ରାଜଧାନୀରେ ଅଭାବନୀୟ ଘଟଣା, ବାପାକୁ ଛୁରି ଭୂଷି ହତ୍ୟା କଲା ପୁଅ

Published By : Prameya-News7 Bureau | July 03, 2024 IST

ଭୁବନେଶ୍ୱର ୦୩।୦୭: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଅଭାବନୀୟ ଘଟଣା । ବାପାକୁ ଛୁରି ଭୂଷି ହତ୍ୟା କରିଦେଲା ପୁଅ । ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ,  ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳ ଡିଏଚ୍‌ପିଏଲ୍‌ ଆପାର୍ଟମେଣ୍ଟରେ ଘଟିଛି ଅଭାବନୀୟ ଘଟଣା । ନିଜ ବାପାକୁ ଛୁରି ଭୁଷି ହତ୍ୟା କରିଦେଇଛି ପୁଅ । ମୃତକ ଅବସରପ୍ରାପ୍ତ ପ୍ରଫେସର  ସୁନୀଲ ଚୌଧୁରୀ ବୋଲି ଜଣାପଡିଛି । ବାକି ପୁଅ ଅନରୁଦ୍ଧ ଚୌଧୁରୀଙ୍କ ଥାନାରେ ଅଟକ ରଖିଛି ପୋଲିସ । ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । 

ଅନ୍ୟପଟେ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ପ୍ରାଥମିକ ତଦନ୍ତ ଜାରି ରଖିଛି । ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । 

  • bhubaneswar
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.