ଏସୀୟ କ୍ରୀଡା ପାଇଁ ୬୩୪ ଆଥଲିଟ୍‌ଙ୍କୁ ଚୟନ କଲା ଭାରତ, ପୂର୍ବ ସଂସ୍କରଣରେ ଜିତିଥିଲା ୭୦ ପଦକ

Published By : Prameya-News7 Bureau | August 25, 2023 IST

ନୂଆଦିଲ୍ଲୀ: କେନ୍ଦ୍ର ଖେଳ ମନ୍ତ୍ରାଳୟ ହାଙ୍ଗଝୋଉ ଏସୀୟ ଖେଳରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ୬୩୪ ଆଥଲେଟ୍‌ଙ୍କୁ ଚୟନ କରିଛି । ମନ୍ତ୍ରାଳୟ ଶୁକ୍ରବାର ଏହି ସୂଚନା ଦେଇଛି । ଭାରତୀୟ ଅଲିମ୍ପିକ ସଂଘ ମନ୍ତ୍ରାଳୟ ସାମନାରେ ୮୫୦ ଆଥଲେଟ୍‌ଙ୍କ ନାଁ ସୁପାରିଶ କରିଥିଲା । ଏଥିରୁ ୩୮ ଖେଳ ପାଇଁ ୬୩୪ ଜଣଙ୍କ ନାଁ ଚୟନ କରାଯାଇଛି । ୨୦୧୮ ଏସୀୟ ଖେଳର ପୂର୍ବ ସଂସ୍କରଣରେ ଭାରତ ମୋଟ ୫୭୨ ଜଣ ଖେଳାଳିଙ୍କୁ ପଠାଇଥିଲା । ସେତେବେଳେ ଭାରତ ୧୬ ସ୍ୱର୍ଣ୍ଣ ସହ ୭୩ ପଦକ ଜିତିଥିଲା ।

ପଢନ୍ତୁ: ଚମକିଲେ ଓଡ଼ିଆ ପୁଅ, ଓ୍ବାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପ୍‌ ଫାଇନାଲରେ ସ୍ଥାନ ପକ୍କା କଲେ କିଶୋର ଜେନା

ଭାରତ ଆଥଲେଟିକ୍ସରେ ନୀରଜ ଚୋପ୍ରାଙ୍କ ନେତୃତ୍ୱରେ ୩୪ ପୁରୁଷ ଏବଂ ୩୧ ମହିଳାଙ୍କ ସହ ମୋଟ ୬୫ ଜଣଙ୍କୁ ପ୍ରତିଯୋଗୀତାକୁ ଓହ୍ଲାଇବ । ଆକ୍ୱାଟିକ୍ସରେ ୨୨, ତୀରନ୍ଦାଜୀରେ ୧୬ ଖେଳାଳି ଭାରତୀୟ ପତାକା ତଳରେ ଖେଳିବେ । କୁସ୍ତିରେ ୧୮ କୁସ୍ତିଯୋଦ୍ଧା ଭାରତର ପ୍ରତିନିଧିତ୍ୱ କରିବେ ।  

ନିକଟରେ ଫିଡେ ବିଶ୍ୱକପରେ ରୌପ ପଦକ ଜିତିଥିବା ରମେଶବାବୁ ପ୍ରଜ୍ଞାନନାନ୍ଦଙ୍କ ସହ ୧୦ ଭାରତୀୟ ଚେସରେ ଭାରତର ପ୍ରତିନିଧିତ୍ୱ କରିବେ । ଭାରତ୍ତୋଳନରେ ମୀରାବାଇ ଚାନୁ (୪୯ କିଜେ) ଏବଂ ବିନ୍ଦିୟା ରାଣୀ (୫୫ କେଜି) ବର୍ଗରେ ତ୍ରିରଙ୍ଗା ତଳେ ଖେଳିବେ ।

ପଢନ୍ତୁ: ଓ୍ବାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିୟନସିପ୍: ନୀରଜଙ୍କ ପରେ ଫାଇନାଲରେ କିଶୋର ଜେନା, ମନୁ ଡିପି

ଚଳିତ ଥର ଏସୀୟ ଖେଳରେ ପ୍ରଦର୍ପଣ କରୁଥିବା ଇ-ସ୍ପୋର୍ଟ୍ସରେ ଭାରତ ୧୫ ଖେଳାଳିଙ୍କୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି । ଟ୍ରାକ ଆଣ୍ଡ ଫିଲ୍ଡରେ ୬୫ ଖେଳାଳିଙ୍କ ଦଳ ସବୁଠୁ ବଡ଼, ଏଥିରେ ୩୪ ପୁରୁଷ ଏବଂ ୩୧ ମହିଳା ସାମିଲ ଅଛନ୍ତି । ଏସୀୟ ଖେଳ ପାଇଁ ଚୟନ ହୋଇଥିବା ଖେଳାଳିଙ୍କ ମଧ୍ୟରେ ମୋଟ ୪୪ ଜଣ ଫୁଟବଲର (୨୨ ପୁରୁଷ ଏବଂ ୨୨ ମହିଳା) ଅଛନ୍ତି । ହକି ଟିମରେ ୩୩ ଖେଳାଳି ରହିଛନ୍ତି । ପୁରୁଷ ଏବଂ ମହିଳା କ୍ରିକେଟ୍ ଟିମରେ ୧୫-୧୫ ସଦସ୍ୟ ଅଛନ୍ତି । ସୁଟିଂରେ ଭାରତୀୟ ଟିମ ନିରନ୍ତର ଭଲ କରି ଆସୁଛି । ସୁଟିଂ ପାଇଁ ୩୩ ସଦସ୍ୟଙ୍କ ଟିମ୍ ଚୟନ କରାଯାଇଛି । ସେହିପରି ନୌକାଚାଳନ ପାଇଁ ୩୩ ଖେଳାଳିଙ୍କୁ ହାଙ୍ଗଝୋଉ ଟିକଟ ମିଳିଛି । ତେବେ ସମସ୍ତ ଖେଳାଳି ଯେପରି ଡୋପିଂ ମୁକ୍ତ ରହିବେ ତାହା ସୁନିଶ୍ଚିତ କରିବା ପାଇଁ ଆଇଓଏକୁ ଖେଳ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି ।

Also read: WWE ଷ୍ଟାର ରେସ୍ଲର ୱିଣ୍ଡହେମ ରୋଟୁଣ୍ଡାଙ୍କ ହୃଦଘାତରେ ପରଲୋକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.