ରୋହିତ ଶର୍ମାଙ୍କ ହାତରୁ ଚାଲିଯିବ ଅଧିନାୟକତ୍ଵ ? କାମରେ ଆସିବନି ଚାମ୍ପିଅନ୍ସ ଟ୍ରଫି ବିଜୟ

Published By : Prameya-News7 Bureau | March 16, 2025 IST

ନୂଆଦିଲ୍ଲୀ: ଭାରତୀୟ ଦଳ ୧୩ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫିରେ ତ୍ରିରଙ୍ଗା ଲହରାଇଛି। ଏଥିରେ ରୋହିତ ଶର୍ମାଙ୍କ ନେତୃତ୍ଵକୁ ସବୁ ଦିଗରୁ ପ୍ରଶଂସା କରାଯାଉଛି। ଏଥିସହ ତାଙ୍କର ନେତୃତ୍ଵ ସୁରକ୍ଷିତ ରହିବା ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଆଇପିଏଲ୍ ୨୦୨୫ର ଚାରି ସପ୍ତାହ ପରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବ। ଚାମ୍ପିଅନ୍ସ ଟ୍ରଫିର ଫଳାଫଳକୁ ଦେଖିବା ପରେ ରୋହିତ ଶର୍ମା ଜୁନ ୨୦ରୁ ଆରମ୍ଭ ହେଉଥିବା ଟେଷ୍ଟ ସିରିଜ୍‌ରେ ମଧ୍ୟ ଭାରତୀୟ ଦଳର ନେତୃତ୍ଵ ନେଇ ପାରନ୍ତି। କିନ୍ତୁ ଏମିତି କଣ ହୋଇ ପାରିବ ? ଏହି ବଡ଼ ପ୍ରଶ୍ନ ଏଥିପାଇଁ ଲାଗି ରହିଛି କାରଣ ଚୟନକର୍ତ୍ତା ଏ ପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

Also read: ବିସିସିଆଇ ନିୟମ ଉପରେ ପ୍ରଶ୍ନ ଉଠାଇଲେ କୋହଲି, ପରିବାର ସହିତ ରହିବାର ମୂଲ୍ୟ କେବେ ବୁଝିବେ

ନବଭାରତ ଟାଇମ୍ସରେ ଛପିଥିବା ଏକ ରିପୋର୍ଟ ଅନୁସାରେ ଭାରତୀୟ ଦଳର ଅଧିନାୟକ ଭାବେ ରୋହିତ ଶର୍ମା ଏକମାତ୍ର ପସନ୍ଦ। କିନ୍ତୁ  ଚୟନ କମିଟିରେ ଏହାକୁ ନେଇ ସହମତି ପ୍ରକାଶ ପାଇନାହିଁ। ରୋହିତଙ୍କ ଧଳା ବଲ୍ କ୍ରିକେଟ୍‌ରେ ବ୍ୟକ୍ତିଗତ ରେକର୍ଡ ବହୁତ ଭଲ ରହିଛି। ତାଙ୍କ ନେତୃତ୍ଵରେ ଭାରତ ସୀମିତ ଓଭର କ୍ରିକେଟ୍‌ରେ ଲଗାତାର ୩ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ପହଞ୍ଚି ଦୁଇ ଥର ଚାମ୍ପିଅନ ହୋଇଛି। କିନ୍ତୁ ଟେଷ୍ଟ କ୍ରିକେଟ୍‌ରେ ତାଙ୍କ ନେତୃତ୍ଵକୁ ନେଇ ପ୍ରଶ୍ନବାଚୀ ରହିଛି। ତେଣୁ ଟେଷ୍ଟରେ ତାଙ୍କର ଅଧିନାୟକ ବଜାୟ ରହିବା ନେଇ ଆଶଙ୍କା ଦେଖା ଦେଇଛି।

ଟେଷ୍ଟରେ ଜିରୋ ରୋହିତ ଶର୍ମା ?

ଗତ ବର୍ଷ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ପ୍ରଥମ ଦେଶ ଭାବେ ଭାରତକୁ ଘରୋଇ ମାଟିରେ କ୍ଲିନ ସୁଇପ୍ କରିଥିଲା। ଏହା ପରେ ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫିରେ ୧-୩ରେ ହାରିଥିଲା। ପରିଣାମସ୍ଵରୂପ ଭାରତ ବିଶ୍ଵ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଥିଲା।

ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ୨୦୨୩-୨୫ ଚକ୍ରରେ ଭାରତକୁ ୯ ବିଜୟ ସହିତ ୮ ପରାଜୟ ଭୋଗିବାକୁ ପଡ଼ିଥିଲା। ରୋହିତ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍‌ରେ ନିଜକୁ   ଦଳରୁ ବାହାରେ ରଖି ଚକିତ କରିବା ଭଳି ନିର୍ଣ୍ଣୟ ନେଇଥିଲେ। ତାଙ୍କ କହିବା କଥା ଅନେକ ଖେଳାଳି ଖରାପ ଫର୍ମ ଦେଇ ଗତି କରୁଛନ୍ତି, ଯାହା ଦଳର ହିତରେ ନୁହେଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.