ବେଙ୍ଗାଲୁରୁ: ଉପବାଚସ୍ପତିଙ୍କ ଉପରକୁ ପେପର ଫିଙ୍ଗିବାରୁ ୯ ବିଜେପି ବିଧାୟକ ନିଲମ୍ବିତ। କର୍ଣ୍ଣାଟକ ବିଧାନସଭା ଚାଲିଥିବା ବେଳେ ଆସନରେ ବସିଥିବା ଉପବାଚସ୍ପତି ରୁଦ୍ରପ୍ପା ଲମଣିଙ୍କ ଉପରକୁ ବିଜେପି ବିଧାୟକମାନେ ପେପର ଫିଙ୍ଗିଥିଲେ। ଏଥିପାଇଁ ତାଙ୍କୁ ଆଗାମୀ ସମସ୍ତ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି।
ବୁଧବାର ଅଧିବେଶନ ଚାଲିଥିବା ବେଳେ ବ୍ରେକ୍ ଲଞ୍ଚ ଦେବାକୁ ସ୍ପିକର ମନା କରିବାରୁ ବିଜେପି ବିଧାୟକମାନେ ରାଗିଯାଇଥିଲେ। ରାଜ୍ୟ ସରକାର ଆଇଏଏସ୍ ଅଫିସରଙ୍କ ଦୁରୁପଯୋଗ କରୁଛି ବୋଲି ବିଜେପି ଅଭିଯୋଗ ଆଣି ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛି। ଏନେଇ ଗତ ଦୁଇ ଦିନ ହେଲା ବିରୋଧୀ ଦଳର ନେତାମାନଙ୍କ ମଧ୍ୟରେ ବୈଠକ ଚାଲିଛି।
ପଢ଼ନ୍ତୁ-ଇଣ୍ଡିଆକୁ ନେଇ ଅସନ୍ତୋଷ ନୀତୀଶ କୁମାର, ବିଜେପି-ଜେଡିୟୁ ମୁହାଁମୁହିଁ, ଅଭିଯୋଗ ହେଲା- କଂଗ୍ରେସ ମେଣ୍ଟ ହାଇଜ୍ୟାକ କଲା
ବାଚସ୍ପତି ୟୁଟି ଖାଦେରଙ୍କ ଅନୁପସ୍ଥିତରେ ଉପବାଚସ୍ପତି ରୁଦ୍ରପ୍ପା ଲମଣି ସ୍ପିକର ହୋଇଥିଲେ। ବଜେଟ୍ ସେସନ ଆରମ୍ଭ ହେବା ପୂର୍ବରୁ ଲଞ୍ଚ୍ ବ୍ରେକ୍ ହେବ ନାହିଁ ବୋଲି କୁହାଯାଇଥିଲା। ତଥାପି ବିଧାୟକମାନେ ହଟ୍ଟଗୋଳ କଲେ। ତେବେ ଯେଉଁମାନେ ଲଞ୍ଚ ପାଇଁ କହୁଥିଲେ ସେମାନେ ଲଞ୍ଚ କରି ଆସି ପୁଣିଥରେ ଆଲୋଚନାରେ ଭାଗ ନେଇପାରି ଥାନ୍ତେ। ହେଲେ ତାହା ନକରି ହଟ୍ଟଗୋଳ କଲେ ୟୁଟି ଖାଦେର କହିଛନ୍ତି।
ବିଧାନସଭାରେ ଆଲୋଚନା ବେଳେ ୩୦ ଆଇଏଏସ୍ ଅଫିସରଙ୍କୁ ୨୦୨୪ ଲୋକସଭା ନିର୍ବାଚନରେ ନିଯୁକ୍ତି କରିବା ନେଇ ଅଭିଯୋଗ କରି ବିଜେପି ଜନତା ଦଳ(ସେକୁଲାର) ଓ ଜେଡିଏ(ସ୍) ଗୃହରେ ବିରୋଧ କରିଥିଲେ। ଲଞ୍ଚ୍ ବ୍ରେକ୍ ବିନା ଗୃହକାର୍ଯ୍ୟ ଚାଲୁ ରଖିବାକୁ ସ୍ପିକର କହିବାରୁ କେଉଁ ନିୟମ ଅନୁସାରେ ଲଞ୍ଚ ବ୍ରେକ୍ ବନ୍ଦ ହେଲା ବୋଲି ବିଧାୟକମାନେ ଦାବି କରିଥିଲେ । ଗୃହ ମଝିକୁ ଆସି ହୋହଲ୍ଲା କରିବା ସହ ସ୍ପିକରଙ୍କ ଉପରକୁ ପେପର ଫିଙ୍ଗିଥିଲେ। ଏହାପରେ ହଟ୍ଟଗୋଳ ପାଇଁ ୯ ଜଣଙ୍କୁ ବାକିଥିବା ଗୃହକାର୍ଯ୍ୟ ପାଇଁ ନିଲମ୍ବିତ କରିବା ପରେ ବିଧାୟକମାନେ ମାରପିଟ୍ କରିଥଇଲେ। ଅନ୍ୟପଟେ କଂଗ୍ରେସ ବିଧାୟକମାନେ ବିଜେପି ବିଧାୟକଙ୍କ ଦୁର୍ବ୍ୟବହାରକୁ ନିନ୍ଦା କରିଛନ୍ତି।
ପଢ଼ନ୍ତୁ- I.N.D.I.A.କୁ ନେଇ ବିପକ୍ଷଙ୍କୁ ଘେରିଲା ବିଜେପି, ଜାଣନ୍ତୁ ସ୍ପଷ୍ଟୀକରଣରେ କ’ଣ କହିଲା କଂଗ୍ରେସ୍?
ସୂଚନା ଥାଉକି ଗତକାଲି ମଧ୍ୟ ଗୃହରେ ବିରୋଧୀ ଓ ସରକାର ମଧ୍ୟରେ ବିକ୍ଷୋଭ ହୋଇଥିଲା। ଏହା ସତ୍ତ୍ୱେ ବି ବିନା କୌଣସି ଆଲୋଚନାରେ ୫ ଟି ବିଧେୟକ ପାସ୍ କରାଯାଇଥିଲା।