ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବଦଳି ହେଲେ ୨ ଓଏଏସ

Published By : Prameya-News7 Bureau | June 17, 2024 IST

ଭୁବନେଶ୍ଵର: ରାଜ୍ୟରେ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦୁଇଜଣ ନୂଆ ଅଫିସରଙ୍କୁ ଅବସ୍ଥାପିତ କରାଯାଇଛି । ତ୍ରିଲୋଚନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ସୋମବାର ସାଧାରଣ ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି  କରାଯାଇଛି।

ଓଏଏସ ତ୍ରିଲୋଚନ ମହାନ୍ତି କେନ୍ଦୁଝର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି। ସେ  ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ସେହିଭଳି ମନୋଜ କୁମାର ବେହେରା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ହୋଇଛନ୍ତି। ମନୋଜ ବିଡିଏରେ ଲ୍ୟାଣ୍ଡ ଅଫିସର ଅଛନ୍ତି। ତାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି। 

ରାଜ୍ୟରେ ୧୨ ତାରିଖରେ  ସରକାର ଗଠନ ପରେ ଆକ୍ସନ ମୋଡରେ ମୋହନ ମାଝୀଙ୍କ ସରକାର। ପ୍ରତିଦିନ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ମାରାଥନ ବୈଠକ ଚାଲିଛି। ସାଧାରଣ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ସୁଖ ଦୁଃଖ ପଚାରି ବୁଝୁଛନ୍ତି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.