ଦନ୍ତା ହାତୀକୁ କରେଣ୍ଟ ଲଗାଇ ମାରିଥିଲେ, ଗିରଫ କଲା ବନ ବିଭାଗ

Published By : Prameya-News7 Bureau | June 20, 2024 IST

ଆନନ୍ଦପୁର ୨୦।୬: କେନ୍ଦୁଝର ଜିଲ୍ଲା ହଦଗଡ ହସ୍ତୀ ଅଭୟାରଣ୍ୟରୁ ଖସିଆସି ସୋସୋ ଆମ୍ବ ତୋଟାରେ ଘୁରିବୁଲୁଥିବା ଦନ୍ତାର ମୃତ୍ଯୁ ବିଦ୍ଯୁତ ଆଘାତରେ ହୋଇଥିବା ସ୍ପଷ୍ଟ କରିଛି ବନ ବିଭାଗ । ଏହା କୌଣସି ଦୁର୍ଘଟଣା ନୁହଁ ବରଂ ଜାଣିଣୁଣି ହାତୀକୁ କରେଣ୍ଟ ଲଗାଇବା ଉଦ୍ଦେଶ୍ୟରେ ବିଦ୍ଯୁତ ତାର   ବିଛା ଯାଇଥିବା ବନ ବିଭାଗ ତଦନ୍ତରୁ ଜଣାପଡିଛି । ନିକଟସ୍ଥ କାନପୁର ଗାଁର ସଂଗ୍ରାମ କେଶରୀ  ବେହେରା ଏହି କାଣ୍ଡ କରିଥିବା ପ୍ରମାଣ ପାଇବା ପରେ ଗୁରୁବାର ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ଏଥିସହ ତାଙ୍କ ଘରୁ ହାତୀକୁ କରେଣ୍ଟ ଦେଇ ମାରିବାରେ ବ୍ଯବହୃତ ଜିଆଇ ତାର ଇନସ୍ଯୁଲେଟର ଜବତ ହୋଇଛି । ସଂଗ୍ରାମଙ୍କର ସୋସୋ ଆମ୍ବ ତୋଟା ଠାରେ ଏକ ଘର ରହିଛି । ଯାହାକୁ ସେ ଆଶ୍ରମ ନାମ ଦେଇଛନ୍ତି । ସେହି ଘରୁ ବିଦ୍ଯୁତ ତାର ସଂଯୋଗ କରି ହାତୀ ମାରିବା ପାଇଁ ଜାଲ ବିଛାଇଥିବା ଜଣା ପଡିଛି । ତେବେ ଜେରା ସମୟରେ ତୋଟାରେ ଥାବା ସପୁରୀ ଫସଲକୁ ହାତୀ କବଳରୁ ରକ୍ଷା କରିବାକୁ ସେ ଏପରି କରିଥିବା କହୁଥିବା ବେଳେ ପ୍ରକୃତରେ କ’ଣ ଉଦ୍ଦେଶ୍ଯ ରହିଥିଲା ଓ ଏହା ପଛରେ ଆଉ କାହାର ହାତ ରହିଛି ତାକୁ ନେଇ ଅଧିକ ଖୋଳତାଡ ଆରମ୍ଭ କରିଛି ବନ ବିଭାଗ ।

You Can Read :

ରାଜ୍ୟରେ ପ୍ରଥମ ଥର ପାଇଁ ଖୋଲିବ ଚାଉଳ ATM, ଭାରତରେ ସବୁଠି ହୋଇପାରିବ ବ୍ୟବହାର

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.