ଡିଭିଲିୟର୍ସଙ୍କ ଭବିଷ୍ୟବାଣୀ, ଟିମ୍‌ ଇଣ୍ଡିଆ ହେବ ବିଶ୍ୱ ଚମ୍ପିଆନ୍‌...

Published By : Prameya-News7 Bureau | August 21, 2023 IST

ମୁମ୍ବାଇ ୨୧।୦୮: ମିଷ୍ଟର ୩୬୦ଙ୍କ ଭବିଷ୍ୟବାଣୀ । ୨୦୨୩ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ରେ ଚମ୍ପିଆନ୍‌ ହେବ ଏହି ଦଳ । ଏହାସହିତ ସେମିଫାଇନାଲରେ କେଉଁ କେଉଁ ଦଳ ଏଣ୍ଟ୍ରି କରିବାକୁ  ଯାଉଛନ୍ତି , ତାକୁ ନେଇ ମଧ୍ୟ ଏକ ଆକଳନ କରିଛନ୍ତି । ତେବେ ଆସନ୍ତୁ ଜାଣିବା କଣ ଭବିଷ୍ୟବାଣୀ କରିଛନ୍ତି ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟସମ୍ୟାନ୍‌ଙ୍କ ମଧ୍ୟରୁ ଜଣେ ଏବି ଡିଭିଲିୟର୍ସ ।

ନିଜ ୟ୍ୟୁଟବ୍‌ ଚ୍ୟାନେଲ୍‌ରେ କହିଛନ୍ତି ଯେ, ଭାରତରେ ଚଳିତ ବର୍ଷ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ ହେବାକୁ ଯାଉଛି । ଶେଷ ଥର ପାଇଁ ୨୦୧୧ରେ ଭାରତରେ ବିଶ୍ୱକପ୍‌ର ଆୟୋଜନ ହୋଇଥିଲା । ଯେଉଁଥିରେ ଶ୍ରୀଲଙ୍କାକୁ ହରାଇ ୨୮ ବର୍ଷ ପରେ ଚମ୍ପିଆନ୍‌ ହୋଇଥିଲା ଟିମ୍‌ ଇଣ୍ଡିଆ । ଘରୋଇ କଣ୍ଡିସନ୍‌ ସହ ଦମ୍‌ଦାର ପ୍ରଦର୍ଶନ ବଳରେ ଦଳ ବିଶ୍ୱକପ୍‌ ଜିତିବାରେ ସକ୍ଷମ ହୋଇଥିଲା । ଏହିକ୍ରମରେ ଆଗାମୀ ବିଶ୍ୱକପ୍‌ରୁ ଆଉ ୨ ମାସରୁ କମ୍‌ ଦିନ ବାକି ରହିଛି । ତେବେ ମୋ ମତରେ ଏଥର ବି ଭାରତ ଚମ୍ପିଆନ୍‌ ହେବାର ଶତ ପ୍ରତିଶତ ଆଶା ରହିଛି । ପ୍ରଥମତଃ ଭାରତ ଘରୋଇ ମାଟିରେ ସମସ୍ତ ମ୍ୟାଚ୍ ଖେଳିବ । ଏହାସହିତ ଟିମ୍‌ରେ ମଧ୍ୟ ଦମ୍‌ଦାର ଖେଳାଳି ରହିଛନ୍ତି । ଯିଏକି କୌଣସି ବି ପରିସ୍ଥିତିରେ ବିରୋଧୀଙ୍କୁ ଚକ୍‌ମା ଦେବାର ମାହିର ଅଟନ୍ତି ।

ସେହିପରି ବିଶ୍ୱକପ୍‌ର ସେମିଫାଇନାଲରେ କେଉଁ କେଉଁ ଦଳ ଯିବେ । ତାକୁ ନେଇ ବି ଏକ ଭବିଷ୍ୟବାଣୀ କରିଛନ୍ତି । ବିଶ୍ୱକପ୍‌ର ସେମିରେ ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଟିମ୍‌ ଏଣ୍ଟ୍ରି କରିବେ । ଏହାବ୍ୟତୀତ ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ଟିମ୍‌ ମଧ୍ୟ  ସେମିରେ ଏଣ୍ଟ୍ରି କରିବାର ବହୁତ ସୁଯୋଗ ରହିଛି । ଉଭୟ ଟିମ୍‌ରେ ବହୁତ ପ୍ରଭାବଶାଳୀ ଖେଳାଳି ରହିଛନ୍ତି । ଯାହାକି ଟିମ୍‌କୁ ଆଗାମୀ ଦିନରେ ଫାଇଦା ମିଳିବ ।

ସେହିପରି ବେନ୍‌ ଷ୍ଟୋକ୍ସଙ୍କ ଦିନିକିଆ କ୍ରିକେଟ୍‌କୁ ୟୁଟର୍ଣ୍ଣ ନେଇ ମତ ରଖିଛନ୍ତି । ସେ କହିଛନ୍ତି ଯେ, ଦିନିକିଆ କ୍ରିକେଟ୍‌ରୁ ଫେରିବା ଏକ ଭଲ ନିଷ୍ପତ୍ତି । କିନ୍ତୁ ଏହା ତାଙ୍କୁ ପାଇଁ ଟିକିଏ କଷ୍ଟସାଧ୍ୟ ହୋଇପାରେ । ଯଦି ବିଶ୍ୱକପ୍‌ରେ ବେନ୍‌ ଷ୍ଟୋକ୍ସ କ୍ଲିକ୍‌ କରନ୍ତି । ତେବେ ଏହା ଇଂଲଣ୍ଡ ଟିମ୍‌ ପାଇଁ ବହୁତ ଲାଭଦାୟକ ହେବ । ଇଂଲଣ୍ଡ ଟିମ୍‌ ବାସ୍ତବରେ ଏକ ମଜବୁତ ଟିମ୍‌ । ଟୁର୍ଣ୍ଣାମେଣ୍ଟରେ କୌଣସି ଟିମ୍‌କୁ ବି ଚକ୍‌ମା ଦେବାରେ ମାହିର । ତେଣୁ ଚଳିତ ବର୍ଷର ବିଶ୍ୱକପ୍‌ ବେଶ ସଂଘର୍ଷପୂର୍ଣ୍ଣ ହେବ ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୫ ଆଇସିସି ବିଶ୍ୱକପ ୨୦୨୩ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯିବ । ଏହାପରେ ଅକ୍ଟୋବର ୮ରେ ଭାରତ ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ସହିତ ଖେଳିବ ।  ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଭାଗ ନେବେ ।  ୨୦୨୩ ଦିନିକିଆ ବିଶ୍ୱକପ ଲାଗି ମୋଟ ୧୨ଟି ଭେନ୍ୟୁ ରହିଛି । ଏଥିରେ ହାଇଦ୍ରାବାଦ୍‌, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା ରହିଛି । ଗୌହାଟୀ ଏବଂ ଥିରୁଅନନ୍ତପୁରମ୍‌ରେ ୨୯ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଅଭ୍ୟାସ୍‌ ମ୍ୟାଚ୍‌ ଖେଳାଯିବ ।

wp:embed {"url":"https://www.prameyanews7.com/noah-lyles-wins-gold-medal-in-100m-sprint/","type":"wp-embed","providerNameSlug":"prameya-news-7"}
https://www.prameyanews7.com/noah-lyles-wins-gold-medal-in-100m-sprint/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.