ମୁମ୍ବାଇ ୦୯।୦୧ : ଜଶପ୍ରୀତ୍ ବୁମ୍ରା ଶ୍ରେଷ୍ଠ ବୋଲର। ଆଜିକା ସମୟରେ ବିଶ୍ୱ କ୍ରିକେଟ୍ର ତିନୋଟି ଯାକ ଫର୍ମାଟରେ ଯଦି କିଏ ଶ୍ରେଷ୍ଠ ବୋଲର ଥାଆନ୍ତି । ତେବେ ସେ ହେଉଛନ୍ତି ଜଶପ୍ରୀତ୍ ବୁମ୍ରା । ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ମାଇକେଲ୍ କ୍ଲାର୍କ ବୁମ୍ରାଙ୍କୁ ନେଇ ଏପରି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଶପ୍ରୀତ୍ ବୁମ୍ରା ହେଉଛନ୍ତି ଜଣେ ଏପରି ବୋଲର । ଯାହାଙ୍କ ପାଖରେ ସବୁ ପରିସ୍ଥିତି ବୋଲିଂ କରିବାର ଦକ୍ଷତା ରହିଛି । ଗତ କିଛି ଦିନ ଧରି ମୁଁ ବୁମ୍ରାଙ୍କ ବୋଲିଂକୁ ଦେଖିଆସୁଛି । ସମସ୍ତ ଫର୍ମାଟରେ ଜବରଦସ୍ତ ବୋଲିଂ କରୁଛନ୍ତି । ସେ ଟି-୨୦ ବିଶ୍ୱକପ ହେଉ, କି ଦିନିକିଆ ବିଶ୍ୱକପ୍ କିମ୍ବା ଅତୀତରେ ସରିଥିବା ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ । ସବୁଠୁ ବୁମ୍ରାଙ୍କ ବୋଲିଂ ଥିଲା ପ୍ରଂଶସନୀୟ । ତେଣୁ ଆଜିକା ସମୟରେ ବୁମ୍ରା ତିନୋଟି ଫର୍ମାଟର ଶ୍ରେଷ୍ଠ ବୋଲର । ଅନେକ କଠିନ୍ ସମୟରେ ଟିମ୍ ପାଇଁ ବରଦାନ ସାଜିଛି ବୁମ୍ରାଙ୍କ ଘାତକ ବୋଲିଂ । ନିକଟରେ ବର୍ଡର-ଗାଭାସ୍କର ସିରିଜ୍ରେ ସମସ୍ତ ବୋଲର ଫେଲ୍ ମାରୁଥିବା ବେଳେ ବୁମ୍ରା ଜଣେ ହିଁ ବୋଲର ଯିଏ, ଅଷ୍ଟ୍ରେଲିଆ ଉପରେ ଭାରି ପଡିଥିଲା । ପରିମାଣ ସ୍ୱରୁପ ବୁମ୍ରା ବର୍ଡର-ଗାଭାସ୍କର ସିରିଜ୍ରେ ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ବିବେଚିତ ହୋଇଥିଲେ ।
ବର୍ତ୍ତମାନ ଯାଏଁ ବୁମ୍ରା ୪୫ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୨୦୫ଟି ଓ୍ୱିକେଟ୍ ନେଇଛନ୍ତି । ବାକି ୮୯ ଦିନିକିଆ ମ୍ୟାଚ୍ ଖେଳି ୧୪୯ଟି ଓ୍ୱିକେଟ୍ ନେଇଛନ୍ତି । ଯେଉଁଥିରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି ୧୯ ରନ୍ ଦେଇ ୬ ଓ୍ୱିକେଟ୍ । ସେହିପରି ୭୦ ଟି-୨୦ ମ୍ୟାଚ୍ ଖେଳି ୮୯ଟି ଓ୍ୱିକେଟ୍ ଅକ୍ତିଆର୍ କରିଛନ୍ତି । ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି । ୭ରନ୍ ଦେଇ ୩ଟି ଓ୍ୱିକେଟ୍ ନେବା ।