ଏଟିଏମ୍ ଭାଙ୍ଗି ଲୁଟୁଥିଲେ ୪ ଲୁଟେରା, ୩ ଜଣଙ୍କୁ ମାଡିବସିଲା ପୋଲିସ,ମାଷ୍ଟରମାଇଣ୍ଡ ଫେରାର

Published By : Prameya-News7 Bureau | July 12, 2024 IST

ବୌଦ୍ଧ୧୨/୭:  ଫସର ଫାଟିଲା ଲୁଟେରାଙ୍କ ଲୁଟ୍‌ ଉଦ୍ୟମ । ଲୁଟ୍‌ ଉଦ୍ୟମ ବେଳେ ୩ ଜଣ ଆନ୍ତଃରାଜ୍ୟ ଲୁଟେରା ଗିରଫ । ପୋଲିସକୁ ଚକ୍‌ମା ଦେଇ ଖସିଯାଇଛି ମାଷ୍ଟରମାଇଣ୍ଡ । ଗିରଫ ୩ ଅଭିଯୁକ୍ତ ଶେରଗଡର ରୋସନ ରାଉତ, କଟକ ପୁରୀଘାଟର ସୁରେନ୍ଦ୍ର ସେଠୀ ଓ ଖାନ ନଗରର ଦେବାଶିଷ ପ୍ରଧାନ । 

ବୌଦ୍ଧ ଜିଲ୍ଲା ତିଲେଶ୍ବର ଗାଁରେ ଥିବା SBI ଏଟିଏମ୍‌ ଭାଙ୍ଗି ଲୁଟୁଥିଲେ ୪ ଲୁଟେରା । ଠିକ ସମୟରେ ପୁରୁଣା କଟକ ପୋଲିସ ଆସି ୩ ଜଣଙ୍କୁ ମାଡିବସିଥିବାବେଳେ ମାଷ୍ଟରମାଇଣ୍ଡ ଫେରାର ହୋଇଯାଇଛି । ଗୋଟିଏ କାର୍‌ ସହ ଲୁଟ୍‌ରେ ବ୍ୟବହୃତ ବହୁ ସାମଗ୍ରୀ ଜବତ କରାଯାଇଛି । ପୁରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.