ଭୁବନେଶ୍ବର ୪।୧: ଖୁବ୍ଶୀଘ୍ର ଜୈବିକ ପଦ୍ଧତିରେ ଉତ୍ପାଦିତ ହେଉଥିବା ଚାଉଳରେ ତିଆରି ହେବ ଅବଢ଼ା ! ଏବେ ଅବଢ଼ାରେ ବ୍ୟବହାର ହେଉଥିବା ଚାଉଳ ରାସାୟନିକ ସାର ପ୍ରୟୋଗ ଦ୍ଵାରା ପ୍ରସ୍ତୁତ ହେଉଛି । ତେଣୁ ଜୈବିକ ପଦ୍ଧତି ଦ୍ଵାରା ଉତ୍ପାଦିତ ଚାଉଳ ବ୍ୟବହାର ହେଲେ ଭଲ ହେବ ବୋଲି କହିଛନ୍ତି ପ୍ରମୁଖ କୃଷି ସଚିବ ଅରବିନ୍ଦ ପାଢ଼ୀ । ଜୈବିକ ପଦ୍ଧତି ଚାଷ ପାଇଁ ସରକାର ପ୍ରୋତ୍ସାହନ ଦେବାକୁ ଗୁରୁତ୍ବ ଦେଉଛନ୍ତି । କୃଷି ମେଳାରେ ଯୋଗ ଦେଇ ଅରବିନ୍ଦ ପାଢୀ ଏହା କହିଛନ୍ତି । ଏହା ବ୍ୟତୀତ ସେ ଜଗନ୍ନାଥଙ୍କ ମୂଲିଆ ବୋଲି ମଧ୍ୟ କହିଥିଲେ ।
You Can Read: