ମଡର୍ଣ୍ଣ ପ୍ରେମିକାଙ୍କ ପ୍ରେମ ଜାଲ ; ୨୦ପ୍ରେମିକଙ୍କ ହୃଦୟର ରାଣୀ, ଗିଫ୍ଟ ପଇସାରେ ଅଏସ୍ ଆଉ ଘର

Published By : Prameya-News7 Bureau | July 10, 2024 IST

ନୂଆଦିଲ୍ଲୀ 10/07 : ପୁଅଟିଏ ଯଦି ପ୍ରେମିକାକୁ ଠକିଦେଲା ତାହେଲେ ତାକୁ ପ୍ରବଞ୍ଛକ, ଲମ୍ପଟ ଆଦି ଅନେକ ଶବ୍ଦରେ ଭତ୍ସନା କରାଯାଏ। ସମାଜରେ ତାକୁ କେତେ କଥା ଶୁଣିବାକୁ ପଡ଼େ। ତେବେ ଏମିତି କେହି ଜଣେ ଝିଅ ଅଛି ଯିଏ ପୁଅଟିଏ ଭଳି   ପ୍ରେମ ନାଟକ କରିପାରେ। ପ୍ରେମ ନାଟକ ନୁହେଁ ସୁପର ଲଭ୍ ଡ୍ରାମା, ଜବରଦସ୍ତ  ଚାଲବାଜି କରିପାରେ। ଏମିତି ଜଣେ ବହୁ ପ୍ରେମିକଙ୍କ ପ୍ରେମିକା ଆମ ଏ ଖବରର ନାୟିକା । ହୁଏତ କହିପାରନ୍ତି ଖଳନାୟୀକା। କିନ୍ତୁ ଯାହା ବି ହେଉ ତାଙ୍କ କାରନାମା ଜବରଦସ୍ତ।  

ସୋସିଆଲମିଡିଆରେ ସେ ଏବେ ଭାଇରାଲ୍। ତାଙ୍କୁ ନେଇ ଚର୍ଚ୍ଚା।  ତାଙ୍କ ଇସାରାରେ 20 ପ୍ରେମିକ।  ଅର୍ଥାତ୍ 20 ଜଣ ତାଙ୍କ ପ୍ରେମରେ। ତେବେ ସେ ସମସ୍ତଙ୍କୁ ମନ ଦେଇ ନାହାନ୍ତି। ସେମାନଙ୍କଠୁ ଗିଫ୍ଟ ନେଇ କିଣୁଛନ୍ତି ଘର। ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରତ୍ୟେକ ପ୍ରେମିକଙ୍କୁ ସେ ଆଇଫୋନ୍ ମାଗିଥିଲେ, ଆଉ ସେ ସମସ୍ତ 20ଟି ଆଇଫୋନ୍ ବିକ୍ରି କରି ନିଜ ପାଇଁ କିଣିଥିଲେ ଘର। 

ସେହି ଝିଅଟିର ନାଁ ଜିଆଓଲି। ଚୀନ୍ ର ବାସୀନ୍ଦା।  ସେ ନିଜ ଅଭିଜ୍ଞତା କିଆଓବା ନାମକ ଜଣେ ବ୍ଲଗରଙ୍କ ସହ ନିଜ କାହାଣୀ ସେଆର୍ କରିଛନ୍ତି।  ସେ  କହିଛନ୍ତି, ମୋର 20 ବୟଫ୍ରେଣ୍ଡ୍। ଆଉ ସେହି  20 ଜଣଙ୍କୁ ଆଇଫୋନ୍ 7s  ଗିଫ୍ଚ ଦେବାକୁ କହିଥିଲି। ସେମାନେ ଦେଇ ବି ଥିଲେ।  ତା’ପରେ ସେହି ଆଇଫୋନ୍ ଗୁଡ଼ିକୁ ବିକ୍ରି କରିଥିଲି। ଆଉ ଏକ ନୂଆ ଘର ପାଇଁ  ଡାଉନ୍ ପେମେଣ୍ଟ କରିଥିଲି। କିଆଓବା ବହୁତ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ଜିଆଓଲି ପ୍ରକାଶ କରିଥିଲେ ଯେ ସେ 20 ଟି ଆଇଫୋନ୍ କୁ ମୋବାଇଲ୍ ଫୋନ୍ ରିସାଇକ୍ଲିଂ ପ୍ଲାଣ୍ଟରେ 17,815 ଡଲାରରେ (14 ଲକ୍ଷ 87 ହଜାର 93 ଟଙ୍କା) ବିକ୍ରି କରି ଘର କିଣିବା ପାଇଁ ଟଙ୍କା ବ୍ୟବହାର କରିଥିଲେ। ଜିଆଓଲି ଏକ ଗରିବ ପରିବାରର ଝିଅ।  ତେଣୁ ସେ ଟଙ୍କା ପାଇଁ ଏମିତି ଯୋଜନା କରିଥିଲେ। ବୟଫ୍ରେଣ୍ଡଙ୍କୁ ମାଧ୍ୟମ କରି ନିଜର ସଉକ କରିଥିଲେ ପୂରା। 


ଇନଷ୍ଟାଗ୍ରାମ ଆକାଉଣ୍ଟ୍ @ ଟେକ୍_ଗ୍ରାମ ଏହି କାହାଣୀକୁ ସେଆର୍  କରିଛି। ଯାହା ଖୁବ୍ ଜୋରେ ଭାଇରାଲ୍ ହେବାରେ ଲାଗିଛି। ଏହି ପୋଷ୍ଟକୁ 171 ମିଲିୟନରୁ ଅଧିକ ଥର ଦେଖାଯାଇଛି ଏବଂ 160,000ରୁ ଅଧିକ ଲୋକ ଏହାକୁ ସେୟାର କରିଛନ୍ତି। ଶହ ଶହ  ଲୋକ ଏହା ଉପରେ କମେଣ୍ଟ ବି ଦେଇଛନ୍ତି। ପଲକ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ଝିଅଟି ଠିକ୍ କାମ କରିଛି, ଯେହେତୁ ତାଙ୍କୁ କେବଳ ଗୋଟିଏ ଫୋନ୍ ଦରକାର, ତେବେ ସେ ଅନ୍ୟ 19କୁ କାହିଁକି ରଖିବ? ଅନ୍ୟ ଜଣେ ୟୁଜର ଝିଅର ଅଜବ କାର୍ଯ୍ୟକୁ ସମର୍ଥନ କରିନଥିଲେ। ଶେଖ ଅବଦୁଲ ନାମକ ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି ଯେ ଆମ ଦେଶର ଝିଅମାନେ ଏହି ଚାଇନାର ଝିଅମାନଙ୍କଠାରୁ ଏପରି କୌଶଳ ଶିଖିବା ଆବଶ୍ୟକ। ତେବେ ଏହି ପୋଷ୍ଟଟି  ନିକଟରେ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା, କିନ୍ତୁ ଘଟଣାଟି ପ୍ରକୃତରେ 2016ର। 

Also Read- ସଫା ସୁଟ୍ ବୁଟ୍ ସହ ଭିଡୁଥିଲେ ନୀଳ ଟାଏ, ମୃତକୁ ଜୀବିତ ଦାବି କରୁଥିଲେ: ଏମିତି କହି ଠକୁଥିଲେ ଭୋଲେ ବାବା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.