Blinkit ରେ ‘ଜିରୋ’ ନୋଟିସ୍ ପଲିସି ସମାପ୍ତ, ଏବେ କର୍ମଚାରୀଙ୍କୁ ଚାକିରୀ ଛାଡିବା ଆଉ ହେବନି ସହଜ

Published By : Prameya-News7 Bureau | October 16, 2024 IST

ଗୁରୁଗ୍ରାମ ୧୬।୧୦: କ୍ୱିକ୍ କମର୍ସ ସେକ୍ଟରର ଦିଗ୍ଗଜ କମ୍ପାନୀ ବ୍ଲିଂକିଟ୍ କର୍ମଚାରୀଙ୍କ ଚାକିରୀ ଛାଡିବା ନୀତି କଡାକଡି କରିଛନ୍ତି। ଜେପ୍ଟୋ, ଫ୍ଲିପକାର୍ଟ ମିନିଟସ ଓ ସ୍ୱିଗୀ ଇଂଷ୍ଟାମାର୍ଟଙ୍କ ଭଳି ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀଙ୍କ ଯୋଗ୍ୟ କର୍ମଚାରୀଙ୍କୁ ନିଜ ସହ ଯୋଡିବା ଲାଗି ଯୋଜନା ଯୋଗୁ ବ୍ଲିଂକିଟ୍ ଜିରୋ ନୋଟିସ୍ ପଲିସି ସମାପ୍ତ କରିଦେଇଛି। ଏଣୁ ଏହି କମ୍ପାନୀରେ ଚାକିରୀ କରୁଥିବା କର୍ମଚାରୀ ଆଉ ଆଗଭଳି ଇସ୍ତଫା ଦେବାମାତ୍ରେ ଚାକିରୀ ଛାଡିପାରିବେନି। ଏବେ କର୍ମଚାରୀଙ୍କୁ ଚାକିରୀ ଛାଡ଼ିବା ପାଇଁ ୨ ମାସ ପୂର୍ବରୁ ନୋଟିସ୍ ଦେବାକୁ ପଡିବ। 

ବଦଳିଲା ଏମ୍ପ୍ଲଏମେଣ୍ଟ କଣ୍ଟ୍ରାକ୍ଟ
ମନିକଣ୍ଟ୍ରୋଲ ରିପୋର୍ଟ ଅନୁସାରେ ବ୍ଲିଂକିଟ୍ କମ୍ପାନୀର ଏମ୍ପ୍ଲଏମେଣ୍ଟ କଣ୍ଟ୍ରାକ୍ଟରେ ମଧ୍ୟ ପରିବର୍ତ୍ତନ କରିଛି। ନୂଆ କଣ୍ଟ୍ରାକ୍ଟ ଅନୁସାରେ କର୍ମଚାରୀଙ୍କୁ ଶୁନରୁ ୨ ମାସର ନୋଟିସ୍ ଦେବାକୁ ପଡିବ। ଏହା ସହିତ କମ୍ପାନୀ ଗାର୍ଡନ ଲିଭ ପଲିସି ମଧ୍ୟ ଲଞ୍ଚ କରିଛି। ଏହି ନିତି ଅନୁସାରେ ଯଦି କମ୍ପାନୀ ଜାଣିବାକୁ ପାଏ କର୍ମଚାରୀ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀକୁ ଯାଉଛନ୍ତି ତେବେ ତାଙ୍କୁ ତୁରନ୍ତ ଦୁଇ ମାସ ଛୁଟି ଦେଇଦିଆଯିବ। ଯାହା ଦ୍ୱାରା କମ୍ପାନୀ କୌଣସି ଡାଟା ଲିକ୍‌ କୁ ରୋକିପାରିବ। 

ଟପ ଟାଲେଣ୍ଟଙ୍କୁ ନିଜ ଆଡକୁ ଆକର୍ଷିତ କରୁଛନ୍ତି କମ୍ପାନୀ
ଦେଶର କ୍ୱିକ୍ କମର୍ସ ବିଜନେସ୍ ୫.୫ ବିଲିୟନ ଡଲାରର। ଏଥିରେ ଦ୍ରୁତ ଅଭିବୃଦ୍ଧି ମଧ୍ୟ ହେଉଛି। ପୁରୁଣା ପ୍ଲେୟରଙ୍କ ବ୍ୟତୀତ ନିକଟରେ ଏଥିମଧ୍ୟକୁ ଫ୍ଲିପକାର୍ଟ ଭଳି ଦିଗ୍ଗଜ କମ୍ପାନୀଙ୍କର ମଧ୍ୟ ଏଣ୍ଟ୍ରି ହୋଇଛି। ଏହି ସବୁ କମ୍ପାନୀମାନେ ଇଣ୍ଡଷ୍ଟ୍ରିର ଟପ୍ ଟାଲେଣ୍ଟଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏଣୁ ବ୍ଲିଂକିଟ୍ ଭଳି ପୁରୁଣା କମ୍ପାନୀ ଏବେ ଚାପରେ ଅଛନ୍ତି। ସୂତ୍ର ଅନୁସାରେ ଜେପ୍ଟୋ ଓ ଫ୍ଲିପକାର୍ଟ ଭଳି କମ୍ପାନୀ ବ୍ଲିଂକିଟ୍‌ର ପୁରୁଣା ସାଥୀମାନଙ୍କୁ ବଡ଼ ଅଫର ଦେଇ ନିଜ ଆଡକୁ ଆକର୍ଷିତ କରୁଛନ୍ତି। 

ନୋଟିସ୍ ପିରିୟଡ ଯୋଗୁ କର୍ମଚାରୀଙ୍କୁ ରୋକିପାରିବ କମ୍ପାନୀ

ବ୍ଲିଂକିଟ୍ ଏବେ ଚାକିରୀ ଛଡିବା ପାଇଁ ନୋଟିସ ପିରିୟଡ ବ୍ୟବସ୍ଥା କରିଥିବାରୁ କମ୍ପାନୀକୁ ଭଲ କର୍ମଚାରୀଙ୍କୁ ରୋକିବାର ସୁଯୋଗ ମିଳିପାରିବ। କ୍ୱିକ୍ କମର୍ସ ସେକ୍ଟରରେ ନିବେଶ ବଢୁଥିବାରୁ କର୍ମଚାରୀ ଭଲ ଅଫର ପାଇଁ ଅନ୍ୟ ସଂସ୍ଥାକୁ ଚାଲିଯିବାର ଅନେକ ସମ୍ଭାବନା ସୃଷ୍ଟି ହୋଇଛି। ନିକଟରେ ଜେପ୍ଟୋକୁ ୩୪କୋଟି ଡଲାରର ଫଣ୍ଡିଂ ମିଳିଛି। ଏହି କମ୍ପାନୀ ମଧ୍ୟ ଦ୍ରୁତ ଅଭିବୃଦ୍ଧି କରୁଛି। ଫ୍ଲିପକାର୍ଟ ମିନିଟସ୍ ବେଙ୍ଗାଲୁରୁରୁ ବ୍ୟବସାୟ ଆରମ୍ଭ କରିଥିଲା। ଏବେ ଏହି କମ୍ପାନୀ ଦେଶର ଅନ୍ୟ ସହରାଞ୍ଚଳକୁ ସମ୍ପ୍ରସାରିତ ହେବାକୁ ଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.