ଉମରକୋଟରେ ଗୋଷ୍ଠୀ ସଂଘର୍ଷ, ଉଭୟ ପଟୁ ୨ଆହତ

Published By : Prameya-News7 Bureau | June 15, 2024 IST

ଉମରକୋଟ ୧୫/୬: ସରକାରୀ ଜାଗା ପାଇଁ ୨ଗୋଷ୍ଠୀ ହାତାହାତି । ଉଭୟ ପକ୍ଷରୁ ୨ ଆହତ  । ନବରଙ୍ଗପୁର ରାଇଘର ବ୍ଲକ ହାତୀବେନା ଡିଏନକେ ଗାଁରେ ଗୋଷ୍ଠୀ ସଂଘର୍ଷ । ଗୋଟିଏ ଗୋଷ୍ଠୀ ଦୀର୍ଘ ୯ମାସ ଧରି ସାମାଜିକ ବାସନ୍ଦର ଶିକାର ହୋଇଥିବାରୁ ଗାଁରେ ଲାଗିରହିଥିବା ବିବାଦ ଉଗ୍ରରୂପ ନେଇଛି । ୨ ଗୁରୁତର ଶରତ ମଲ୍ଲିକ ଓ ସମିତ ମଲ୍ଲିକ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସମିତଙ୍କ ବାମ ହାତ ଭାଙ୍ଗିଯାଇଥିବାବେଳେ ଶରତଙ୍କ ମୁଣ୍ଡରେ ଆଘାତ ଲାଗିଛି । ସଂଘର୍ଷ ପରେ ଗାଁରେ ଉତ୍ତେଜନା ଲାଗିରହିଛି । ପୋଲିସ ଘଟଣା ଉପରେ ନଜର ରଖିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.