୍ୟାଚବ୍ୟାକ୍‌ ବଲେନୋର ନୂଆ ମଡେଲ। ଏହି ଲିମିଟେଡ ଏଡିସନ ବଲୋନୋର ନାଁ ରହିଛି ବଲେନୋ ରେଗାଲ। କମ୍ପାନି ଏହି କାର‌ର ସବୁ ମଡେଲ ଉପରେ ଆସେସୋରିଜ ମଧ୍ୟ ମାଗଣାରେ ଦେଉଛି। ତେବେ ନୂଆ ଏଡିସନରେ କମ୍ପାନି କାରର ଭିତର ଓ ବାହାର ଲୁକ୍‌ରେ କିଛି ପରିବର୍ତ୍ତନ କରିଛି। 

ମାରୁତି ବଲେନୋ ରିଗାଲ ଏଡିସନରେ ମିଳୁଥିବା ଆସେସୋରିଜ ମଧ୍ୟରେ ରହିଛି ଫ୍ରଣ୍ଟ ଅଣ୍ଡରବଡି ସ୍ପଏଲର, ରିୟର ଅଣ୍ଡରବଡି ସ୍ପଏଲର, ଡୁଆଲ ଟୋନ ସିଟ୍‌ କଭର, ୩ଡି ମ୍ୟାଟ୍, ସାଇଡ ମେଲ୍ଡିଂ, ମଡ କ୍ଲାବ, ୩ଡି ବୁଟ‌ ମ୍ୟାଟ, ଗ୍ରିଲ ଏବଂ ରିୟ କ୍ରୋମ ଗାର୍ନିଶ, ଷ୍ଟିୟରିଂ କଭର, ଫଗ ଲାମ୍ପ, ଭାକ୍ୟୁମ କ୍ଲିନର, ବଡି କଭର, ନେକ୍ସା କୁଶନ, ଡୋର ଭାଇଜର, ସିଲ୍‌ ଗାର୍ଡ, ରିୟର ପାର୍ସଲ ଟ୍ର, ୱିଣ୍ଡୋ କର୍ଟେନ, ଟାୟାର ଇନଫ୍ଲୋକ୍ଟର, ଲୋଗୋ ପ୍ରୋଜେକ୍ଟର ଲ୍ୟାମ୍ପ ଏବଂ କ୍ରେମା ଡୋର ହ୍ୟାଣ୍ଡେଲ। ଆଉ ଏହି ସବୁ ଆସେସୋରିଜ ସହ ପୂରା ପ୍ୟାକେଜର ଦାମ୍‌ ଭାରିଆଣ୍ଟ ଅନୁଯାୟୀ, ୪୫ ହଜର ୮୨୯ ଟଙ୍କାରୁ ୬୦, ୧୯୯ ଟଙ୍କା ରହୁଥିବା ବେଳେ ଦୀପାବଳୀ ଅଫରରେ କମ୍ପାନି ଏହାକୁ ମାଗଣା ଦେବ। 

କାରରେ ରହିଛି ଅତ୍ୟାଧୁନିକ ୧.୨ ଲିଟରର ପେଟ୍ରୋଲ ଇଞ୍ଜିନ। ଏହି ଇଞ୍ଜିନ ୯୦ hpର ପାୱାର ଏବଂ ୧୧୩nmର ପିକ‌ ଟର୍କ ଉତ୍ପନ୍ନ କରିଥାଏ। କାର‌ରେ ଟ୍ରାନ୍ସମିସନ ବିକଳ୍ପରେ ୫ସ୍ପିଡ ମାନୁଆଲ ଏବଂ ୫ସ୍ପିଡ AMT ସାମିଲ ରହିଛି। ଡେଲ୍ଟା ଏବଂ ଜେଟା ଭାରିଆଣ୍ଟ ସହ କାର‌ର ସିଏନଜି ମଡେଲ ମଧ୍ୟ ରହିଛି। ମାରୁତି ବଲେନୋର ଏକ୍ସ ଶୋ ରୁମ ମୂଲ୍ୟ ୬.୬୬ ଲକ୍ଷରୁ ଆରମ୍ଭ ହୋଇ ଟପ ମଡେଲର ଦାମ୍‌ ୯.୮୩ ଲକ୍ଷ ଟଙ୍କା ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.