ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ , ୨୦୦୦ ଗୁଳି ଜବତ, ୬ ଗିରଫ

Published By : Prameya-News7 Bureau | August 12, 2022 IST

ନୂଆଦିଲ୍ଲୀ ୧୨।୮: ପୂର୍ବ ଦିଲ୍ଲୀ ଆନନ୍ଦ ବିହାର ଅଞ୍ଚଳରୁ ଦିଲ୍ଲୀ ପୋଲିସ ୨୦୦୦ ଜୀବନ୍ତ ଗୁଳି ଜବତ କରିଛି। ୭୫ତମ ସ୍ୱାଧୀନତା ଦିବସକୁ ଧୂମଧାମରେ ପାଳନ ପାଇଁ ଦିଲ୍ଲୀ ପ୍ରସ୍ତୁତ ହେଉଥିବା ବେଳେ ଏହି ଘଟଣା ଆତଙ୍କର କାରଣ ପାଲଟିଛି। ସ୍ୱାଧୀନତା ଦିବସ ପାଳନର ୩ ଦିନ ପୂର୍ବରୁ ଏଭଳି ଗୁଳି ଜବତ ବାସ୍ତବିକ ଚିନ୍ତାଜନକ। ମାମଲରେ ପୋଲିସ ୬ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି।

ଚଳିତ ସପ୍ତାହ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଜଣେ ସକ୍ରିୟ ଆଇଏସଆଇଏସ ସଦସ୍ୟକୁ ପୋଲିସ ଗିରଫ କରିଥିଲା। ଗିରଫ ଯୁବକ ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟିର ଦ୍ୱିତୀୟ ବର୍ଷର ଛାତ୍ର ବୋଲି ଜଣାପଡିଛି। ଗିରଫ ଯୁବକ ମହସିନ ଅହମ୍ମଦ ଆଇଏସଆଇଏସର ଜଣେ ସକ୍ରିୟ ସଦସ୍ୟ ଓ ଭାରତରେ ପାଣ୍ଠି ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଥିଲା। ସେ ସଂଗ୍ରହ କରୁଥିବା ଅର୍ଥକୁ କ୍ରେଫ୍ଟୋ କରେନ୍ସୀରେ ପରିବର୍ତ୍ତିତ କରି ସିରିଆ ଓ ଅନ୍ୟ ସ୍ଥାନମାନଙ୍କୁ ପଠାଉଥିଲା।

ଭାରତ ସୋମବାର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବ। ସ୍ୱାଧୀନତାର ୭୫ତମ ବାର୍ଷିକ ପାଳନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ବେଳେ ଆତଙ୍କବାଦ ତତ୍ୱ ଦେଶର ଖୁସିକୁ ଫିକା କରିବା ଯୋଜନାରେ ଅଛନ୍ତି। ଏଣୁ ରାଜଧାନୀ ଦିଲ୍ଲୀ ସମେତ ସାରା ଦେଶରେ ସୁରକ୍ଷା କଡାକଡି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.