ରାଜ୍ୟରେ ପ୍ରଥମ ଥର ପାଇଁ ଖୋଲିବ ଚାଉଳ ATM, ଭାରତରେ ସବୁଠି ହୋଇପାରିବ ବ୍ୟବହାର

Published By : Prameya-News7 Bureau | June 20, 2024 IST

ଭୁବନେଶ୍ବର ୨୦।୬: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କଡା ଚେତାବନୀ । ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ କଡା ଚେତାବନୀ ଶୁଣାଇଲେ ବିଭାଗୀୟ ମନ୍ତ୍ରୀ । ଯେଉଁ ଅସାଧୁ ବ୍ୟବସାୟୀ ମାନେ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ । ଏହି ସମୟରେ କିଛି ଦିନ ପାଇଁ ପନିପରିବା ଦର କମ୍ ବେଶୀ ହୋଇଥାଏ । ତଥାପି   ଜାଣିଶୁଣି ଦର ବୃଦ୍ଧି କରି ଲୋକଙ୍କୁ ହଇରାଣ କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ସମସ୍ତ ଯୋଗାଣ ଅଧିକାରୀ ମାନଙ୍କୁ କ୍ୱାଲିଟି ଓ ମାପଦଣ୍ଡ ଉପରେ ମଧ୍ୟ ଗ୍ରାଉଣ୍ଡକୁ ଯାଇ ତଦାରଖ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।  କୃଷକ ଓ ଖାଉଟି ଯେମିତି ହଇରାଣ ନହେବେ ସେନେଇ ମଧ୍ୟ ଯୋଜନା ହୋଇଛି । ଚାଷୀଙ୍କ ଧାନ କିଣିଲା ବେଳେ କୌଣସି ମିଲର କଟ୍‌ନୀ ଛଟ୍‌ନୀ କରିପାରିବେ ନାହିଁ । ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଧାନ କିଣାଯିବ ସେଥିପାଇଁ କମିଟି ଗଠନ ହୋଇଛି । ଚାଷୀଙ୍କୁ ହଇରାଣ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।  ସେପଟେ ଡିଲର ମାନେ ଯଦି ହିତାଧିକାରୀକାରୀଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ଆସିଲେ ତଦନ୍ତ କରି ଲାଇସେନ୍ସ ରଦ୍ଧ କରି ନୂଆ ଡିଲରଙ୍କୁ ନିଯୁକ୍ତି ଦିଆଯିବ । 

ରାଜ୍ୟରେ ପ୍ରଥମ ଥର ପାଇଁ ଚାଉଳ ATM ଖୋଲାଯିବ । ଭୁବନେଶ୍ୱରରେ ସପ୍ତାହ ଭିତରେ ଚାଉଳ ATM ଖୋଲିବ । ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ATM କାର୍ଡ ଦିଆଯିବ । ସାରା ଭାରତରେ ସବୁଠି ଏହି କାର୍ଡ ବ୍ୟବହାର ହୋଇପାରିବ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତି ଜିଲ୍ଲାରେ ଗୋଟିଏ ଗୋଟିଏ ଚାଉଳ ATM ସେଣ୍ଟର ଖୋଲାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ପ୍ରାୟ ୫୦ ଲକ୍ଷ ଫଲ୍ସ ବା ଭୂତ ରାସନ କାର୍ଡ ହିତାଧିକାରୀ ଅଛନ୍ତି । ସେମାନଙ୍କୁ ଚିହ୍ନଟ କରି କାର୍ଡ ହଟାଯାଇ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଧାନ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୩୧୦୦ ଟଙ୍କା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ଏକ  କମିଟି ଗଠନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

You Can Read :

ଆଉ ୪ଜିଲ୍ଲାକୁ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୨୪ଘଣ୍ଟାରେ ବିଜୁଳି ଘଡଘଡି ସହ ବର୍ଷା : ୪୮ଘଣ୍ଟା ପରେ ଗୁଳୁଗୁଳିରୁ ତ୍ରାହି !

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.