ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଓ୍ଵିକେଟ୍ କିପର ବ୍ୟାଟର ଆଡାମ ଗିଲଖ୍ରୀଷ୍ଟ ଆଇପିଏଲ୍ ଇତିହାସର ସର୍ବକାଳୀନ ଚୂଡ଼ାନ୍ତ ଏକାଦଶ ଚୟନ କରିଛନ୍ତି। ଗିଲଖ୍ରୀଷ୍ଟ ନିଜର ସର୍ବଶ୍ରେଷ୍ଠ ଆଇପିଏଲ୍ ଦଳରେ ସାତ ଜଣ ଭାରତୀୟ ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି। ସେ ୧୨ତମ ଖେଳାଳି ଭାବେ ରଶିଦ ଖାନଙ୍କୁ ଚୟନ କରିଛନ୍ତି।
ଆଡାମ ଗିଲଖ୍ରୀଷ୍ଟ ନିଜର ଏହି ସର୍ବକାଳୀନ ଆଇପିଏଲ୍ ଏକାଦଶରେ କୌଣସି ବି ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଚୟନ କରି ନାହାନ୍ତି। ସେ ଓପନିଂ ପାଇଁ ଓ୍ଵେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ ଓ ଭାରତର ରୋହିତ ଶର୍ମାଙ୍କୁ ଚୟନ କରିଛନ୍ତି। ଏହା ପରେ ତିନି ନମ୍ବରରେ ବିରାଟ କୋହଲିଙ୍କୁ ରଖିଛନ୍ତି।ଚତୁର୍ଥ ନମ୍ବରରେ ବ୍ୟାଟିଂ ପାଇଁ ମିଷ୍ଟର ଆଇପିଏଲ୍ ନାମରେ ପରିଚିତ ସୁରେଶ ରୈନାଙ୍କୁ ଚୟନ କରିଛନ୍ତି। ଏହା ପରେ ପାଞ୍ଚ ନମ୍ବରରେ ମିଷ୍ଟର ୩୬୦ ଡିଗ୍ରୀ ଏବି ଡିଭିଲିୟର୍ସଙ୍କୁ ବାଛିଛନ୍ତି। ଓ୍ଵିକେଟ୍ କିପର ବ୍ୟାଟର ଭାବେ ଗିଲଖ୍ରୀଷ୍ଟ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କ ଚୟନ କରିଛନ୍ତି।
ଏହା ପରେ ସାତ ଓ ଆଠ ନମ୍ବରରେ ରବୀନ୍ଦ୍ର ଜାଡ଼େଜା ଓ ଡ୍ଵେନ ବ୍ରାଭୋଙ୍କୁ ରଖିଛନ୍ତି। ଏହି ଦୁଇ ଖେଳାଳି ନିଜର ଆଇପିଏଲ୍ କ୍ୟାରିୟରରେ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଛନ୍ତି। ଗିଲଖ୍ରୀଷ୍ଟ ନିଜର ଦଳରେ ୟୁଜବେନ୍ଦ୍ର ଚହଲଙ୍କୁ ମୁଖ୍ୟ ସ୍ପିନର ଭାବେ ଚୟନ କରିଛନ୍ତି। ଦ୍ରୁଲ ବୋଲିଂ ବିଭାଗରେ ଗିଲଖ୍ରୀଷ୍ଟ ଆଇପିଏଲ୍ର ଦୁଇ ସବୁଠୁ ଘାତକ ବୋଲରଙ୍କୁ ଦଳରେ ରଖିଛନ୍ତି।
Also read: IPL ୨୦୨୫; ଉଦଘାଟନୀ ସନ୍ଧ୍ୟାରେ ଧମାଲ କରିବେ ବରୁଣ-ଶ୍ରଦ୍ଧା, ମତୁଆଲା କରିବେ ଅରିଜିତ ସିଂହ
ଯେ କୌଣସି କ୍ରିକେଟ୍ ଆଇପିଏଲର ସର୍ବକାଳୀନ ଏକାଦଶ ଚୟନ କଲେ ନିଶ୍ଚିତ ଭାବେ ଏହି ଦୁଇ ଖେଳାଳିଙ୍କୁ ରଖିବ। ଗିଲଖ୍ରୀଷ୍ଟ ନିଜ ଦଳରେ ଯଶପ୍ରୀତ ବୁମରା ଓ ଲସିଥ ମାଲିଙ୍ଗାଙ୍କୁ ଦ୍ରୁତ ବୋଲର ଭାବେ ଚୟନ କରିଛନ୍ତି। ଆଫଗାନିସ୍ତାନର ଲେଗ୍ ସ୍ପିନର ରଶିଦ ଖାନଙ୍କୁ ଏକାଦଶ ଖେଳାଳି ଚୟନ କରିଛନ୍ତି ଅଷ୍ଟ୍ରେଲିଆର ଏହି ପୂର୍ବତନ ମହାନ ଓ୍ଵିକେଟ୍ କିପର ବ୍ୟାଟର।
ଆଡାମ ଗିଲଖ୍ରୀଷ୍ଟଙ୍କ ସର୍ବକାଳୀନ ଆଇପିଏଲ୍ ଏକାଦଶ
କ୍ରିସ୍ ଗେଲ୍, ରୋହିତ ଶର୍ମା, ବିରାଟ କୋହଲି, ସୁରେଶ ରୈନା, ଏବି ଡିଭିଲିୟର୍ସ, ଏମଏସ ଧୋନୀ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ଡ୍ଵେନ ବ୍ରାଭୋ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ଲସିଥ ମାଲିଙ୍ଗା।
ଏକାଦଶ ଖେଳାଳି- ରଶିଦ ଖାନ।