ଅଯୋଧ୍ୟା: ପବିତ୍ର ରାମନବମୀ । ପୂରା ଦେଶରେ ଉତ୍ସବର ମାହୋଲ । ରାମ ରସରେ ଡୁବିଲା ରାମନଗରୀ । ପ୍ରଭୁ ରାମଲଲାଙ୍କ ଜନ୍ମଦିନରେ ଅଯୋଧ୍ୟାରେ ଆନନ୍ଦ ଉଲ୍ଲାସ । ପୂର୍ବ ନୀତିନିର୍ଘଣ୍ଟ ଅନୁଯାୟୀ, ସକାଳ ସାଢ଼େ ୯ଟାରେ ରାମଲଲାଙ୍କ ସ୍ବତନ୍ତ୍ର ଅଭିଷେକ ହୋଇଥିଲା । ଏହା ପରେ ପ୍ରଭୁ ରାମଙ୍କୁ ଭବ୍ୟ ସୁଙ୍ଗାର କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଏକ ଘଣ୍ଟା ଧରି ଚାଲିଥିଲା । ମଧ୍ୟାହ୍ଣ ୧୨ଟାରେ ରାମଲାଲଙ୍କ ଭବ୍ୟ ସୂର୍ଯ୍ୟ ତିଳକ କରାଯାଇଛି ।
ସୂଚନା ଅନୁଯାୟୀ, ପବିତ୍ର ରାମନବମୀରେ ଜନ୍ମ ନେଇଛନ୍ତି ପ୍ରଭୁ ରାମଲଲା । ଏହାପରେ ଦିନ ୧୨ଟାରେ ସୂର୍ଯ୍ୟକିରଣରେ ତିଳକ ଅଭିଷେକ କରାଯାଇଥିଲା । ପୂରା ୪ମିନିଟ୍ ପର୍ଯ୍ୟନ୍ତ ପ୍ରଭୁଙ୍କ ପ୍ରତିମୂର୍ତ୍ତିରେ ଏହା ପଡ଼ିଥିଲା । ଶ୍ରଦ୍ଧାଳୁମାନେ ଏହି ଦୁର୍ଲଭ ବେଶକୁ ଦେଖିବା ସହିତ ପ୍ରଭୁଙ୍କ ଆଶିଷ ନେଇଛନ୍ତି ।
श्री राम नवमी के पावन पर्व पर प्रभु का सूर्यतिलक
— Shri Ram Janmbhoomi Teerth Kshetra (@ShriRamTeerth) April 6, 2025
Surya Tilak of Prabhu on the pious occasion of Shri Ram Navami pic.twitter.com/UCaweKHT7h
ମନ୍ଦିରର ତୃତୀୟ ମହଲାରେ ସ୍ଥାପିତ କରାଯାଇଥିବା ଆଫ୍ଟୋ ମେକାନିକଲ ସିଷ୍ଟମରେ ହାଇ-କ୍ୱାଲିଟି ମିରର, ଗୋଟିଏ ଲେନ୍ସ ଏବଂ ଗୁରୁତ୍ୱପୂର୍ଣ୍ଣ କୋଣରେ ଲେନ୍ସ ସହ ଭର୍ଟିକଲ୍ ପାଇପିଂ ଲଗାଯାଇଛି । ମନ୍ଦିରର ଗ୍ରାଉଣ୍ଡ ଫ୍ଲୋରରେ ଦୁଇଟି ମିରର ଓ ଗୋଟିଏ ଲେନ୍ସ ଲଗାଯାଇଛି । ସୂର୍ଯ୍ୟଙ୍କ କିରଣ ତୃତୀୟ ଫ୍ଲୋରରେ ଲଗାଯାଇଥିବା ପ୍ରଥମ ଦର୍ପଣରେ ପଡ଼ିବା ପରେ ତୃତୀୟ ଲେନ୍ସ ଓ ଦ୍ବିତୀୟ ଲେନ୍ସ ଦେଇ ଗ୍ରାଉଣ୍ଡ ଫ୍ଲୋରରେ ଲଗାଯାଇଥିବା ଶେଷ ଦର୍ପଣରେ ପଡ଼ିଥିଲା । ଏଥିରୁ ବାହାରୁ ଥିବା ସୂର୍ଯ୍ୟକିରଣ ପ୍ରଭୁ ରାମଲଲାଙ୍କ ମସ୍ତକରେ ପଡ଼ି ତିଳକ ହୋଇଛି । ପ୍ରଭୁଙ୍କ ଏହି ଭବ୍ୟ ତିଳକକୁ ଆଜି ଶ୍ରଦ୍ଧାଳୁମାନେ ଦର୍ଶନ କରିଛନ୍ତି ।
ପବିତ୍ର ରାମନବମୀରେ ରାମ ଜନ୍ମଭୂମି ମନ୍ଦିରରେ ୧ ଲକ୍ଷ ଶ୍ଲୋକ ଓ ମନ୍ତ୍ର ଉଚ୍ଚାର ବ୍ୟବସ୍ଥା କରାଯାଇଛି । ରାମଲଲାଙ୍କ ମନ୍ଦିରରେ ଅଙ୍ଗଦ ଟିଲା ଉପରେ ଆଲୋଚନା, ଶ୍ରୀରାମ ଚରିତ ମାନସ ଏବଂ ବଲ୍ମୀକି ରାମାୟଣ ପାଠ କରାଯିବ । ସେହିପରି ମନ୍ଦିରରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି ।...