ମାଲଗୋଦାମ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍, ମାଷ୍ଟରମାଇଣ୍ଡ ସମେତ ୩ ଗିରଫ

Published By : Prameya-News7 Bureau | March 26, 2025 IST

କଟକ ୨୬: ମାଲଗୋଦାମ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍ ଘଟଣାର ପର୍ଦ୍ଦାଫାଶ କଲା କଟକ କମିସନରେଟ୍ ପୋଲିସ । ଲୁଟ୍ ଘଟଣାର ମାଷ୍ଟରମାଇଣ୍ଡ ବ୍ୟବସାୟୀ ନିରଞ୍ଜନ ଗୋୟାଙ୍କା ଡ୍ରାଇଭର ସହ ସମୁଦାୟ ୩ ଜଣଙ୍କୁ ଗିରଫ କରିଛି ବାଦାମବାଡ଼ି ଥାନା ପୋଲିସ । 

ବାଦାମବାଡ଼ି ବିକାଶ ନଗରରେ ଥିବା ଅପାର୍ଟମେଣ୍ଟରେ ବ୍ୟବସାୟୀ ନିରଞ୍ଜନଙ୍କୁ ବନ୍ଧୁକ ଦେଖାଇ ଲୁଟିଥିଲେ ୫ ଲକ୍ଷ ଟଙ୍କା । ଲୁଟ୍ ପରେ ସମସ୍ତେ ଫେରାର ହୋଇଯାଇଥିଲେ । ତଦନ୍ତ ପାଇଁ କଟକ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଗଠନ ହୋଇଥିବା ଟିମ୍ ଏହି ୩ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଅଭିଯୁକ୍ତ ମାନେ ସ୍ମାର୍ଟ ଉପାୟରେ ଏକ ଆପ୍ ଯୋଗେ ପରସ୍ପର ସହ କଥାବାର୍ତ୍ତା ହେଉଥିଲେ । ତେବେ ଏମାନଙ୍କ ନିକଟରୁ ନଗଦ ୩ ଲକ୍ଷ ୫ ହଜାର ଟଙ୍କା, ଖେଳନା ବନ୍ଧୁକ, ୩ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଏହି ଅଭିଯୁକ୍ତମାନେ ପୂର୍ବରୁ ମଧ୍ୟ ଲୁଟ୍ ପାଇଁ ଯୋଜନା କରି ବିଫଳ ହୋଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ । 

You Can Read:

ରାଜନୈତିକ ଚକ୍ରାନ୍ତ କରି ବିଧାନସଭାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଉଛି, ଗୃହ ଚଳେଇ ନଦେବାକୁ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.