ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ହାରିବା ପରେ ଭାରତୀୟ ଦଳ ପାଇଁ ବିସିସିଆଇ କିଛି ନୂଆ ନିୟମ ତିଆରି କରିଥିଲା। ଏଥିରୁ ଗୋଟିଏ ନିୟମ ଖେଳାଳିଙ୍କ ପରିବାର ସହ ଜଡ଼ିତ। ତେବେ ବୋର୍ଡର ଏହି ନିୟମ ଉପରେ ପ୍ରଶ୍ନ ଉଠାଇଛନ୍ତି ତାରକା ବ୍ୟାଟର ବିରାଟ କୋହଲି।
ଭାରତୀୟ ଦଳର ଏହି ପୂର୍ବତନ ଅଧିନାୟକ ଦଳର ଗସ୍ତ ସମୟରେ ଖେଳାଳିଙ୍କ ସହିତ ପରିବାର ରହିବାରକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଖେଳାଳି ନିଜ କୋଠରୀରେ ଏକାକୀ ଉଦାସ ହୋଇ ବସିବା ପରିବର୍ତ୍ତେ ପଡ଼ିଆରେ ମୁସ୍କିଲ ଓ ସଂଘର୍ଷପୂର୍ଣ୍ଣ ସମୟର ମୁକାବିଲା ପାଇଁ ସର୍ବଦା ନିଜ ପାଖରେ ନିଜ ପରିବାରକୁ ପାଖରେ ରଖିବାକୁ ପସନ୍ଦ କରିବେ।
Also read: ବ୍ରଡକାଷ୍ଟରଙ୍କ ଉପରେ ବର୍ଷିଲେ କୋହଲି, କହିଲେ-ଖାଇବା ନୁହେଁ, ଖେଳ ବିଷୟରେ ଆଲୋଚନା କର...
ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ୧-୩ରେ ପରାଜୟ ପରେ ବିସିସିଆଇ ଦ୍ଵାରା ଜାରି ନିର୍ଦ୍ଦେଶରେ ୪୫ ଦିନରୁ ଅଧିକ ଗସ୍ତରେ ଖେଳାଳିଙ୍କୁ ପରିବାର ସହ ସମୟ ବିତାଇବା ପାଇଁ ୧୪ ଦିନର ସମୟ ଦିଆଯିବାର ନିୟମ କରାଯାଇଥିଲା। ଏହା ସହିତ ଛୋଟ ଗସ୍ତରେ ଖେଳାଳିଙ୍କ ପତ୍ନୀ, ପିଲା କିମ୍ବା ମହିଳା ବନ୍ଧୁ ଖେଳାଳିଙ୍କ ସହ ସର୍ବାଧିକ ଗୋଟିଏ ସପ୍ତାହ ରହି ପାରିବେ।
ନିକଟରେ ସଂପନ୍ନ ଚାମ୍ପିଅନ୍ସ ଟ୍ରଫିରେ ବିରାଟ କୋହଲି, ରବୀନ୍ଦ୍ର ଜାଡ଼େଜା ଓ ମହମ୍ମଦ ଶାମିଙ୍କ ପରିବାର ଦୁବାଇରେ ଥିଲେ। କିନ୍ତୁ ସେମାନେ ଟିମ୍ ହୋଟେଲରେ ରହି ନ ଥିଲେ। ପରିବାରର ରହିବା ଖର୍ଚ୍ଚ ଖେଳାଳିଙ୍କୁ ବ୍ୟକ୍ତିଗତ ଭାବେ ଉଠାଇବାକୁ ପଡ଼ିଥିଲା।
କୋହଲି ଶନିବାର ଆରସିବିର ଇନୋଭେସନ ଲ୍ୟାବ ସମ୍ମିଳନୀରରେ କହିଛନ୍ତି, ଲୋକଙ୍କୁ ପରିବାରରର ଭୂମିକା ବୁଝିବା ବହୁତ ମୁସ୍କିଲ। ପ୍ରତି ଥର ଆପଣ କୌଣସି ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଥିଲେ ନିଜ ପରିବାର ନିକଟକୁ ଫେରିବା କେତେ ମହତ୍ଵପୂର୍ଣ୍ଣ ହୋଇଥାଏ। ମୋତେ ଲାଗୁନି ଲୋକେ ଏହାର ମୂଲ୍ୟ ବୁଝି ପାରୁଛନ୍ତି କି ନାହିଁ।
Also read: ସର୍ବକାଳୀନ IPL ଏକାଦଶ ଚୟନ କଲେ ଆଡାମ ଗିଲଖ୍ରୀଷ୍ଟ, ଏହି ୧୧ ଖେଳାଳିଙ୍କ କଲେ ଚୟନ
କୋହଲି କହିଛନ୍ତି, ପରିବାର ସହିତ ରହିଲେ ଖେଳାଳିଙ୍କୁ ପଡ଼ିଆରୁ ମିଳୁଥିବା ନିରାଶରୁ ଶୀଘ୍ର ବାହାରିରେ ସହାୟକ ହୋଇଥାଏ। ମୁଁ ନିଜ ରୁମକୁ ଯାଇ ଏକାକୀ ଉଦାସ ବସିବାକୁ ପସନ୍ଦ କରିବି ନାହିଁ। ମୁଁ ସ୍ଵାଭାବିକ ରହିବାକୁ ଚାହେଁ। ତେବେ ଯାଇ ଆପଣ ଖେଳକୁ ଏକ ଦାୟିତ୍ଵ ଭାବେ ଗ୍ରହଣ କରି ପାରିବେ।
ଏହି ୩୬ ବର୍ଷୀୟ ଖେଳାଳି କହିଛନ୍ତି, ଏଥିରେ ମୁଁ ବହୁତ ନିରାଶ କାରଣ ଯାହାଙ୍କର ଏଥିରେ କୌଣସି ସଂପୃକ୍ତି ନାହିଁ ତାଙ୍କୁ ମଧ୍ୟ ଚର୍ଚ୍ଚାରେ ସାମିଲ କରି ଦିଆଯାଉଛି। ଯେବେ କୌଣସି ଖେଳାଳିଙ୍କୁ ଆପଣ ପଚାରିବେ ଯେ, କଣ ସେମାନେ ଖେଳ ସହିତ ନିଜ ପରିବାର ସହିତ ରହିବାକୁ ପସନ୍ଦ କରିବେ। ନିଶ୍ଚିତ ଭାବେ ଆପଣ ହଁର ଉତ୍ତର ପାଇବେ ବୋଲି କୋହଲି କହିଛନ୍ତି।