ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା : ଆସନ୍ତା ୩ ବର୍ଷରେ ତିଆରି ହେବ ୧୫ ହାଜର କିଲୋମିଟର ରାସ୍ତା

Published By : Prameya-News7 Bureau | March 31, 2025 IST

ଭୁବନେଶ୍ବର ୩୧୩: ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ତିଆରି ହେବ ସାଢ଼େ ୬ ହାଜର କିଲୋମିଟର ରାସ୍ତା । NHAI ଓ ରାଜ୍ୟ ରାଜପଥ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ପରେ ପୂର୍ତ୍ତ ମନ୍ତ୍ରୀ ସୂଚନା ଦେଇଛନ୍ତି । ଆସନ୍ତା ୩ ବର୍ଷରେ ୧୫ ହାଜର କିଲୋମିଟର ରାସ୍ତା ତିଆରି ହେବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି, NHAI ପ୍ରକଳ୍ପ ଓ ଭବିଷ୍ୟତରେ ରାଜ୍ୟ ରାଜପଥର ଯେଉଁ ପ୍ରକଳ୍ପ ହେବ, ସେ ନେଇ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ହେଲା । ଆର୍ଥିକ ବର୍ଷ ଶେଷ ଦିନରେ ବିସ୍ତୃତ ସମୀକ୍ଷା କରାଯାଇଛି । ଆସନ୍ତା ୩ ବର୍ଷରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାରେ ୧୭ ହଜାର କିଲୋମିଟର ରାସ୍ତା ହେବ । କେମିତି ଏହା ବ୍ୟବସ୍ଥିତ ହେବ, ସେ ନେଇ ଆଲୋଚନା ହେଲା । ଦୁଇରୁ ତିନି ଦିନ ପରେ ବିଧାନସଭାରେ ଆସିବ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍ । ଏପ୍ରିଲ ୧ ତାରିଖରୁ ନୂଆ ଆର୍ଥିକ ବର୍ଷରେ ସାଢେ ୬ ହଜାର କିଲୋମିଟର ରାସ୍ତା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

You Can Read:

ଘଷିପୁରାର ପାଣ୍ଡୁଆ ଓ ପଞ୍ଚହରାରେ ପବିତ୍ର ଇଦ୍-ଉଲ୍-ଫିତର ପାଳିତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.