ଅଜଣା ଯୁବକଙ୍କ ମୃତଦେହ ଠାବ, ପୋଲିସ ଖୋଜୁଛି କାରଣ

Published By : Prameya-News7 Bureau | July 24, 2024 IST

କୋଣାର୍କ ୨୪।୦୭ : ଅଜଣା ଯୁବକଙ୍କ ମୃତଦେହ ଠାବ । ପୁରୀ ଜିଲ୍ଲା କୋଣାର୍କ ରାମଚଣ୍ଡୀ ନିକଟରୁ ଠାବ ହୋଇଛି ମୃତଦେହ । କୋଣାର୍କ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । 

ଖବର ଅନୁଯାୟୀ, ବୁଧବାର ଦିନ କୋଣାର୍କ ରାମଚଣ୍ଡୀ ନିକଟରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ସ୍ଥାନୀୟ ବାସିନ୍ଦା ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ଏବେ ଯାଏଁ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ । 

ସେପଟେ କୋଣାର୍କ ସାମୁଦ୍ରିକ ଥାନା ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହିତ ଘଟଣାର ଛାନ୍‌ଭିନ୍ ଜାରି ରହିଛି । କିପରି ଏବଂ କେଉଁ ଭଳି ଭାବେ ଯୁବକଙ୍କ ମୃତ୍ୟୁ ହେଲା । ସେନେଇ ଚାଲିଛି ତଦନ୍ତ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.