ରାଜଧାନୀରେ ଯୁବକଙ୍କୁ ହାଣିବା ଘଟଣା, ୪ ଅପରାଧୀ ଗିରଫ, ଏବେବି ଫେରାର ମାଷ୍ଟରମାଇଣ୍ଡ ସମେତ ୨

Published By : Prameya-News7 Bureau | February 06, 2025 IST

ଭୁବନେଶ୍ବର ୬/୨: ବିଚ୍‌ ରାସ୍ତାରେ ଯୁବକଙ୍କୁ ହାଣିବା ଘଟଣା। ଗିରଫ ହୋଇଛନ୍ତି ୪ ଅଭିଯୁକ୍ତ । ଗିରଫ ୪ ଜଣ ହେଲେ ଯଶୋବନ୍ତ ଦାସ ମହାପାତ୍ର ଓରଫ ବାପି, ସୂର୍ଯ୍ୟକାନ୍ତ ନାୟକ,ବେଣୁଧର ଛୋଟରାୟ ଓ ପ୍ରଦୀପ କୁମାର ଦାସ । ସେମାନଙ୍କ ଠାରୁ ୨ଟି ତେଲେଙ୍ଗା ଖଣ୍ଡା ଓ ୨ଟି ସ୍କୁଟର ଜବତ କରିଛି ଇନଫୋସିଟି ଥାନା ପୋଲିସ । 

ଏବେବି ପୋଲିସ ଆଖିରେ ଧୂଳି ଦେଇ ଲୁଚିଛନ୍ତି ମୁଖ୍ୟ ଅଭିଯୁକ୍ତ ସମେତ ୨ । ଉଭୟଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍‌ କରୁଛି ପୋଲିସ ।

ବୁଧବାର ଇନଫୋସିଟି ଥାନା ପାଖରେ ଦେବାଶିଷ ତ୍ରିପାଠୀଙ୍କୁ ହାଣି ଲହୁଲୁହାଣ କରିଥିଲେ ୬ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଘଟଣାସ୍ଥଳରୁ ୪ ଜଣଙ୍କୁ ଉଠାଇ ନେଇ ପଚରା ଉଚରା କରୁଥିଲା । ଗୁରୁବାର ସମସ୍ତ ୪ ଅପରାଧୀଙ୍କୁ ଗିରଫ କରାଯାଇଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.