ଗ୍ରାମି ଆୱାର୍ଡ ୨୦୨୫; ନୋମିନେସନ ଲିଷ୍ଟରେ ୬ ଭାରତୀୟ ବଂଶୋଦ୍ଭବ

Published By : Prameya-News7 Bureau | November 10, 2024 IST

ମୁମ୍ଵାଇ ୧୦।୧୧; ରିକି କେଜ୍‌ଙ୍କ ‘ବ୍ରେକ୍‌ ଅଫ୍‌ ଡନ୍‌’ରେ ମଧ୍ୟ ବେନୁଗୋପାଲଙ୍କର ଯୋଗଦାନ ରହିଛି । ଗ୍ରାମି ନୋମିନେସନ୍‌ ମାଧ୍ୟମରେ ସେ ବିଶ୍ୱସ୍ତରୀୟ ସମ୍ମାନିତ ସଙ୍ଗୀତ ପ୍ରତିଭାଙ୍କ ତାଲିକାରେ ସାମିଲ ହୋଇଛନ୍ତି । ଗ୍ରାମିରେ ରିକି କେଜ୍‌ଙ୍କ ଯାତ୍ରା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିକୁ ଦର୍ଶାଏ । ୨୦୧୫ ମସିହାରେ ସେ ପ୍ରଥମ ଥର ଏହି ସମ୍ମାନାସ୍ପଦ ପୁରସ୍କାର ଲାଭ କରିଥିଲେ । ‘ୱିଣ୍ଡ୍‌ସ ଅଫ୍‌ ସମ୍‌ସାରା’ ଆଲବମ୍‌ ପାଇଁ ଉଟର କେଲରମ୍ୟାନ୍‌ଙ୍କ ସହ ତାଙ୍କୁ ଏହି ସମ୍ମାନ ମିଳିଥିଲା । ୨୦୨୨ ମସିହାରେ ‘ଡିଭାଇନ୍‌ ଟାଇଡ୍‌ସ’ ପାଇଁ ସେ ୨ୟ ଗ୍ରାମି ପୁରସ୍କାର ପାଇଲେ । ୨୦୨୩ ମସିହାରେ ‘ଡିଭାଇନ୍‌ ଟାଇଡ୍ସ’ର ଇମର୍ସିଭ ଅଡିଓ ସଂସ୍କରଣ ପାଇଁ ଶ୍ରେଷ୍ଠ ଇମର୍ସିଭ୍‌ ଅଡିଓ ଆଲ୍‌ବମ ବିଭାଗରେ ତାଙ୍କୁ ୩ୟ ଗ୍ରାମି ପୁରସ୍କାର ମିଳିଲା । 

ଗ୍ରାମି ନୋମିନେସନ୍‌ ନୋଶିର ମୋଦିଙ୍କ ପାଇଁ ଚଳିତ ବର୍ଷ ମାଇଲଖୁଣ୍ଟ ପ୍ରମାଣିତ ହୋଇଛି । ସେ ପ୍ରଥମ ଥର ଗ୍ରାମିରେ ନୋମିନେଟ୍‌ ହୋଇଛନ୍ତି । ‘କଶିରା’ ଗୀତରେ ନିଜର ଯୋଗଦାନ ଲାଗି ଶ୍ରେଷ୍ଠ ଗ୍ଲୋବାଲ ମ୍ୟୁଜିକ୍‌ ପରଫର୍ମାନ୍ସ ବିଭାଗରେ ତାଙ୍କୁ ନୋମିନେଟ୍‌ କରାଯାଇଛି। ଚଳିତ ଗ୍ରାମି ନୋମିନେସନ୍‌ରେ ଇତିହାସ ରଚିଛନ୍ତି ବିୟୋନ୍ସ । ତାଙ୍କୁ ସର୍ବାଧିକ ୧୧ ବିଭାଗରେ ନୋମିନେଟ୍‌ କରାଯାଇଛି । ଏଥିସହିତ କ୍ୟାରିଅର୍‌ରେ ମୋଟ୍‌ ୯୯ ଗ୍ରାମି ନୋମିନେସନ୍‌ରେ ସେ ସ୍ଥାନ ପାଇଛନ୍ତି । ୨୦୨୫, ଫେବ୍ରୁଆରୀ ୨ ତାରିଖରେ ଲସ୍‌ ଆଞ୍ଜେଲସଠାରେ ଗ୍ରାମି ପୁରସ୍କାର ଉତ୍ସବ ଆୟୋଜିତ ହେବ । ଏହି ସମ୍ମାନାସ୍ପଦ ପୁରସ୍କାର ପାଇଁ ସମଗ୍ର ବିଶ୍ୱର ପ୍ରତିଷ୍ଠିତ କଳାକାରମାନେ ପ୍ରତିଯୋଗିତା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.