ଆନ୍ଦୋଳନରୁ ଓହରିଲେ ସାମସଙ୍ଗ ଇଣ୍ଡିଆ କର୍ମଚାରୀ, ବିଭିନ୍ନ ଦାବି ନେଇ ୩୭ ଦିନ ଧରି ବସିଥିଲେ ଧର୍ମଘଟରେ

Published By : Prameya-News7 Bureau | October 16, 2024 IST

ଚେନ୍ନାଇ: ଆନ୍ଦୋଳନରୁ ଓହରିଲେ ସାମସଙ୍ଗ ଇଣ୍ଡିଆର କର୍ମଚାରୀ। ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଶ୍ରୀପେରଂବୁଦୁର ୟୁନିଟ୍‌ରେ କାର୍ଯ୍ୟରତ କର୍ମଚାରୀ ମଙ୍ଗଳବାର ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି। ରାଜ୍ୟ ସରକାର ଏବଂ ପ୍ରଶାସନ ସହ ବହୁଥର ଆଲୋଚନା ପରେ ପ୍ରାୟ ୩୭ ଦିନର ଧର୍ମଘଟରୁ ଓହରିଛନ୍ତି। ତାମିଲନାଡୁ ସରକାର କହିଛନ୍ତି କର୍ମଚାରୀ ପୁଣି କାମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେଣ୍ଟର ଅଫ୍‌ ଇଣ୍ଡିଆନ ଟ୍ରେଡ୍ ୟୁନିୟନ (CITU) ନେତୃତ୍ବରେ ଧର୍ମଘଟ କରୁଥିବା କର୍ମଚାରୀ ବେତନ ବୃଦ୍ଧି ସହ ଅନ୍ୟାନ୍ୟ ଦାବିକୁ କମ୍ପାନି ପରିଚାଳନା ପ୍ରଶାସନ ମାନିନେଇଥିଲା। ଆଲୋଚନା ସମୟରେ କର୍ମଚାରୀ ଏବଂ କମ୍ପାନି ପ୍ରତିନିଧିଙ୍କ ମଧ୍ୟରେ ସହମତି ହୋଇଥିଲା। କର୍ମଚାରୀମାନେ ତୁରନ୍ତ ଧର୍ମଘଟ ବନ୍ଦ କରି କାମରେ ଯୋଗଦେବାକୁ ସହମତି ଜଣାଇଥିଲେ। କମ୍ପାନି ତରଫରୁ ମଧ୍ୟ କୁହାଯାଇଛି ଯେ, ଧର୍ମଘଟରେ ସାମିଲ କର୍ମଚାରୀଙ୍କୁ ପ୍ରତାଡ଼ିତ କରାଯିବ ନାହିଁ। 

ସୂଚନାଥାଉକି, ସାମସଙ୍ଗର ଏହି ୟୁନିଟ୍‌ରେ ଧର୍ମଘଟ ସେପ୍ଟେମ୍ବର ୯ରେ ଆରମ୍ଭ ହୋଇଥିଲା। ଧର୍ମଘଟ କରିବା ପଛରେ କର୍ମଚାରୀ, କମ୍ ଦରମା ସହ ଅଧିକ କାମ, ବହୁତ ଅଧିକ ଓଭରଟାଇମ ଟାର୍ଗେଟ ଏବଂ ୟୁନିୟନକୁ ମାନ୍ୟତା ନଦେବା ଏବଂ କମ୍ପାନି ପଲିସି ଭଳି ପ୍ରସଙ୍ଗକୁ ବିରୋଧ କରି ଧର୍ମଘଟ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.