OCCRP  ରିପୋର୍ଟ ପରେ ଆଦାନୀଙ୍କ ନେଟ୍‌ୱର୍ଥରେ ପୁଣି ହ୍ରାସ, ହଟିଲେ ଧନିକଙ୍କ ଟପ୍-୨୦ ଲିଷ୍ଟରୁ

Published By : Prameya-News7 Bureau | September 01, 2023 IST

ମୁମ୍ବାଇ ୧।୯:  ବର୍ଷ ୨୦୨୩ ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀଙ୍କ ନିମନ୍ତେ ଏତେ ଭଲ ହୋଇ ନାହିଁ।  ବର୍ଷ ଆରମ୍ଭରୁ ଆମେରିକୀୟ ସର୍ଟ ସେଲର ଫାର୍ମ ହିଣ୍ଡନ ବର୍ଗ ଆଦାନୀ ଗ୍ରୁପକୁ ନେଇ ନିଜର ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିଥିଲା। ଏହି ରିପୋର୍ଟ ଯୋଗୁ ଆଦାନୀ ସମୂହକୁ ବଡ଼ ଧରଣର କ୍ଷତିର ସମ୍ମୁଖୀନ ହେବାକୁ ପଡିଥିଲା। ସମୟ ସହିତ ହିଣ୍ଡନବର୍ଗ ରିପୋର୍ଟର ପ୍ରଭାବ ଆଦାନୀ ସମୂହ ଉପରେ ହ୍ରାସ ହେଉଥିବା ବେଳେ ଏବେ ଅର୍ଗାନାଇଜଡ୍ କ୍ରାଇମ୍ ଆଣ୍ଡ କରପସନ ରିପୋର୍ଟିଂ ପ୍ରୋଜେକ୍ଟସ୍ (ଓସିସିଆରପି) ଆଦାନୀ ସମୂହ କମ୍ପାନୀଙ୍କ ବିରୋଧରେ ଅଭିଯୋଗର ଏକ ନୂଆ ଶୃଙ୍ଖଳାରେ ଚମକାଇବା ଭଳି ଦାବି କରିବା ଆଦାନୀ ସମୂହଙ୍କ ସେୟାର ମୂଲ୍ୟ ପୁଣି ହ୍ରାସ  କରିଛି। ଫଳରେ ଆଦାନୀଙ୍କ ନେଟୱର୍ଥ ହ୍ରାସ ହୋଇଥିବା ବେଳେ ଧନିକଙ୍କ ଟପ-୨୦ ସୂଚୀରୁ ବାହାରି ଯାଇଛନ୍ତି।

ଗୌତମ ଆଦାନୀଙ୍କ ତାଜା ନେଟୱର୍ଥ ସମ୍ପର୍କରେ ଆଲୋଚନା କରାଗଲେ ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ଅନୁସାରେ ଗତ ୨୪ ଘଣ୍ଟାରେ ତାଙ୍କର ସମ୍ପତ୍ତି ୨.୨୬ ବିଲିୟନ ଡଲାର ଅର୍ଥାତ ୧୮,୬୦୦ କୋଟି ଟଙ୍କାରୁ ଅଧିକ ହ୍ରାସ ହୋଇଛି। ଫଳରେ ଆଦାନୀଙ୍କ ମୋଟ ନେଟୱର୍ଥ ୬୧.୮ ବିଲିୟନ ଡଲାରରୁ ବି କମ୍‌ ହୋଇଯାଇଥିବା ବେଳେ ଧନୀକଙ୍କ ଟପ୍-୨୦ ସୂଚୀରୁ ଖସି ୨୨ ତମ ସ୍ଥାନକୁ ପହଞ୍ଚି ଯାଇଛନ୍ତି। ଅଳ୍ପଦିନ ପୂର୍ବରୁ ଆଦାନୀ କମ୍ପାନୀମାନଙ୍କ ଷ୍ଟକ୍‌ସରେ ଦେଖାଦେଇଥିବା ବୃଦ୍ଧି ଯୋଗୁ ଲମ୍ବ ଡିଆଁ ମାରି ଧନୀକଙ୍କ ଟପ୍-୨୦ ସୂଚୀରେ ନିଜକୁ ସାମିଲ କରିବା ସହ ବିଶ୍ୱର ୧୮ତମ ଧନୀ ବ୍ୟକ୍ତି ପାଲଟିଥିଲେ। ତେବେ ନୂଆ ରିପୋର୍ଟ ଆସିବା ପରେ ତାଙ୍କ ସ୍ଥିତି ପୁଣି ପଛକୁ ଫେରିଛି।

{"id":838888,"width":841,"height":473,"sizeSlug":"full","linkDestination":"none"}

ହିଣ୍ଡନବର୍ଗ ରିପୋର୍ଟ ଜାରି ହେବାର ପ୍ରାୟ ୮ ମାସ ପରେ ଓସିସିଆରପି ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଅପାରଦର୍ଶୀ ମରିସସ ଫଣ୍ଡ ମାଧ୍ୟମରେ ଆଦାନୀ ଗ୍ରୁପର କିଛି ପବ୍ଲିକ କାରବାର କରୁଥିବା ସେୟାରରେ ଲକ୍ଷଲକ୍ଷ ଡଲାର ନିବେଶ କରାଯାଇଥିବା ଉଲ୍ଲେଖ ରହିଛି। ଏଥିରେ ଗୁରୁବାର ରାତିରେ ନନ ପ୍ରଫିଟ ମିଡିଆ ସଙ୍ଗଠନ ରିପୋର୍ଟରେ ନିବେଶର ଉପାୟ ଆଦାନୀ ପରିବାରର କଥିତ ବ୍ୟବସାୟୀକ ଭାଗିଦାରଙ୍କ ଅଂଶକୁ ଅସ୍ପଷ୍ଟ କରିଦେଇଛି।

ତେବେ ଆଦାନୀ ଗ୍ରୁପ ଓସିସିଆରପି ରିପୋର୍ଟରେ କରାଯାଇଥିବା ଅଭିଯୋଗକୁ ତୁରନ୍ତ ଖଣ୍ଡନ କରିଛି। ଏ ନେଇ ଆଦାନୀ ଗ୍ରୁପ ପକ୍ଷରୁ ଜାରି ବିବୃତ୍ତିରେ ଏହି ସବୁ ଅଭିଯୋଗୁ ଆମେ ସ୍ପଷ୍ଟ ରୂପେ ଅସ୍ୱୀକାର କରୁଛୁ ବୋଲି ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟ ନିରାଧାର ଓ ଏଥିରେ ହିଣ୍ଡନବର୍ଗଙ୍କ ଅଭିଯୋଗକୁ ଦୋହରା ଯାଇଛି। ସମୂହ ଓସିସିଆରପିଙ୍କୁ କହିଛନ୍ତି ଯେ ଆଦାନୀ ସମୂହର ସବୁ ସାର୍ବଜନିକ ରୂପେ ଲିଷ୍ଟେଡ କମ୍ପାନୀ ପବ୍ଲିକ୍ ସେୟାର ହୋଲ୍ଡିଂ ସମ୍ବଦ୍ଧିତ ନିୟମ ସମେତ ସବୁ ଆଇନକୁ ପାଳନ କରିଥାଏ। ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ରିପୋର୍ଟ ଦୀର୍ଘ ଦସନ୍ଧୀ ପୂର୍ବେ ବନ୍ଦ ହୋଇଥିବା ମାମଲାଗୁଡିକ ଉପରେ ଆଧାରିତ।

{"id":838889,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ୨୦୨୨ ମସିହାରେ ଗୌତମ ଆଦାନୀଙ୍କ ନାମ ବିଶ୍ୱର ସବୁଠୁ ଅଧିକ ଆୟକାରୀ ଧନୀକ ଭାବେ ବିଲେନିୟର ଇଣ୍ଡେକ୍ସରେ ଟପ୍-୧୦ ସୂଚୀର ଦ୍ୱିତୀୟ ସ୍ଥାନକୁ ପହଞ୍ଚିଥିଲା। ତେବେ ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶନର ଦୁଇ ମାସ ମଧ୍ୟରେ ଆଦାନୀ ଧନିକଙ୍କ ଟପ୍-୩୦ ସୂଚୀରୁ ବାହାରି ଯାଇଥିଲେ। ଆଦାନୀଙ୍କ ସମ୍ପତ୍ତିରେ ଚଳିତବର୍ଷ ଏପର୍ଯ୍ୟନ୍ତ ୫୬.୭ ବିଲିୟନ ଡଲାର ହ୍ରାସ ଦେଖାଯାଇଛି। ତେବେ ଗତ ଦୁଇ ମାସ ହେଲା ତାଙ୍କ କମ୍ପାନୀ ସମୂହଙ୍କ ସେୟାର ମୂଲ୍ୟରେ ପୁଣି ସୁଧାର ଦେଖାଯିବା ସହ ଆଦାନୀଙ୍କ ନେଟୱର୍ଥରେ ସୁଧାର ହେଉଥିବା ବେଳେ ଓସିସିଆରପି ରିପୋର୍ଟ ପୁଣି ଆଦାନୀଙ୍କୁ ଝଟକା ଦେଇଛି।  

ନୂଆ ସମସ୍ୟାରେ ଆଦାନୀ, OCCRP ଅଭିଯୋଗକୁ ନେଇ ନିବେଶକ ଆତଙ୍କିତ, ଗ୍ରୁପର ସବୁ ସେୟାର କ୍ରାସ୍‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.