ନୂଆଦିଲ୍ଲୀ ୨୭।୧୧: ପାରିବାରିକ ହିଂସାର ଖବର ପ୍ରତିଦିନ ସାମ୍ନାକୁ ଆସୁଛି । ହେଲେ ଏବେ ଦିଲ୍ଲୀର ସୁଲତାନପୁରୀରୁ ଏକ ଅଜବ ମାମଲା ଆସିଛି। ପାରିବାରିକ ହିଂସାର ପୀଡିତା ମହିଳା ନୁହଁନ୍ତି ବରଂ ତାଙ୍କ ସ୍ଵାମୀ। ରାଗରେ ଜଣେ ମହିଳା ଜଣଙ୍କ ସ୍ଵାମୀର ଡାହାଣ କାନ କାମୁଡି ଦେଇଥିବା ଅଭିଯୋଗ ହୋଇଛି। ୪୫ ବର୍ଷୀୟ ବ୍ୟକ୍ତି ପୋଲିସକୁ କହିଛନ୍ତି ଯେ କାମୁଡ଼ିବା କାରଣରୁ ତାଙ୍କ ଡାହାଣ କାନର ଉପର ଅଂଶ ଭାଙ୍ଗି ଯାଇଥିଲା ଏବଂ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଥିଲା। ସେ ଚିକିତ୍ସା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସୁଲତାନପୁରୀ ପୋଲିସ ଷ୍ଟେସନ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୨୪ ଏବଂ ଅନ୍ୟାନ୍ୟ ମାମଲାରେ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି।
ପୋଲିସ ଅନୁଯାୟୀ, ପଚରାଉଚରା ବେଳେ ବ୍ୟକ୍ତି ଜଣଙ୍କ କହିଥିଲେ ଯେ ମୁଁ ନଭେମ୍ବର ୨୦ ତାରିଖ ଦିନ ସକାଳ ପ୍ରାୟ ୯.୨୦ ସମୟରେ ମୋ ଘର ବାହାରେ ଅଳିଆ ଫିଙ୍ଗିବାକୁ ଯାଇଥିଲି। ମୁଁ ମୋ ପତ୍ନୀଙ୍କୁ ଘର ସଫା କରିବାକୁ କହିଲି। ଘରକୁ ଫେରିବା ମାତ୍ରେ ମୋ ପତ୍ନୀ ଅଲଗା କଥାକୁ ନେଇ ମୋ ସହ ଝଗଡା ଆରମ୍ଭ କରିଥିଲେ। ସେ ଆହୁରି ମଧ୍ୟ ପୋଲିସକୁ କହିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କୁ ଘର ବିକ୍ରୟ କରି ଭାଗ ଦେବାକୁ କହିଥିଲେ, ଯାହାଫଳରେ ସେ ପିଲାମାନଙ୍କ ସହିତ ଅଲଗା ରହିପାରିବେ।
କାନର କରିବାକୁ ପଡିଲା ସର୍ଜରୀ
ପୀଡିତ ବ୍ୟକ୍ତି ଏହା ମଧ୍ୟ କହିଛନ୍ତି ଯେ ମୁଁ ଘରୁ ବାହାରକୁ ଯାଉଥିଲି, ସେତେବେଳେ ସେ ମୋତେ ପଛରୁ ଧରିଥିଲେ ଏବଂ ରାଗରେ ମୋର ଡାହାଣ କାନକୁ ଜୋରରେ କାମୁଡ଼ି ଦେଇଥିଲେ । ଯାହା ଫଳରେ ମୋ କାନର ଉପର ଅଂଶ କଟି ଯାଇଥିଲା। ମୋ ପୁଅ ମୋତେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଗଲେ। ଏହି ବିଷୟରେ ସୂଚନା ପାଇବା ପରେ ଏକ ଟିମ୍ ପଠାଯାଇଥିଲା। ଏନେଇ ପୋଲିସ ଘଟଣାର ତଦନ୍ତ କରୁଛି । ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।
wp:embed {"url":"https://www.prameyanews7.com/unseasonal-rain-wreaks-havoc-in-gujarat-and-maharashtra/","type":"wp-embed","providerNameSlug":"prameya-news-7"} /wp:embed