ରାଜନୀତିରେ ଏଣ୍ଟ୍ରି ମାରିବେ ମହମ୍ମଦ ଶାମୀ, ପଶ୍ଚିମବଙ୍ଗର ବଶିରହାଟ ଲୋକସଭା ଆସନରୁ ଲଢିବା ନେଇ ଚର୍ଚ୍ଚା

Published By : Prameya-News7 Bureau | March 08, 2024 IST

କୋଲକାତା ୦୮/୦୩: କ୍ରିକେଟ ମୈଦାନ ଛାଡି ଏବେ ରାଜନୀତି ମୈଦାନକୁ ଓହ୍ଲାଇବେ ଭାରତୀୟ ପେସର ମହମ୍ମଦ ଶାମୀ । ଅର୍ଥାତେ ରାଜନୀତିକୁ ଏଣ୍ଟ୍ରି କରିବେ କ୍ରିକେଟର ମହମ୍ମଦ ଶାମି । ବିଜେପି ଏବେ ଏହି ଷ୍ଟାର କ୍ରିକେଟରଙ୍କୁ ନିର୍ବାଚନ ମୈଦାନରେ ପ୍ରାର୍ଥୀ କରିବାକୁ ଯୋଜନା କରୁଛି । 


କହିବାକୁ ଗଲେ ଶାମୀ ପଶ୍ଚିମବଙ୍ଗ ରଣଜୀଟ୍ରଫି ଖେଳି ପେସ୍ ବୋଲର ଭାବେ ଅନ୍ତର୍ଜାତୀୟ କ୍ରିକେଟକୁ ଆସିଥିଲେ । ସେ ଏବେ ପଶ୍ଚିମବଙ୍ଗରେ ଘରୋଇ କ୍ରିକେଟ ଖେଳୁଛନ୍ତି । କିଛି ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶାମୀଙ୍କ ସହ ବିଜେପି ଆଲୋଚନା କରି ସାରିଛି । ଏବେ ଶାମି ବିଜେପିରେ ଯୋଗଦେବା ନେଇ ନିଜର ସହମତି କେବେ ପ୍ରକାଶ କରିବେ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି । 


ଶାମୀଙ୍କୁ ରାଜ୍ୟର ସଂଖ୍ୟାଲଘୁ ଆସନରେ ଟିକେଟ ଦେବାକୁ ଯୋଜନା ଚାଲଛି । ରାଜ୍ୟର ବଶିରହାଟ ଲୋକସଭା ଆସନରୁ ଶାମିଙ୍କୁ ଟିକେଟ ଦିଆଯିବାର ଯୋଜନା ରହିଥିବା କୁହାଯାଉଛି । ଶାମୀଙ୍କୁ ଟିକେଟ ଦେଇ ବିଜେପି ମାଷ୍ଟରଷ୍ଟ୍ରୋକ ଖେଳିବାକୁ ଯାଉଛି । କିନ୍ତୁ ଏସବୁ ଚର୍ଚ୍ଚା ଉପରେ ଶାମୀଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନି । 


ସୂଚନା ଥାଉକି, ଶାମୀ ବିଶ୍ୱକପ୍‌ ପରଠୁ ଏପର୍ଯ୍ୟନ୍ତ କୌଣସି ଫର୍ମାଟରେ ଖୋଳିନାହାଁନ୍ତି କ୍ରିକେଟ । ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଦ୍ୱାରା ପରାଜୟ ପରେ ପିଏମ ମୋଦୀ ସମସ୍ତ ଖେଳାଳିଙ୍କୁ ଭେଟି ସାନ୍ତ୍ୱନା ଦେଇଥିଲେ । ଟୁର୍ଣ୍ଣାମେଣ୍ଟରେ ତାଙ୍କର ଜବରଦସ୍ତ ପ୍ରଦର୍ଶନ ପାଇଁ ସେ ମହମ୍ମଦ ଶାମିଙ୍କୁ ପ୍ରଶଂସା କରିଥିଲେ । 


କ୍ରିକେଟ୍ ଦଳର ଡ୍ରେସିଂ ରୁମର ଭିଡିଓ ବି ଭାଇରାଲ ହୋଇଛି । ଏହାସହ ଶାମୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲେ । ଏହା ବ୍ୟତୀତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶାମିଙ୍କ ଜନ୍ମ ଗ୍ରାମ ଆମ୍ରୋହାଠାରେ କ୍ରିକେଟ୍ ଷ୍ଟାଡିୟମ ନିର୍ମାଣ କରିବାକୁ ଘୋଷଣା କରିଥିଲେ ।


you can alos read...

ଭାରତରେ କାମ କଲାନି ‘ବାଜ୍‌ବଲ୍‌’, ଅଟକିଲା ଇଂଲିଶ୍ ଟିମ୍‌ର ମାଷ୍ଟରପ୍ଲାନ୍

  • ODI World Cup 2023
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.